Videos
|
Entertainment

ରଣବୀରଙ୍କ ନୂଆ ଘର ପ୍ରସ୍ତୁତ, ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ରଣବୀରଙ୍କ ନୂଆ ଘର ପ୍ରସ୍ତୁତ, ଫ୍ୟାନ୍ସ କହିଲେ...

Key Points

ପୁଣି ଚର୍ଚ୍ଚାରେ ଆଲିଆ-ରଣବୀର

ଦମ୍ପତ୍ତିଙ୍କ ୨୫୦ କୋଟି ଟଙ୍କାର ଘର ପ୍ରସ୍ତୁତ ହୋଇଛି

ଘରର ପ୍ରଥମ ଝଲକ ଦେଖି ସବୁ ଖୁସିରେ

ପୁଣି ଚର୍ଚ୍ଚାରେ ଆଲିଆ ରଣବୀର। ଦମ୍ପତ୍ତିଙ୍କ ୨୫୦ କୋଟି ଟଙ୍କାର ଘର ପ୍ରସ୍ତୁତ ହୋଇସାରିଛି। ବଲିଉଡ୍‌ର ମୋଷ୍ଟ ଆଡରେବଲ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ। ସେମାନଙ୍କର ନୂତନ ଘରକୁ ନେଇ ବହୁତ ଦିନ ଧରି ଚର୍ଚ୍ଚା ଅଛନ୍ତି। ଏହି ବଙ୍ଗଳା ୯୦% ଭାବେ ପ୍ରସ୍ତୁତ। ବର୍ତ୍ତମାନ କିଛି ଭିତର କାମ ଚାଲିଛି। ଯାହା ପ୍ରାୟ ସମାପ୍ତ ହେବା ଅବସ୍ଥାରେ ଅଛି। ବିଳାସପୂର୍ଣ୍ଣ ଘରର ଭିତର ଝଲକରେ, ଆପଣ ଦେଖିପାରିବେ ଯେ ଦମ୍ପତି ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ବିଳାସପୂର୍ଣ୍ଣ ଘର ସମ୍ପୂର୍ଣ୍ଣ ହୋଇସାରିଛି। ରଣବୀର ଏବଂ ଆଲିଆଙ୍କ ଏହି ପ୍ରୋଜେକ୍ଟ ବହୁତ ଦିନ ଧରି ଚାଲିଥିଲା।


ଲୋକମାନେ ଏହି ଘର ଝଲକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ଘରକୁ ବନାଇବା ପାଇଁ ପ୍ରାୟ ୫ ବର୍ଷ ସମୟ ଲାଗିଥିଲା। ଦମ୍ପତିଙ୍କ ଏହି ଘରର ମୂଲ୍ୟ ୨୫୦ କୋଟି ଟଙ୍କା। ବର୍ତ୍ତମାନ ଏହି ଘରର ପୂରା ଝଲକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ବହୁତ ଆଶ୍ଚର୍ଯ୍ୟଜନକ ।ରଣବୀର ଏବଂ ଆଲିଆଙ୍କ ଏହି ଘର ତାଙ୍କ ଜେଜେମା କୃଷ୍ଣା ରାଜ କପୁରଙ୍କ ନାମରେ ନାମିତ ହେବ। କୁହାଯାଉଛି ଯେ ଏହି ଘର ଦମ୍ପତିଙ୍କ ଝିଅ ରାହା ପାଇଁ ଏକ ଉପହାର। ବର୍ତ୍ତମାନ ଏହି ଦମ୍ପତି କେବେ ସେମାନଙ୍କ ପରିବାର ସହିତ ଏହି ଘରକୁ ଶିଫ୍ଟ ହେବେ ସେ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଏହି ନୂତନ ଘର ସେମାନଙ୍କ ପରିବାରର ସମ୍ପର୍କକୁ ଦର୍ଶାଉଛି। ଏହି ଘର ମୂଳତଃ ରଣବୀରଙ୍କ ଜେଜେ ବାପାଙ୍କର। ଯାହାକୁ ସେ ୪୫ ବର୍ଷ ପୂର୍ବେ ନୀତୁ କପୁର ଏବଂ ଋଷି କପୁରଙ୍କୁ ଦେଇଥିଲେ। ବର୍ତ୍ତମାନ ରଣବୀର ଏବଂ ଆଲିଆ ଏହି ଘରେ ରହିବାକୁ ଯାଉଛନ୍ତି । କୋଠାଟି ୬ ମହଲା ବିଶିଷ୍ଟ । ଛଅ ମହଲା ବଙ୍ଗଳାର ପ୍ରତ୍ୟେକ ମହଲାର ବାଲକୋନି ଗଛ ଲତାରେ ସଜାଯାଇଛି। ସୁନ୍ଦର ଲିଭିଙ୍ଗ୍ ରୁମ୍, ଚମତ୍କାର ଝୁମର, ହାଙ୍ଗିଙ୍ଗ୍‌ ଗାର୍ଡନ, ବିଶାଳ ଡେକ୍ ଏରିଆ ସାମିଲ ରହିଛି। କିନ୍ତୁ, ଏହି ଭିଡିଓରେ ଘର ଭିତରର ଜିନିଷ ଦେଖାଯାଉନାହିଁ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Ranbir Kapoor and Alia Bhatt's Rs 250 crore bungalow goes VIRAL || Argus News | Argus News