Videos
|
Entertainment

Shocking Revelation / ମୁଁ ଗୋବିନ୍ଦାଙ୍କ ସହ ହୋଟେଲ ରୁମରେ ଏକୁଟିଆ ଥିଲି…ସେ ମୋତେ ଖରାପ ନଜରରେ…

Ritu Das
Browse all articles by Ritu Das
·1 month ago·2 min read
ମୁଁ ଗୋବିନ୍ଦାଙ୍କ ସହ ହୋଟେଲ ରୁମରେ ଏକୁଟିଆ ଥିଲି…ସେ ମୋତେ ଖରାପ ନଜରରେ…
India

Key Points

ରାଖୀ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ସସ୍ପେନ୍ସ ଉପରୁ ପରଦା ହଟାଇଛନ୍ତି
୩୯ ବର୍ଷର ବିବାହ ସମ୍ପର୍କ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି

କିଛି ଦିନ ହେଲା ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ଖୁବ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବୈବାହିକ ସମ୍ପର୍କ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଲୋକେ ଏହି ଯୋଡ଼ିକୁ ଏତେ ଭଲ ପାଇବା ଦେଇଛନ୍ତି। ନିଜ ଝିଅକୁ ବାହା ଦେବା ସମୟରେ ସେ ନିଜେ ବାହା ହେବେ ବୋଲି ଖବର ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୂଜାଙ୍କ ୩୯ ବର୍ଷର ବିବାହ ସମ୍ପର୍କ ଭାଙ୍ଗୁ ଭାଙ୍ଗୁ ରହିଗଲା। ନିକଟରେ, ସୁନିତା ତାଙ୍କ ପୁଅ ଯଶବର୍ଦ୍ଧନଙ୍କ ସହିତ ପାରିବାରିକ ଅଦାଲତକୁ ଯାଇ ଛାଡପତ୍ର ଆବେଦନ ପ୍ରତ୍ୟାହାର କରିଥିଲେ। ପ୍ରଶଂସକମାନେ ଶେଷରେ ଭାବିନେଇଥିଲେ ଯେ ଦମ୍ପତିଙ୍କ ମଧ୍ୟରେ ବିବାଦ ଶେଷ ହୋଇଯାଇଛି। କିନ୍ତୁ ତାହା ହୋଇନାହିଁ। ଗୁରୁବାର ରାତିରେ ରାଖୀ ସାୱନ୍ତ ପାପାରାଜିଙ୍କ ସାମ୍ନାରେ ସୁନିତା ଆହୁଜାଙ୍କୁ ଡାକିଥିଲେ। ଏହାମଧ୍ୟରେ ରାଖୀ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ସସ୍ପେନ୍ସ ଉପରୁ ପରଦା ହଟାଇଛନ୍ତି। ଚାଲନ୍ତୁ ଜାଣିବା....

ଏହାସହ ପଢ଼ନ୍ତୁ: 'ସୁନୀତା ପ୍ରସ୍ତୁତ ହେବା ଉଚିତ...' ଦ୍ୱିତୀୟ ବିବାହ ନେଇ ଗୋବିନ୍ଦାଙ୍କ ବୟାନ ଭାଇରାଲ

  • ରାଖୀ ସୁନୀତାଙ୍କୁ ପରାମର୍ଶ ଦେଲେ

ସୁନୀତା କହିଲେ ଯେ ମୁଁ ଯଦି ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରି ନ ଥାଆନ୍ତି। ତେବେ ଗୋବିନ୍ଦା ଦ୍ବିତୀୟ ବିବାହ ନିଶ୍ଚିତ କରିଦେଇଥାଆନ୍ତେ। ରାଖୀ ପୂରା ଏହି ମାମଲାରେ ସୁନୀତାଙ୍କୁ ସପୋର୍ଟ କରିଛନ୍ତି। ଡ୍ରାମା କୁଇନ ଆଉ ମଧ୍ୟ କହିଛନ୍ତି ଯେ, ମୁଁ ହି ସୁନୀତାଙ୍କୁ କହିଥିଲି ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରନ୍ତୁ। ରାକ୍ଷୀ ଷ୍ଟାର ପତ୍ନୀ ସୁନୀତାଙ୍କୁ କହିଛନ୍ତି ଯେ, ସେ ଗୋବିନ୍ଦାଙ୍କ ୨୦୦ କୋଟି ସମ୍ପତ୍ତିର ମାଲିକାଣୀ। ଆଉ ସେ ସମ୍ପତ୍ତି ଉପରେ ଧ୍ୟାନ ଦେବା ଦରକାର। ସମ୍ପତ୍ତିକୁ ପ୍ରଥମେ ନିଜ ନାଁରେ କରିଦିଅ। ଏହାପରେ ପାପାରାଜିକୁ ରାଖୀ ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କକୁ ନେଇ ମତ ରଖିଲେ।

