ରଣବୀର ନେଲେ ବଡ଼ ନିଷ୍ପତ୍ତି, ବ୍ଲାକ କଲର ଅପଡେଟ ଦେଇ ଫସିଲେ

Key Points
ବୈବାହିକ ଜୀବନରେ ଝଡ଼ ନା ଆଉ କିଛି
ରଣବୀର ନେଲେ ବଡ଼ ନିଷ୍ପତ୍ତି
ଯାହା ଶୁଣିବା ପରେ ସମସ୍ତେ ଚିନ୍ତାରେ
ବୈବାହିକ ଜୀବନରେ ଝଡ଼ ନା ଆଉ କିଛି ! ରଣବୀର ନେଲେ ବଡ଼ ନିଷ୍ପତ୍ତି । ବ୍ଲାକ କଲର ଅପଡେଟ ଦେଇ କଣ କହିବାକୁ ଚାହୁଁଛନ୍ତି ରଣବୀର । ବଲିଉଡରେ ଚାଲିଛି ଅଲଗା ହେବାର ପର୍ବ। ଏକଥା ଏଥିପାଇଁ କହୁଛୁ କି ରଣବୀର ଏବଂ ଦୀପିକାଙ୍କ ଭିତରେ କିଛି ଏମିତି ଫାଟ ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚାକୁ ଖୋରାକୁ ଯୋଗାଉଛି ରଣବୀର ସିଂଙ୍କ ଏକ ପୋଷ୍ଟ। ବଲିଉଡ୍ ଅଭିନେତା ରଣବୀର ସିଂହ। ନିଜର ୟୁନିକ ଡ୍ରେସିଂ ଷ୍ଟାଇଲ୍ ସହ ଅଭିନୟକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ବଡ଼ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟଗୁଡ଼ିକ ହଟାଇ ଦେଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଦେଇଛି।
ଜୁଲାଇ ୬ ଥିଲା ରଣବୀରଙ୍କ ଜନ୍ମଦିନ। ସେ ନିଜର ୪୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ପ୍ରଶଂସକ ଏଥିଲାଗି ବେଶ ଉତ୍ସାହିତ ଥିବା ବେଳେ ଗୋଟିଏ ଦିନ ପୂର୍ବରୁ ରଣବୀରଙ୍କ ନିଷ୍ପତ୍ତି ଚକିତ କରିଛି। କେବଳ ଏତିକି ନୁହେଁ ରଣବୀର ନିଜର ପ୍ରୋଫାଇଲ ଫଟୋ ହଟାଇ ବ୍ଲାକ୍ କଲର୍ ଅପ୍ଡେଟ୍ କରିଦେଇଛନ୍ତି।
📱 Get Argus News App
✨ସମସ୍ତ ପୋଷ୍ଟ ଡିଲିଟ କରିବା ସହିତ, ରଣବୀର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି। ସେ ଏକ କ୍ରସ ସୋର୍ଡ ଇମୋଜି ପୋଷ୍ଟ କରିଛନ୍ତି ଏବଂ ତା ସହିତ ୧୨:୧୨ ଲେଖିଛନ୍ତି। ଏବେ ସେ ସମସ୍ତ ପୋଷ୍ଟ କାହିଁକି ଡିଲିଟ କଲେ? ଏହି ୧୨:୧୨ ଏବଂ ସୋର୍ଡ ଇମୋଜିର ଅର୍ଥ କ’ଣ? ଏହା ବିଷୟରେ କେବଳ ରଣବୀର ହିଁ ଭଲ ଭାବରେ କହିପାରିବେ। ତଥାପି, ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ଏପରି କରିବା ପଛରେ ତାଙ୍କର ଆଗାମୀ ଫିଲ୍ମ ’ଧୁରନ୍ଧର’ ସହ ଜଡିତ ହୋଇପାରେ। ଆଉ କେହି କେହି କହୁଛନ୍ତି କି ସେମାନଙ୍କ ଫ୍ୟାମିଲିରେ ସବୁକିଛି ଠିକ ଚାଲିଛି ତ ?