Videos
|
Entertainment

Bollywood / ଜାତୀୟ ଚଳଚିତ୍ର ପୁରସ୍କାର ବେଳେ ଏମିତି ନେକଲେସ କାହିଁକି ପିନ୍ଧିଥିଲେ ରାଣୀ?

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଜାତୀୟ ଚଳଚିତ୍ର ପୁରସ୍କାର ବେଳେ ଏମିତି ନେକଲେସ କାହିଁକି ପିନ୍ଧିଥିଲେ ରାଣୀ?

Key Points

ରାଣୀ ମୁଖୀର୍ଜୀଙ୍କ ନେକଲେସରେ ଇଏ କାହା ନାମ ? କାହିଁକି ଏହି ନାମର ନେକଲେସ ପିନ୍ଧିଛନ୍ତି ରାଣୀ?

ଖୁବ ଚର୍ଚ୍ଚାରେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ନେକଲେସ୍‌। ଯାହାକୁ ନେଇ ସବୁଠି ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ମତ। ଶ୍ରୀମତୀ ଚାଟାର୍ଜୀ ଭରସେସ ନରୱେ ପାଇଁ ରାଣୀ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି। ଆଉ ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିନ ବୋଲି ସେ କହିଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ପ୍ରାୟ ସମସ୍ତ ଅଭିନେତାଙ୍କର ଇଛା ଥାଏ । ଆଉ ଏହି ପୁରସ୍କାର ମିଳିବାର ଅର୍ଥ ତାଙ୍କ କାମରେ ସେମମାନେ ଦକ୍ଷତା ହାସଲ କରିଛନ୍ତି। ତେବେ ପୁରସ୍କାର ମିଳିବା ପରେ ରାଣି ଏନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ଏହି ସମୟରେ ନେକଲେସକୁ ନଜର କରି ଜଣେ ତାଙ୍କୁ ଏହା ବାବଦରେ ପଚାରିଥିଲେ।

କ୍ୟାରିଅରର 30 ବର୍ଷ ପରେ ଶାହରୁଖ ଖାନ ଓ ରାଣା ମୁଖାର୍ଜୀଙ୍କୁ ମିଳିଛି ସଫଳତା। ଶାହରୁଖ ଖାନଙ୍କୁ ସବୁଠାରୁ ଭଲ ଅଭିନେତା ଓ ରାଣୀଙ୍କୁ ସବୁଠାରୁ ବେଷ୍ଟ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଛି । ସୂଚାନଯୋଗ୍ୟ ଯେ ରାଣୀ ମୁଖାର୍ଜୀଙ୍କ ନେକଲେସରେ ‘ଆଦିରା’ ଲେଖାଯାଇଥିଲା । ଏହା ଦେଖି ଜଣେ ରିପୋର୍ଟର ତାଙ୍କୁ ପଚାରିଥିଲେ କି ଆପଣ ନେକଲେସରେ ଆଦିରା କାହିଁ କି ଲେଖିଛନ୍ତି ।

କାହିଁକି ଏମିତି ନେକଲେସ୍‌ ପିନ୍ଧିଥିଲେ ରାଣୀ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜବାବରେ ସେ କହିଥିଲେ କି, ମୁଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଘରେ ସମସ୍ତେ ଖୁସି ହୋଇଥିଲେ । ଆଉ ସବୁଠାରୁ ଅଧିକ ଖୁସିଥିଲା ମୋ ଝିଅ ‘ଆଦିରା’ । ମାତ୍ର ଯେତେବେଳେ ତାଙ୍କୁ କୁହାଗଲା ଯେ 14 ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ, ସେତେବେଳେ ତାର ହୃଦୟ ଭାଙ୍ଗିଗଲା। ସେ ଦୁଃଖିତ ଥିଲା । ଏଣୁ ଏଠାକୁ ଆଦିରାକୁ ଆଣି ପାରି ନଥିଲି ସତ, ମାତ୍ର ତା ନାମର ନେକଲେସ ପିନ୍ଧିଲେ ମତେ ଲାଗେ ସେ ମୋ ସହ ଅଛି । ଆଉ ଏହି ନେକଲେସ ଦେଖି ଝିଅ ଆଦିରା ମଧ୍ୟ ଖୁସି ହୋଇଥିଲା।

୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ରାଣୀ ମୁଖାର୍ଜୀ ଏବଂ ଶ୍ରେଷ୍ଠ ଅଭିନେତା ବର୍ଗରେ ବିକ୍ରାନ୍ତ ମେସିଙ୍କୁ ଜାତୀୟ ପୁରସ୍କାର ମିଳିଛି।  ରାଣୀ ମୁଖାର୍ଜୀଙ୍କୁ ତାଙ୍କ ଚଳଚ୍ଚିତ୍ର 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରର ପ୍କରଦାନ କରାଯାଇଛି । ଏହି ଚଳଚ୍ଚିତ୍ରଟି ଏକ ସତ୍ୟ ଘଟଣା ଉପରେ ଆଧାରିତ, ଯେଉଁଥିରେ ଜଣେ ପ୍ରବାସୀ ଭାରତୀୟ ମା' ନିଜ ସନ୍ତାନକୁ ଫେରି ପାଇବା ପାଇଁ ନରୱେ ସରକାରଙ୍କ ସହ କରୁଥିବା ଆଇନଗତ ଲଢ଼େଇକୁ ଦର୍ଶାଯାଇଛି । ଫିଲ୍ମରେ ରାଣୀଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶକ୍ତିଶାଳୀ ଥିଲା, ଯାହା ସମୀକ୍ଷକ ଏବଂ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା । ଜଣେ ମା'ର ସଂଘର୍ଷ, ଯନ୍ତ୍ରଣା ଏବଂ ସାହସକୁ ସେ ନିଜ ଅଭିନୟରେ ଜୀବନ୍ତ କରିପାରିଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Bollywood | Why Did Rani Wear That Necklace at National Film Awards? | Argus News | Argus News