ରାଖୀ କହିଛନ୍ତି ଯେ, ସୁନୀତା ଜଣେ ହାଉସ ଓ୍ବାଇଫ। ସେ ମୋର ଭଲ ସାଙ୍ଗ ମଧ୍ୟ। ମୁଁ ତାଙ୍କ ସହ ସବୁବେଳେ କଥା ହୁଏ। ସେ ମୋତେ ପଚାରିଥିଲେ ମୁଁ କଣ କରିବି? ଗୋବିନ୍ଦାର ଆଫେୟାର୍ସ କାଣ୍ଡ ଶୁଣି ଶୁଣି ମୁଁ ଥକି ଗଲିଣି। ମୁଁ କିନ୍ତୁ ତାଙ୍କୁ କହିଥିଲି ପ୍ରଥମେ ତୁମେ ଛାଡ଼ପତ୍ର ପ୍ରତ୍ୟାହାର କର। ସୁନୀତା ତାଙ୍କ ସ୍ବାମୀଙ୍କୁ ବହୁତ ଭଲ ପାଉଥିଲେ। ସେ ଚାହିଁଥିଲେ ଗୋବିନ୍ଦାଙ୍କୁ ନୀଳ ଡ୍ରମରେ ଭର୍ତ୍ତି କରିପାରିଥାଆନ୍ତେ। ଗୋବିନ୍ଦାଙ୍କୁ ପାହାଡ଼ରୁ ଧକ୍କା ମଧ୍ୟ ଦେଇ ପାରିଥାଆନ୍ତେ। ଚା’ରେ ବିଷ ଦେଇ ମଧ୍ୟ ମାରି ପାରିଥାଆନ୍ତେ। କିନ୍ତୁ ସେ ସେମିତି କଲେନି। କାରଣ ସେ ଜଣେ ଭଦ୍ର ମହିଳା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଗୋବିନ୍ଦା ମୋତେ ଖରାପ ନଜରରେ...

ରାଖୀ ଗୋବିନ୍ଦାଙ୍କ ଏକ୍ସଟ୍ରା ମାରଟାଲ ଆଫେୟାର୍ସ କଥା ଶୁଣି ଗୋବିନ୍ଦାଙ୍କୁ ସପୋର୍ଟ କରିଛନ୍ତି। ସେ କହିଛନ୍ତି ଯେ, ଗୋବିନ୍ଦାଙ୍କର କାହାସହ ଆଫେୟାର୍ସ ନାହିଁ। ମୁଁ ଗୋବିନ୍ଦାଙ୍କୁ ଗତ ୨୫ବର୍ଷ ହେଲା ଜାଣିଛି। ମୁଁ ତାଙ୍କ ସହ ବହୁତ କାମ ବି କରିଛି। ଗୋବିନ୍ଦା ହେଉଛନ୍ତି ହିରୋ ନଂ ୧। ଗୋବିନ୍ଦାଙ୍କ ସହ ବହୁତଥର ରୁମରେ ଏକୁଟିଆ ରହିଛି। କିନ୍ତୁ ସେ କେବେ କାହାକୁ ଖରାପ ନଜରରେ ଦେଖି ନାହାନ୍ତି। ଗୋବିନ୍ଦା ଜଣେ ବହୁତ ଭଲ ବ୍ୟକ୍ତିତ୍ବର ମଣିଷ। ସୁନୀତା ବି ବହୁତ ଭଲ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଇଏ କେମିତି ପଶିଗଲା କେଜାଣି। ଇଏ କେବଳ ସେ ଝିଅର ଭୁଲ। ମୁଁ ରୂପରେ ସୁନ୍ଦରୀ। ମୁଁ ଏତେ ସୁନ୍ଦରୀ ହୋଇକି ଯଦି ଗୋବିନ୍ଦା ମୋତେ କେବେ ଲାଇନ କାରି ନାହାନ୍ତି ତେବେ ଆଉ କାହାକୁ ଲାଇନ କଣ ମାରିବେ?
ରାଖୀ ସୁନୀତାଙ୍କୁ ଧୈର୍ଯ୍ୟ ଏବଂ ଶାନ୍ତ ରହିବାକୁ କହିଛନ୍ତି। ନଚେତ ଅଯଥା ତାଙ୍କ ହାତରୁ ୨୦୦ କୋଟିର ସମ୍ପତ୍ତି ଚାଲିଯିବ। ଦୁଇଜଣ ଛୁଆ ଅଛନ୍ତି। ସେମାନଙ୍କ ଭବିଷ୍ୟତ କଥା ତୁମକୁ ପ୍ରଥମେ ଦେଖିବାକୁ ପଡ଼ିବ।
Rakhi Sawant Reveals She Stayed Alone With Govinda In Hotel | Argus News Odia