ଚିକିତ୍ସାଧୀନ ଅବସ୍ଥାରେ ରାଜପାଲ ଯାଦବଙ୍କ ବାପାଙ୍କ ପରଲୋକ
·1 year ago

ଅର୍ଗସ ବ୍ୟୁରୋ: ପରଲୋକରେ ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଳ ଯାଦବଙ୍କ ବାପା। ବୟସାଧିକ ସମସ୍ୟା ଯୋଗୁଁ ରାଜପାଳଙ୍କ ପିତା ନୌରଙ୍ଗ୍ ଯାଦବ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ରାଜପାଳ ଯାଦବ କୌଣସି କାମ ପାଇଁ ୨୩ ଜାନୁଆରୀରେ ଥାଇଲ୍ୟାଣ୍ଡ ଯାଇଥିଲେ । କିନ୍ତୁ ବାପାଙ୍କ ଖବର ଶୁଣିବା ପରେ ସେ ୨୪ ଜାନୁଆରୀ ସକାଳେ ଦିଲ୍ଲୀ ପହଞ୍ଚିଥିଲୋ ରାଜପାଲଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଖସି ପଡ଼ିଛିା ଜାନୁଆରୀ ୨୧ରେ ରାଜପାଲଙ୍କ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲାରେ ରାଜପାଳ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରିବେ ବୋଲି ସୂଚନା ମିଳିଛି। ରାଜପାଳଙ୍କ ପୁରା ପରିବାରଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛିା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
