Videos
|
Entertainment

Ramayana / ରଣବୀର-ସାଇଙ୍କ ‘ସିଆ ରାମ’ ଲୁକ୍ ଭାଇରାଲ, ‘ରାମାୟଣ’କୁ ନେଇ ବଢ଼ିଲା ଫ୍ୟାନ୍ସଙ୍କ କ୍ରେଜ୍

Rashmita Mishra
Browse all articles by Rashmita Mishra
·2 hours ago·2 min read
ରଣବୀର-ସାଇଙ୍କ ‘ସିଆ ରାମ’ ଲୁକ୍ ଭାଇରାଲ, ‘ରାମାୟଣ’କୁ ନେଇ ବଢ଼ିଲା ଫ୍ୟାନ୍ସଙ୍କ କ୍ରେଜ୍
Ramayana

Key Points

ଭାଇରାଲ ହେଲା ‘ସିଆ ରାମ’ ଲୁକ୍ । 
ରଣବୀର-ସାଇଙ୍କ ‘ସିଆ ରାମ’ ଲୁକ୍ ଭାଇରାଲ,
‘ରାମାୟଣ’କୁ ନେଇ ବଢ଼ିଲା ଫ୍ୟାନ୍ସଙ୍କ କ୍ରେଜ୍

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିଚାଲିଛି । ଗଣେଶ ଚତୁର୍ଥୀର ଶୁଭ ଅବସରରେ ମେକର୍ସ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ବିଶେଷ ଉପହାର । ଫିଲ୍ମର ‘ସିଆ ରାମ’ ପୋଷ୍ଟର ରିଲିଜ୍ ହେବା ପରେ ଏହା ସୋସିଆଲ ମିଡିଆରେ ଜୋରଦାର ଭାବେ ଭାଇରାଲ ହେଉଛି ।

ନୂଆ ପୋଷ୍ଟରରେ ରଣବୀର କପୁରଙ୍କୁ ଭଗବାନ ରାମ ଏବଂ ସାଇ ପଲ୍ଲବୀଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିଛି । ମେକର୍ସ ଏହି ପୋଷ୍ଟରକୁ ‘ଟି-ସିରିଜ୍’ ଓ ‘ୱାର୍ଲ୍ଡ ଅଫ୍ ରାମାୟଣ’ର ଅଧିକାରିକ ଇନଷ୍ଟାଗ୍ରାମ୍ ପେଜ୍‌ରେ ଶେୟାର କରିଛନ୍ତି ।

ଭାଇରାଲ ହେଉଛି ‘ସିଆ ରାମ’ ପୋଷ୍ଟର
ପୋଷ୍ଟର ଶେୟାର କରି ମେକର୍ସ ଲେଖିଛନ୍ତି, ‘ସିଆ ରାମଙ୍କ ଚିରନ୍ତନ ବନ୍ଧନର ଉତ୍ସବ ।’ ପୋଷ୍ଟର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ରଣବୀର ଓ ସାଇ ପଲ୍ଲବୀଙ୍କ ଲୁକ୍‌କୁ ନେଇ ଖୁବ୍ ପ୍ରଶଂସା କରୁଛନ୍ତି । ଦୁହିଁଙ୍କ ଯୋଡ଼ି ମଧ୍ୟ ଦର୍ଶକଙ୍କ ମନ ଜିତୁଥିବା ଦେଖାଯାଉଛି ।

Ramayana poster out: Ranbir Kapoor and Sai Pallavi's Siya Ram glimpse  leaves fans calling it 'divine'କେମିତି ରହିଛି ରଣବୀର-ସାଇଙ୍କ ଲୁକ୍ ?
ପୋଷ୍ଟରରେ ରଣବୀର କପୁର ଓ ସାଇ ପଲ୍ଲବୀ ଏକ ନଦୀ କୂଳରେ ଥିବା ଚଟାଣ ଉପରେ ବସିଛନ୍ତି । ଭଗବାନ ରାମଙ୍କ ଅବତାରରେ ଥିବା ରଣବୀର, ମାତା ସୀତାଙ୍କ ଭୂମିକାରେ ଥିବା ସାଇ ପଲ୍ଲବୀଙ୍କ କେଶରେ ଗୋଲାପ ଫୁଲ ଲଗାଉଥିବା ନଜର ଆସିଛନ୍ତି । ଦୁହିଁଙ୍କ ମୁହଁରେ ଏକ ଭିନ୍ନ ଆଭା ଦେଖିବାକୁ ମିଳୁଛି । ସାଇ ପଲ୍ଲବୀଙ୍କ ପାଖରେ ଫଳରେ ଭର୍ତ୍ତି ଏକ ଟୋକେଇ ମଧ୍ୟ ରହିଛି। ପୋଷ୍ଟରର ଏହି ମନୋରମ ଦୃଶ୍ୟକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି ।

ଦମଦାର ରହିଛି ଫିଲ୍ମର ଷ୍ଟାରକାଷ୍ଟ
‘ରାମାୟଣ’ରେ ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ବ୍ୟତୀତ ଯଶ, ଲାରା ଦତ୍ତ, ରକୁଲ ପ୍ରୀତ ସିଂହ, ଅରୁଣ ଗୋଭିଲ, ବିବେକ ଓବେରୟ, ରବି ଦୁବେ, କାଜଲ ଅଗ୍ରୱାଲ ଓ ଶିବା ଚଡ୍ଢାଙ୍କ ଭଳି ଅଭିନେତା ନଜର ଆସିବେ ।

ଫିଲ୍ମର ଟ୍ରେଲର ମଧ୍ୟ ପୂର୍ବରୁ ରିଲିଜ୍ ହୋଇସାରିଛି ଏବଂ ଏହାକୁ ଫ୍ୟାନ୍ସଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଏବେ ଦର୍ଶକ ଫିଲ୍ମଟିକୁ ବଡ଼ ପରଦାରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ‘ରାମାୟଣ: ପାର୍ଟ ୧’ ଚଳିତ ବର୍ଷ ଦୀପାବଳି ଅବସରରେ ସିନେମାଘରକୁ ଆସିବାକୁ ଥିବାରୁ ଫ୍ୟାନ୍ସଙ୍କ ଉତ୍ସାହ ଏବେ ଚରମରେ ପହଞ୍ଚିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: