Bollywood News / ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଲେ ଅଭିନେତା ରାଜକୁମାର ରାଓ
·8 months ago·2 min read

Key Points
ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଲେ ଅଭିନେତା ରାଜକୁମାର ରାଓ । ବାପା ଅଭିନେତା ରାଜକୁମାର । ସେମାନଙ୍କ ଘରକୁ ଏକ ନୂଆ ଅତିଥି ଆସିଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ପତ୍ରଲେଖା ।
ବଲିଉଡରେ ଖୁସିର ମାହୋଲ । ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଲେ ଅଭିନେତା ରାଜକୁମାର ରାଓ । ବାପା ଅଭିନେତା ରାଜକୁମାର । ସେମାନଙ୍କ ଘରକୁ ଏକ ନୂଆ ଅତିଥି ଆସିଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ପତ୍ରଲେଖା ।
ଏହି ଷ୍ଟାର୍ ଦମ୍ପତି ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ରାଜକୁମାର ରାଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି । ରାଜକୁମାର ଏବଂ ପତ୍ରଲେଖା ଉଭୟ ଏକ ମନଛୁଆଁ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ନବଜାତ ଶିଶୁର ଛୋଟ ହାତକୁ ଧରିଥିବାର ଦେଖାଯାଉଛି । ଏହି ଫଟୋ ସହିତ ସେମାନେ ଏକ ସୁନ୍ଦର କ୍ୟାପ୍ସନ୍ ମଧ୍ୟ ଲେଖିଛନ୍ତି । "ଆଜି ଆମ ଘରେ ଖୁସିର ମାହୋଲ ହୋଇଛି । ଆମେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମେ ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦ କାମନା କରୁଛୁ ।"
ଆହୁରି ମଧ୍ୟ ଲେଖିଛନ୍ତି,"ଆମର ଚତୁର୍ଥ ବିବାହ ବାର୍ଷିକୀରେ ଭଗବାନ ଆମକୁ ସବୁଠାରୁ ବଡ଼ ଆଶୀର୍ବାଦ ଦେଇଛନ୍ତି"। ରାଜକୁମାର ରାଓ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ସେୟାର କରିବା ପରଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କ ଉପରେ ଶୁଭେଚ୍ଛାର ବର୍ଷା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ଅଭିନନ୍ଦନ ରାଜା ଜୀ!" ଆଉ ଜଣେ ଲେଖିଛନ୍ତି, "ସବୁଠାରୁ ଭଲ ଖବର! ତୁମ ଦୁହିଁଙ୍କୁ ଅନେକ ଅନେକ ଅଭିନନ୍ଦନ।" ଆଉ ଜଣେ ଲେଖିଛନ୍ତି, "ବଲିଉଡର ସବୁଠାରୁ ସୁନ୍ଦର ଯୋଡ଼ି।"
ରାଜକୁମାର ରାଓ ଏବଂ ପତ୍ରଲେଖା ୧୧ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ। ସେମାନେ ପ୍ରଥମ ଥର ପାଇଁ ୨୦୧୦ରେ ଦେଖା ହୋଇଥିଲେ। ତା'ପରେ ସେମାନେ ୨୦୧୪ ଫିଲ୍ମ ସିଟିଲାଇଟ୍ସରେ ଏକାଠି କାମ କରିଥିଲେ। କିଛି ବର୍ଷ ଡେଟିଂ କରିବା ପରେ, ଏହି ଦମ୍ପତି ୨୦୨୧ରେ ବିବାହ ବନ୍ଧନରେ ବନ୍ଧିହୋଇଥିଲେ । ଏବେ, ସେମାନଙ୍କ ବିବାହର ଚାରି ବର୍ଷ ପରେ, ସେମାନେ ପିତାମାତା ହୋଇଛନ୍ତି । ନିକଟରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହୋଇଥିବା ବେଳେ ଏବେ ରାଜକୁମାର ରାଓ ଏବଂ ପତ୍ରଲେଖା ମଧ୍ୟ ପିତାମାତା ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories