Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପାକିସ୍ତାନର ବୋହୁ ହେବେ ରାକ୍ଷୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପାକିସ୍ତାନର ବୋହୁ ହେବେ ରାକ୍ଷୀ

ଅର୍ଗସ ବ୍ୟୁରୋ : ପାକିସ୍ତାନୀ ଅଭିନେତା ଏବଂ ପୋଲିସ ଅଫିସର ଡୋଡି ଖାନଙ୍କୁ ବିବାହ କରିବେ ରାକ୍ଷୀ ସାୱନ୍ତ । ଗଣମାଧ୍ୟମକୁ ସାମ୍ନାରେ ଏପରି କହିଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ସେ କହିଛନ୍ତି, ଖୁବଶୀଘ୍ର ସେମାନେ ପରସ୍ପରକୁ ଲଭ୍ ମ୍ୟାରେଜ କରିବାକୁ ସ୍ଥିର କରିଛନ୍ତି । ଡୋଡିଙ୍କୁ ସେ ତୃତୀୟ ବିବାହ କରିବେ ।

ଏକ ଜାତୀୟ ଗଣମାଧ୍ୟମ ଆଗରେ ନିଜର ମନର କଥା ପ୍ରକାଶ କରିଛନ୍ତି ରାକ୍ଷୀ । ଡୋଡି ଖାନ୍‌ ଏବଂ ସେ ପରସ୍ପରକୁ ଖୁବ ଭଲ ପାଉଛନ୍ତି । ସେ ଭାରତର ହୋଇଥିବା ବେଳେ ଡୋଡି ଖାନ ପାକିସ୍ତାନର ଅଟନ୍ତି । ସେ ଖୁବଶୀଘ୍ର ପାକିସ୍ତାନର ବୋହୁ ହେବାକୁ ଯାଉଛନ୍ତି ।

ଏଥିସହ ନିଜର ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁରାନିଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ରାକ୍ଷୀ । ସେ କହିଛନ୍ତି, ଆଦିଲ ତାଙ୍କ ନାଁ ରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି । ଆଦିଲ ତାଙ୍କ ଉପରେ ଇର୍ଷାନ୍ବିତ ହୋଇ ଲୋକପ୍ରିୟତା ପାଇଁ ତାଙ୍କ ନାଁର ବ୍ୟବହାର କରୁଛନ୍ତି ।

ରାକ୍ଷୀ ସାୱନ୍ତ ପ୍ରଥମେ ରିତେଶ ରାଜ ସିଂଙ୍କୁ ବିବାହ କରିଥିଲେ । ବିଗବସ୍ ସରିବା ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ପରେ ସେ ଆଦିଲ ଦୁରାନିଙ୍କୁ ବିବାହ କରିଥିଲେ । ଉଭୟ ୨୦୨୩ରେ ଅଲଗା ହୋଇଥିଲେ ।୭ ଫେବୃଆରୀ ୨୦୨୩ରେ ତାଙ୍କୁ ଆରେଷ୍ଟ କରାଯାଇଥିଲା । ୫ ମାସ ଜେଲରେ ରହିବା ପରେ ସେ ବାହାରକୁ ଆସିଥିଲେ ।
ଏବେ ପୁଣି ରାକ୍ଷୀ ନିଜର ତୃତୀୟ ବିବାହ ଖୁବଶୀଘ୍ର କରିବାକୁ ଯାଉଥିବା ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rakhi Sawant will marry pakistani actor dodi khan | Argus News