Rakul Preet Singh / ଫିଲ୍ମ ନାଁରେ ବିଦେଶକୁ କୋଟି କୋଟି ଟଙ୍କା ପଠାଇବା ଅଭିଯୋଗ, ରକୁଲପ୍ରୀତ-ଭାସୁ ଭଗନାନିଙ୍କ ଘରେ IT ରେଡ୍
·1 hour ago·2 min read

Key Points
ମୁମ୍ବାଇ ଇନକମ ଟାକ୍ସ ଡିପାର୍ଟମେଣ୍ଟ ଟାକ୍ସ ଚୋରି ଏବଂ ଫିଲ୍ମ ନାଁରେ ବିଦେଶକୁ କୋଟି କୋଟ ଟଙ୍କା ହେରଫେର ଅଭିଯୋଗ
ଏକ ଜଣାଶୁଣା ପ୍ରଡକ୍ସନ ହାଉସ ଉପରେ ଚଢ଼ାଉ ହୋଇଛି

ବଲିଉଡ ଇଣ୍ଡଷ୍ଟ୍ରୀରୁ ପୁଣି ଥରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୁଣିଥରେ ଆୟକର ବିଭାଗର ବଡ଼ ଚଢ଼ାଉ ହୋଇଛି। ମୁମ୍ବାଇ ଇନକମ ଟାକ୍ସ ଡିପାର୍ଟମେଣ୍ଟ ଟାକ୍ସ ଚୋରି ଏବଂ ଫିଲ୍ମ ନାଁରେ ବିଦେଶକୁ କୋଟି କୋଟ ଟଙ୍କା ପଠାଯାଉଥିବା ଅଭିଯୋଗରେ ଏକ ଜଣାଶୁଣା ପ୍ରଡକ୍ସନ ହାଉସ ଉପରେ ଚଢ଼ାଉ ହୋଇଛି। ଅଭିଯୋଗ ମୁତାବକ ଏହି ମାମଲାରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରକୁଲପ୍ରିତ ସିଂହ, ବରିଷ୍ଠ ଫିଲ୍ମ ପ୍ରଯୋଜକ ବାସୁ ଭଗନାନି ଏବଂ ପାନରୋମା ଷ୍ଟୁଡିଓ ସହ ଜଡ଼ିତ ୧୨ ଟି ସ୍ଥାନରେ ଏହି ରେଡ କରାଯାଇଛି।
ସୂଚନା ମୁତାବକ, ଇନକମ ଟାକ୍ସ ବିଭାଗକୁ ଦୀର୍ଘ ସମୟ ହେଲା ତଥ୍ୟ ମିଳୁଥିଲା କି ଫିଲ୍ମ ସୁଟିଂ, ଓଭରସିଜ ଡିଷ୍ଟ୍ରିବ୍ୟୁସନ ଏବଂ ପ୍ରଡକ୍ସନ ନାଁରେ ବିଦେଶକୁ କୋଟି କୋଟି ଟଙ୍କା ପଠାଯାଉଥିଲା। ଯାଞ୍ଚ ଏଜେନ୍ସି ସନ୍ଦେହ କରିଛି ଯେ, ଟଙ୍କା ହେରଫେରରେ ଏକ ବଡ଼ ରାକେଟ କାମ କରିବା ସହ ଯାକ୍ସ ମଧ୍ୟ ହେରଫେର କରାଯାଉଛି।
ଏହି ମାମଲାରେ ମୁମ୍ବାଇ ଆଇଟିର ଅଲଗା ଅଲଗା ଟିମ ମୁମ୍ବାଇ ସ୍ଥିତ ଭିନ୍ନ ଭିନ୍ନ ସ୍ଥାନ ଏବଂ ଅଫିସ ସହ ରକୁଲଙ୍କ ଘରେ ତନାଘନା ଜାରି ରଖିଛି।
ଇନକମ ଟାକ୍ସର ଏହି ଚଢାଉରେ ବଲିଉଡ ତଥା ସାଉଥର ଲୋକପ୍ରିୟ ଅଭିନେତ୍ରୀ ରକୁଲପ୍ରିତଙ୍କ ନାଁ ଆସିଛି। ଦ୍ବିତୀୟରେ ବାସୁ ଭଗନାନିଙ୍କ ନାଁ ଆସିଛି। ଯିଏ ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରେ ବହୁ ବଡ଼ ସିନେମା କରିସାରିଛନ୍ତି। ଜଣେ ଫେମସ ପ୍ରଯୋଜକ।
ପାନରୋମା ଷ୍ଟୁଡିଓଜ: ଦୃଶ୍ୟମ ଫ୍ରାଞ୍ଚାଇଜ ଭଳି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ ହୋଇଥିବା ବଡ଼ ପ୍ରଡକ୍ସନ ହାଉସ। ତେବେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। ଯାଞ୍ଚ ପୁରା ହେବାପରେ ଆଇଟି ବିଭାଗ ବଡ଼ ଖୁଲାସା କରିପାରେ।
ରକୁଲପ୍ରୀତଙ୍କ କଥା ଯଦି କହିବା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ରକୁଲ ୨୦୦୯ ମସିହାରେ ଦକ୍ଷିଣ ଇଣ୍ଡଷ୍ଟ୍ରୀରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସାଉଥ ଇଣ୍ଡଷ୍ଟ୍ରୀରେ ନାଁ କରିବାପରେ ସେ ବଲିଉଡରେ ପାଦ ରଖିଛନ୍ତି। ରକୁଲ “ଦେ ଦେ ପ୍ୟର ଦେ”, “ଡକ୍ଟର ଜୀ”, “ପତି ପତ୍ନୀ ଔର ବୋ” ଭଳି ମୁଭିରେ କାମ କରିସାରିଛନ୍ତି। ଆଗକୁ ଚଳିତବର୍ଷର ସବୁଠୁ ବଡ଼ ମୁଭି “ରାମାୟଣ”ରେ ନଜର ଆସିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories