Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ ଅଭିନୟ କରିବେ ରାଜକୁମାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ ଅଭିନୟ କରିବେ ରାଜକୁମାର

ରାଜକୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏକ ନୂଆ ଚଳଚ୍ଚିତ୍ର ଏବଂ ନୂଆ ଅନ୍ଦାଜରେ ନଜର ଆସିବେ ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଣ୍ଡ ଅଭିନେତା ରାଜକୁମାର ରାଓ। ରାଜକୁମାର ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ନେଇଆସିଛନ୍ତି। ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର। ‘ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। ଏବେ ତାଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି ତାଙ୍କ ପ୍ରସ୍ତାବିତ ଆଗାମୀ ବାୟୋପିକ ବିଷୟରେ ଅନେକ ଖୁଲାସା କରିଛନ୍ତି।

ଗାଙ୍ଗୁଲି ତାଙ୍କ ଆଗାମୀ ବାୟୋପିକ୍ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ‘‘ମୁଁ ଯାହା ଶୁଣିଛି, ସେହି ଅନୁସାରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ । କିନ୍ତୁ ତାରିଖକୁ ନେଇ ଏକ ସମସ୍ୟା ଅଛି । ତେଣୁ ଏହା ପରଦାକୁ ଆସିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ।’’ ଫିଲ୍ମର ବିଳମ୍ବକୁ ନେଇ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବେ ସାମାନ୍ୟ ନିରାଶ ହୋଇପାରନ୍ତି। ସୌରଭ ଗାଙ୍ଗୁଲିଙ୍କ ଏହି ବାୟୋପିକ୍ ପାଇଁ ରାଜକୁମାର ରାଓଙ୍କ ପୂର୍ବରୁ ଆୟୁଷ୍ମାନ ଖୁରାନା ଏବଂ ରଣବୀର କପୁରଙ୍କୁ ଯୋଗାଯୋଗ କରାଯାଇଥିଲା।

କୁହାଯାଏ ଯେ ଆୟୁଷ୍ମାନଙ୍କୁ ପ୍ରଥମେ ଯୋଗାଯୋଗ କରାଯାଇଥିଲା। ସେ ଫିଲ୍ମ ସାଇନ୍ ମଧ୍ୟ କରିଥିଲେ, କିନ୍ତୁ ପରେ ସେ ଏଥିରୁ ଓହରିଗଲେ। ଏହା ପରେ, ରଣବୀର କପୁରଙ୍କ ନାମ ଏହା ସହିତ ଜଡିତ ହେବା ଆରମ୍ଭ ହେଲା। ଏବେ ରାଜକୁମାର ରାଓଙ୍କ ନାମ ସାମ୍ନାକୁ ଆସିଛି। ଏବେ ସୌରଭ ଗାଙ୍ଗୁଲି ନିଜେ ଏହାକୁ ନିଶ୍ଚିତ କରିଛନ୍ତି। ରାଜକୁମାର ରାଓ ଗତ ବର୍ଷ 'ସ୍ତ୍ରୀ ୨' ଭଳି ଏକ ସୁପରହିଟ୍ ଫିଲ୍ମ ଦେଇଥିଲେ। ତାଙ୍କ ପାଖରେ ଆହୁରି ଅନେକ ଫିଲ୍ମ ଅଛି। କୁହାଯାଏ ଯେ, ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ ଖେଳକୁ ଆକ୍ରମଣାତ୍ମକ ଢଙ୍ଗରେ ବିସ୍ତାର କରିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajkummar Rao to play Sourav Ganguly in biopic, confirms former Team India skipper | Argus News