|
logo
Live
Argus News App
GET APP

Argus News - ୪ ହଜାର କୋଟିର 'ରାମାୟଣ': ରଣବୀର କପୁର ନା ୟଶ, କିଏ ଅଧିକ ଟଙ୍କା ନେଇଛନ୍ତି ?

Entertainment

Ramayana / ୪ ହଜାର କୋଟିର 'ରାମାୟଣ': ରଣବୀର କପୁର ନା ୟଶ, କିଏ ଅଧିକ ଟଙ୍କା ନେଇଛନ୍ତି ?

Rashmita Mishra
Browse all articles by Rashmita Mishra
·1 hour ago·2 min read
୪ ହଜାର କୋଟିର 'ରାମାୟଣ': ରଣବୀର କପୁର ନା ୟଶ, କିଏ ଅଧିକ ଟଙ୍କା ନେଇଛନ୍ତି ?
Ramayana

Key Points

"ରାମାୟଣ"ରେ କିଏ ନେଇଛି ସବୁଠୁ ଅଧିକ ଟଙ୍କା ?
୪ ହଜାର କୋଟିର 'ରାମାୟଣ': ରଣବୀର କପୁର ନା ୟଶ, କିଏ ଅଧିକ ଟଙ୍କା ନେଇଛନ୍ତି ?
ଆଜି ଏପ୍ରିଲ ୨, ଗୁରବାର ହନୁମାନ ଜୟନ୍ତୀ ଏହି ଅବସରରେ, ନିତେଶ ତିୱାରୀଙ୍କ "ରାମାୟଣ"ର ଟିଜର ରିଲିଜ୍ ହୋଇଛି । ଆଉ ଏହି "ରାମାୟଣ"ରେ ରଣବୀର କପୁରଙ୍କୁ ଭଗବାନ ରାମ ଭୂମିକାରେ ଦେଖିବା ମିଳିଛି । ଟିଜର ଦେଖିବା ପରେ ଲୋକମାନେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ପରି ମନେ ହେଉଛି । ଆଉ ଖବର ଅନୁଯାୟୀ ଏହି ଫିଲ୍ମଟି ତିଆରି ପାଇଁ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ୪୦୦୦ କୋଟି ଟଙ୍କାର ଏହି ଫିଲ୍ମ ପାଇଁ କିଏ ସର୍ବାଧିକ ଫିସ୍ ନେଇଛନ୍ତି ।
 
"ରାମାୟଣ"ରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି । ରିପୋର୍ଟ ଅନୁସାରେ ସେ ଫିଲ୍ମର ଅଭିନୟ କରିବା ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ଚାର୍ଜ କରିଛନ୍ତି ।

ଖାଲି ରଣବୀର ନୁହେଁ ୟଶ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ୟଶ ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ସେ ତାଙ୍କ ଭୂମିକା ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି । 
ସାଇ ପଲ୍ଲବୀ ସୀତା ଭୂମିକାରେ ଅଭିନୟ କରିଛନ୍ତି । ଏହି ଭୂମିକା ପାଇଁ ସେ ପ୍ରାୟ ୧୨ କୋଟି ଚାର୍ଜ କରିଛନ୍ତି ।

"ରାମାୟଣ"ରେ ବଜରଙ୍ଗ ବାଲି ହନୁମାନ ଭୂମିକାରେ ସନ୍ନି ଦେଓଲ ନଜର ଆସିବେ । ଏହି ଭୂମିକା ପାଇଁ ତାଙ୍କୁ ୨୦ ରୁ ୪୦ କୋଟି ଟଙ୍କା ଦିଆଯାଇଛି ।

ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ରବି ଦୁବେଙ୍କ ପାଇଁ "ରାମାୟଣ" ଏକ ବଡ଼ ବ୍ରେକ୍ । ଏହି ଭୂମିକା ପାଇଁ ତାଙ୍କର ପାରିଶ୍ରମିକ ୨ ରୁ ୪ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି ।

"ରାମାୟଣ"ରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଶୂର୍ପଣଖା ଭୂମିକାରେ ଅଭିନୟ କରିବେ। ତାଙ୍କର ଫିସ୍ ଅନିଶ୍ଚିତ, କିନ୍ତୁ କୁହାଯାଉଛି ଯେ ସେ ଏହି ଫିଲ୍ମ ପାଇଁ ୧ ରୁ ୨ କୋଟି ଟଙ୍କା ପାଇଛନ୍ତି ।

ରଣବୀର କପୁରଙ୍କ ଅଭିନୀତ ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବ, ବିବେକ ଓବେରୟ ଏଥିରେ ଶୁର୍ପନଖାଙ୍କ ସ୍ୱାମୀ ବିଦ୍ୟୁତଜିହ୍ବା ଭୂମିକାରେ ଅଭିନୟ କରୁଛନ୍ତି, ଯାହାଙ୍କ ଫିସ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ramayana: ୪ ହଜାର କୋଟିର 'ରାମାୟଣ': ରଣବୀର କପୁର ନା ୟଶ, କିଏ ଅଧିକ ଟଙ୍କା ନେଇଛନ୍ତି ? | Argus News