Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାଦ ପରେ ବ୍ରେକଅପ୍‌ !

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିବାଦ ପରେ ବ୍ରେକଅପ୍‌ !

ଥମୁନି ବିବାଦ, ଥମୁନି ଚର୍ଚ୍ଚା। ଗୋଟିଏ ପରେ ଗୋଟିଏ ବିବାଦ ପଛ ଛାଡୁନି ରଣବୀର ଆହ୍ଲାବାଦିଆ । ସେ କମେଡି ଶୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ୍’ରେ ବାପା ମାଙ୍କ ଶାରୀରିକ ସମ୍ପର୍କ ରଖିବା ସମୟର ଦୃଶ୍ୟ ଦେଖିବାକୁ ଚାହିଁବେ କି କହି ଏକ କମେଡ଼ି କରିଥିଲେ। ଯାହାପରେ ଆରମ୍ଭ ହୋଇଥିଲା ବିବାଦ। ତାଙ୍କୁ ଗିରଫ କରାଯାଉ ବୋଲି ଅନେକ ନେଟିଜେନ୍ସ ଦାବି କରିଥିଲେ। ହେଲେ ଏହି ବିବାଦ ପାଇଁ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ଛାଡ଼ିଦେଇଥିବା କଥା ସାମ୍ନାକୁ ଆସିଛି। ଅର୍ଥାତ୍ ଏହି ବିବାଦ ପାଇଁ ରଣବୀରଙ୍କର ବ୍ରେକଅପ୍ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି। ଦୁହେଁ ଦୁହିଁଙ୍କୁ ଅନଫଲୋ କରିଛନ୍ତି ତେଣୁ ଅନୁମାନ କରାଯାଉଛି କି ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଛି। ଯେହେତୁ ରଣବୀର ଏହି ବିବାଦରେ ଫସିଛନ୍ତି। ଆଉ ଏହି ବିବାଦରେ ଫସିବା ପରେ ହିଁ ତାଙ୍କ ଗର୍ଲଫେଣ୍ଡ ନିକ୍କୀ ଶର୍ମା ଇନଷ୍ଟାଗ୍ରାମରେ ରଣବୀରଙ୍କୁ ଅନଫଲୋ କରିଥିବା କଥା ଚର୍ଚ୍ଚା ହେଉଛି।

କେବଳ ନିକ୍କୀ ନୁହଁନ୍ତି ରଣବୀର ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଅନଫଲୋ କରିଥିବା କଥା କୁହାଯାଉଛି। ଯାହାପରେ ଏହି ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଛି ବୋଲି ଚର୍ଚ୍ଚା ହେଉଛି। ଯେହେତୁ ଦିନକୁ ଦିନ ରଣବୀରଙ୍କର ବିବାଦ ବଢ଼ୁଛି ତେଣୁ ନିକ୍କୀ ତାଙ୍କ ସହ ବ୍ରେକଅପ୍ କରିଥିବା କଥା କୁହାଯାଉଛି।
କମେଡ଼ି ଶୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ୍’ରେ ୟୁଟ୍ୟୁବର ତଥା ଇନଫ୍ଲ୍ୟୁୟେନ୍ସର ରଣବୀର ଆହ୍ଲାବାଦିଆଙ୍କୁ ଗେଷ୍ଟ ଭାବରେ ଡକାଯାଇଥିଲା। ହେଲେ ସେ କମେଡି କରୁ କରୁ କହିଥିଲେ କି ଆପଣ ନିଜ ପିତା ମାତାଙ୍କ ଶାରୀରିକ ସମ୍ପର୍କ ଦେଖିବାକୁ ଚାହିଁବେ କି?

ଆଉ ତାଙ୍କର ଏହି ପଦେ କଥା ସବୁଠି ତାଙ୍କ ବିରୋଧରେ ବିବାଦ ଛିଡ଼ା କଲା। ବର୍ତ୍ତମାନ ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତା ଏବଂ ହାସ୍ୟ ଅଭିନେତାମାନେ ରଣବୀରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored