ଦ୍ଵିତୀୟ ଥର ବାପା ହେବେ କି ରଣବୀର ?

ପୁଣି ଗୁଡ୍ ନ୍ୟୁଜ ଦେବେ ଅଭିନେତ୍ରୀ ଆଲିଆ ଭଟ୍ଟ। ଏନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ। ତାଙ୍କ ଝିଅ ରାହା କପୁର ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି। କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଏହି କପଲ ଆଉ ଏକ ବେବି ପାଇଁ ପ୍ଲାନ କରୁଛନ୍ତି। ତେବେ ଏହା ସତ କି ମିଛ ତାହା ଜଣାପଡିନଥିବାବେଳେ, ଏଭଳି କିଛି ଖବର ଚର୍ଚ୍ଚାର ବିଷୟ ପାଲଟିଛି।
ଏକ ସାକ୍ଷାତକାରରେ, ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ, ସେ ଖୁବ୍ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି? ଏହାର ଜବାବରେ ରଣବୀର କହିଥିଲେ, ଆଶା କରୁଛି ଶୀଘ୍ର କରିବି। ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି। ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହୋଇଥିଲା। ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ବିଷୟରେ ଚିନ୍ତା କରୁଛନ୍ତି। ନିକଟରେ ଆଲିଆ କହିଥିଲେ, ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ, ତେବେ ତା’ ନାମ ଆଗରୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।
ବର୍ତ୍ତମାନ ଏହି କପଲ ଏବେ ତାଙ୍କ ଝିଅ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ ରହୁନାହାନ୍ତି। ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ ସନ୍ତାନକୁ ମୁହଁ ଖୋଲିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: