ଆଲିଆ ନୁହେଁ, ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ରଣବୀର...

Key Points
ପତ୍ନୀ ଆଲିଆଙ୍କୁ ଚାହୁଁନଥିଲେ ରଣବୀର
ଖୋଲି କହିଲେ ସବୁ ସତ
ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ରଣବୀର
କଥାରେ ଅଛି ସତ କେବେ ଲୁଚି ରହେନା। ଆଉ ନିଜ ମୁହଁରେ ସବୁ ସତ ଖୋଲି କହିଦେଲେ ଅଭିନେତା ରଣବୀର କପୁର। କହିଲେ ଆଲିଆ କେବେ ବି ମୋର ପସନ୍ଦ ନୁହଁନ୍ତି। ମୁଁ ଆଉ ଜଣେ ଅଭିନେତ୍ରୀଙ୍କ ପାଇଁ ପାଗଳ ପରି ନ୍ୟୁୟର୍କର ରାସ୍ତାରେ ଦୌଡ଼ୁଥିଲି। ହେଲେ ସେ ମୋତେ ଗେଟ୍ ଲଷ୍ଟ କହିଦେଲେ। ଆଉ ଯଦି ଏବେବି ସେ ମୋତେ ମିଳିଯାଆନ୍ତି, ତେବେ ...
ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ, କିଏ ଏହି ଅଭିନେତ୍ରୀ? ଆଉ କେହି କେହି ଭାବୁଥିବେ ଯେ, ବୋଧେ ଦୀପିକା ପାଦୁକୋନ ନହେଲେ କ୍ୟାଟ୍ରିନା କୈଫ। ହେଲେ ଏମାନଙ୍କ ଭିତରୁ କେହିବି ନୁହଁନ୍ତି ରଣବୀରଙ୍କ ପସନ୍ଦ। ତେବେ କିଏ ସେହି ଅଭିନେତ୍ରୀ ? ରଣବୀର କପୁର ବଲିଉଡର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଏବଂ ସମସ୍ତେ ତାଙ୍କ ଲୋକପ୍ରିୟତା ବିଷୟରେ ଜାଣନ୍ତି। ସେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ। ତାଙ୍କ ପରିବାର ଏପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିକୁ ଅନେକ ବଡ଼ ବଡ଼ ଷ୍ଟାର ଦେଇଛନ୍ତି। ସେ ତାଙ୍କ ସ୍ୱର୍ଗତ ଦାଦା ରାଜ କପୁର, ସ୍ୱର୍ଗତ ବାପା ଋଷି କପୁର କିମ୍ବା ମା’ ନୀତୁ କପୁର କିମ୍ବା ପତ୍ନୀ ଆଲିଆ ଭଟ୍ଟ ହୁଅନ୍ତୁ। ପ୍ରକୃତରେ ରଣବୀର କପୁର 'ଥୋର୍' ଫିଲ୍ମରେ ଜେନ୍ ଫୋଷ୍ଟର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ନତାଲି ପୋର୍ଟମ୍ୟାନଙ୍କ ଜଣେ ବଡ଼ ପ୍ରଶଂସକ।
📱 Get Argus News App
✨ରଣବୀର କପୁର କପିଲ ଶର୍ମାଙ୍କ ଶୋ’ରେ ପ୍ରକାଶ କରିଥିଲେ ଯେ ସେ ନତାଲି ପୋର୍ଟମ୍ୟାନଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ଥରେ ସେ ନ୍ୟୁୟର୍କରେ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ତାଙ୍କ ପଛରେ ଦୌଡ଼ିଥିଲେ। ରଣବୀର କହିଥିଲେ ଯେ, ତାଙ୍କୁ ଜୋରସେ ପରିସ୍ରା ଲାଗୁଥିଲା ଏବଂ ସେ ନ୍ୟୁୟର୍କର ରାସ୍ତାରେ ଶୌଚାଳୟ ଖୋଜୁଥିଲେ। ଏହି ସମୟରେ ସେ ନତାଲିଙ୍କୁ ଦେଖିଲେ ଏବଂ ସେ ଟଏଲେଟ ଛାଡି ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଦୌଡ଼ିଲେ। କିନ୍ତୁ, ଫଟୋ ବଦଳରେ ତାଙ୍କୁ ନତାଲିଙ୍କ ଠାରୁ ଗାଳି ମିଳିଥିଲା।ଘଟଣାଟି ମନେ ପକାଇ ରଣବୀର କହିଛନ୍ତି- ମୁଁ ଯେତେବଳେ ତାଙ୍କ ପାଖକୁ ଗଲି ସେତେବେଳେ ସେ ଫୋନ୍ରେ କାହା ସହିତ କଥା ହେଉଥିଲେ ଏବଂ କାନ୍ଦୁଥିଲେ।
ମୁଁ ତାଙ୍କ ପାଖକୁ ଯାଇ କହିଲି – ଗୋଟିଏ ଫଟୋ, ଗୋଟିଏ ଫଟୋ। ସେ ରାଗରେ ମୋ ଆଡ଼କୁ ମୁହଁ ବୁଲାଇ କହିଲେ- ଗେଟ ଲଷ୍ଟ! ଏହା କହି ସେ ଚାଲିଗଲେ ଏବଂ ମୋର ହୃଦୟ ଭାଙ୍ଗିଗଲା। ତଥାପି, ଏହାର ଅର୍ଥ ନୁହେଁ ଯେ ମୋର ଫ୍ୟାନଡମ କମ ହୋଇଗଲା। ମୁଁ ଏବେ ବି ତାଙ୍କର ପ୍ରଶଂସକ ଏବଂ ଯଦି ମୁଁ ତାଙ୍କୁ କୌଣସି ସ୍ଥାନରେ ଭେଟିବି, ତେବେ ମୁଁ କହିବି – “ୱାନ୍ ଫଟୋ ପ୍ଲିଜ୍” । ରଣବୀରଙ୍କ ଏହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କେହି କେହି କହୁଛନ୍ତି କି ଯଦି ଆଲିଆ ଏହା ଶୁଣିବେ ତେବେ ନିଶ୍ଚୟ ତାଙ୍କ ଭିତରେ ବିବାଦ ସୃଷ୍ଟି ହେବ। ଦୁହେଁ ଅଳଗା ହୋଇପାରନ୍ତି। କିନ୍ତୁ କହିବାକୁ ଗଲେ ସେମିତି କିଛି ନାହିଁ। ରଣବୀର ଆଲିଆଙ୍କୁ ବହୁତ ପସନ୍ଦ କରନ୍ତି କିନ୍ତୁ ନତାଲିଙ୍କର ରଣବୀର ହେୁଛନ୍ତି ଜଣେ ବଡ଼ ପ୍ରଶଂସକ।