Videos
|
Entertainment

ବିବାହ ବନ୍ଧନରେ ବାନ୍ଧି ହେଲେ ରକୁଲ-ଜ୍ୟାକି

Ritu Das
Browse all articles by Ritu Das
·2 years ago·1 min read
ବିବାହ ବନ୍ଧନରେ ବାନ୍ଧି ହେଲେ ରକୁଲ-ଜ୍ୟାକି

ଅର୍ଗସ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀ। ଆଜି ଗୋଆରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଛି। ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଥିବା ବେଳେ ଦମ୍ପତିଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନେ ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ ବଲିଉଡ କଳାକାର ଶିଳ୍ପା ଶେଟ୍ଟୀ, ଆୟୁଷ୍ମାନ ଖୁରାନା, ଅର୍ଜୁନ କପୁର, ଡେଭିଡ ଧୱନ ଉପସ୍ଥିତ ଥିବା ଦେଖାଯାଇଥିଲା।

ବିବାହରେ ଯୋଗ ଦେବାକୁ ଥିବା ପରିବାର ଲୋକ ଓ ନିକଟତର ବନ୍ଧୁମାନଙ୍କୁ ‌ବିବାହ ମଣ୍ଡପକୁ ଫୋନ ନେଇ ଯିବା ପାଇଁ ଅନୁମତି ନଥିବାରୁ ଏପର୍ଯ୍ୟନ୍ତ ଦୁହିଁଙ୍କ ବିବାହର ଫଟୋ ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ, କିଛି ସମୟ ପରେ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ବିବାହ ସଂପନ୍ନ ହୋଇଥିବା ଜଣାଇପାରନ୍ତି ରାକୁଲ-ଜ୍ୟାକି।

ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି ବରୁଣ-ନତାଶା

ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Rakul-Jackie | Argus News