Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କଣ ଏହି ଅପରେସନ୍ ଖୁକରୀ ? ଯାହାକୁ ନେଇ ନିର୍ମାଣ ହେବ ଫିଲ୍ମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଣ ଏହି ଅପରେସନ୍ ଖୁକରୀ ? ଯାହାକୁ ନେଇ ନିର୍ମାଣ ହେବ ଫିଲ୍ମ

Key Points

ଆସୁଛି 'ଅପରେସନ୍ ଖୁକରୀ'

ଧମାଲ କରିବେ ଅଭିନେତା ରଣଦୀପ ହୁଡା

ପୁଣିଥରେ ବଡ଼ ପରଦାରେ ଧମାଲ କରିବେ ବଲିଉଡର ଦମ୍‌ଦାର ଅଭିନେତା ରଣଦୀପ ହୁଡା । ଅଭିନେତା ଆଗାମୀ ଫିଲ୍ମର ନାମ 'ଅପରେସନ୍ ଖୁକରୀ' ଆନୁଷ୍ଠାନିକ ଚଳଚ୍ଚିତ୍ର ଅଧିକାର ଅଧିଗ୍ରହଣ କରିଛନ୍ତି । ଯାହା ଏକ ବାସ୍ତବ ଜୀବନର ଯୁଦ୍ଧ ନାଟକ । ରଣଦୀପ ହୁଡା 'ଅପରେସନ୍ ଖୁକରୀ' ନାମକ ଏକ ସାମରିକ ନାଟକରେ ନଜର ଆସିବେ ।

୨୦୦୦ ମସିହାରେ ନିର୍ମିତ 'ଅପରେସନ୍ ଖୁକରୀ' ପଶ୍ଚିମ ଆଫ୍ରିକାର ସିଏରା ଲିଓନରେ ବିଦ୍ରୋହୀମାନଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ୨୩୩ ଜଣ ଭାରତୀୟ ସୈନିକଙ୍କ ସତ୍ୟ କାହାଣୀ ଉପରେ ଆଧାରିତ । ଭାରତୀୟ ସୈନିକମାନେ ଖାଦ୍ୟ, ପାଣି କିମ୍ବା ବ୍ୟାକଅପ୍ ବିନା ଶତ୍ରୁ ଦେଶରେ ୭୫ ଦିନ ଧରି ଫସି ରହିଥିଲେ । ଏହି ମିଶନକୁ ଭାରତୀୟ ସେନା ଦ୍ୱାରା କରାଯାଇଥିବା ସବୁଠାରୁ ବିପଦପୂର୍ଣ୍ଣ ଏବଂ ଦୁଃସାହସିକ ଅଭିଯାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ ।

ସୁପରହିଟ୍ ଫିଲ୍ମ 'ଜାଟ'ର ସଫଳତା ପରେ, ଏବେ ରଣଦୀପ ତାଙ୍କର ପରବର୍ତ୍ତୀ ଫିଲ୍ମରେ ଭାରତୀୟ ସେନାର ସବୁଠାରୁ ସାହସିକ କାହାଣୀ ନେଇ ଫେରୁଛନ୍ତି । ରଣଦୀପ ହୁଡା ମେଜର ଜେନେରାଲ ରାଜପାଲ ପୁନିଆ ଏବଂ ଦାମିନୀ ପୁନିଆଙ୍କ 'ଅପରେସନ ଖୁକରୀ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଦ ଇଣ୍ଡିଆନ ଆର୍ମିସ ବ୍ରେଭେଷ୍ଟ ପିସକିପିଂ ମିଶନ ଆବ୍ରୋଡ'ର ଆନୁଷ୍ଠାନିକ ଚଳଚ୍ଚିତ୍ର ଅଧିକାର ହାସଲ କରିଛନ୍ତି । ଏହା ଏକ ଯୁଦ୍ଧ ଫିଲ୍ମ ଯାହା ବିଦେଶ ମାଟିରେ ଭାରତୀୟ ସେନାର ସବୁଠାରୁ ସାହସିକ ଅପରେସନ ମଧ୍ୟରୁ ଗୋଟିଏର କାହାଣୀ ବର୍ଣ୍ଣନା କରେ । ତେବେ ରଣଦୀପ ହୁଡାଙ୍କ ଅଭିନୀତ ଏହି ଫିଲ୍ମ କେବେ ଆସିବ ବୋଲି ଦର୍ଶକ ଅପେକ୍ଷାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
randeep-hooda-to-lead-as-major-general-punia-in-military-drama-based-on-real-life-sierra-leone-rescue | Argus News