ଥିଏଟରରେ କମାଲ କରୁଛି ଫିଲ୍ମ 'ଗେମ୍ ଚେଞ୍ଜର'

ଅର୍ଗସ ବ୍ୟୁରୋ: ଅଭିନେତା ରାମ ଚରଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେଲୁଗୁ ସିନେମାର ସୁପରଷ୍ଟାର ରାମ ଚରଣ ନିଜ ଅଭିନୀତ ଫିଲ୍ମ 'ଗେମ ଚେଞ୍ଜର'କୁ ନେଇ ଖୁବ ଉତ୍ସାହିତ । ନିର୍ଦ୍ଦେଶକ ଶଙ୍କରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗେମ୍ ଚେଞ୍ଜର ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମର ରିଭ୍ୟୁରେ ରାମ ଚରଣଙ୍କ ଅଭିନୟକୁ ସବୁଠାରୁ ଅଧିକ ପ୍ରଶଂସା କରାଯାଉଛି। ଟ୍ରୋଲରମାନେ ମଧ୍ୟ ରାମ ଚରଣଙ୍କୁ ପ୍ରଶଂସା କରିବାରୁ ନିଜକୁ ରୋକି ପାରିନାହାନ୍ତି।ବିଶେଷ କରି ଡବଲ୍ ଚରିତ୍ର ପାଇଁ ସେ ତାଙ୍କ ଅଭିନୟକୁ ଚମତ୍କାର ବୋଲି ବର୍ଣ୍ଣନା କରିଛନ୍ତି।
ଏହି ଚଳଚ୍ଚିତ୍ରରେ ରାମ ଚରଣ ଏକାଧିକ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କ ଅଭିନୟ ଦକ୍ଷତାକୁ ଏହି ଚଳଚ୍ଚିତ୍ରରେ ଭଲ ଭାବରେ ପ୍ରଦର୍ଶିତ କରାଯାଇଛି। କିଛି ସମୀକ୍ଷକ ଫିଲ୍ମର କିଛି ଅଂଶରେ ମନ୍ଥର ଗତିକୁ ସମାଲୋଚନା କରିଥିବା ବେଳେ ଅଧିକାଂଶ ଫିଲ୍ମର ଉଦ୍ଦେଶ୍ୟ ଓ ବାର୍ତ୍ତାକୁ ପ୍ରଶଂସା କରିଛନ୍ତି। ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଏସଜେ ସୂର୍ଯ୍ୟ, ଅଞ୍ଜଳି, ଜୟରାମ, ନବୀନ ଚନ୍ଦ୍ର ଙ୍କ ସମେତ ଅନେକ ସହଯୋଗୀ କଳାକାର ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ କିଆରା ଆଡଭାନୀଙ୍କ ଅଭିନୟ ଚମତ୍କାର ରହିଛି ଏବଂ ତାଙ୍କ ଚରିତ୍ର କାହାଣୀକୁ ମଜବୁତ କରିଛି।
📱 Get Argus News App
✨ଶଙ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗେମ୍ ଚେଞ୍ଜର’ ପ୍ରାୟ ୪୫୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏକ ପଲିଟିକାଲ ଥ୍ରିଲର ଅଟେ।। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ପ୍ରମୁଖ ରାଜ୍ୟ ସରକାର ଅନେକ ପ୍ରେକ୍ଷାଳୟରେ ମର୍ଣ୍ଣିଂ ସୋ’କୁ ଅନୁମତି ଦେଇଥିଲେ।ଏହି ସୋ’ ସରିବା ମାତ୍ରେ ଦର୍ଶକମାନେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ନିଜ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
