Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିବେ ସଲମାନ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିବେ ସଲମାନ...

ବିବାହ କରିବେ ଭାଇଜାନ। ହେଲେ କାହାକୁ ବିବାହ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ହାନିଆ।ଡ୍ରାମା କୁଇନ ଭାବରେ ପ୍ରସିଦ୍ଧ ରାଖୀ ସାୱନ୍ତ କହିଛନ୍ତି ଯେ ସେ ସଲମାନ ଖାନଙ୍କ ପାଇଁ ଜଣେ ଝିଅ ଏବଂ ନିଜ ପାଇଁ ଜଣେ ଭାବୀଙ୍କୁ ବାଛିଛନ୍ତି। ନିକଟରେ ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଏବଂ ହାନିଆଙ୍କ ସହିତ ଯୋଡି ହେଉଥିବାର ନଜର ଆସିଛନ୍ତି।

ରାଖୀ ସାୱନ୍ତ କହୁଛନ୍ତି, ସଲମାନ ଭାଇ ମୁଁ ମୋ ଭାବୀ ଭାବେ Hania Aamirକୁ ବାଛିଛି। ସଲମାନ ମୋ ଭାଇ ଏବଂ ହାନିଆ ମୋର ଭାଉଜ, ପାକିସ୍ତାନରୁ। ହାନିଆଙ୍କୁ ବଲିଉଡକୁ ଆସି ସଲମାନ ଖାନଙ୍କ ସହ କାମ କରିବା ଉଚିତ। ରାଖୀ କହିଛନ୍ତି ଯେ ଯେପରି ବଜରଙ୍ଗୀ ଭାଇଜାନ ଭାରତ-ପାକିସ୍ତାନ ଉପରେ ଥିଲା, ସେହିପରି ପାକିସ୍ତାନ ଏବଂ ଭାରତ ମଧ୍ୟରେ ମଧ୍ୟ ଏକ ସୁନ୍ଦର ପ୍ରେମ କାହାଣୀ ର୍ନିମାଣ ହେବା ଉଚିତ।

ରାଖୀଙ୍କ ଏଭଳି କଥା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ରାଖୀ ସାୱନ୍ତ ଗତ କିଛି ଦିନ ମଧ୍ୟରେ ହାନିଆ ଆମିରଙ୍କ ବିଷୟରେ ଅନେକ ବୟାନ ଦେଇଛନ୍ତି। କିଛି ଦିନ ପୂର୍ବରୁ ସେ ପାକିସ୍ତାନରେ ବିବାହ କରିଥିବା ମଧ୍ୟ ଦାବି କରୁଥିଲେ। ଏବେ ସେ ସଲମାନ ଏବଂ ହାନିଆଙ୍କୁ ଯୋଡ଼ିବା ବିଷୟରେ କଥା ହୋଇଛନ୍ତି। କିନ୍ତୁ ସଲମାନ ଖାନ ଏବଂ ହାନିଆ ଏହାକୁ ନେଇ କୌଣସି ମତ ଦେଇନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rakhi Sawant wants marriage between Salman Khan and Hania Aamir | Argus News