Bollywood News / କାନ୍ତାରାର ନକଲ କରି ଟ୍ରୋଲ୍ ହେଲେ ରଣବୀର ସିଂ, ହାତ ଯୋଡି କ୍ଷମା ମାଗିଲେ ଅଭିନେତା
·7 months ago·2 min read

Key Points
ରଣବୀର ମଜାରେ ମଞ୍ଚ ଉପରୁ ରିଷଭ ସେଟ୍ଟୀଙ୍କୁ ଇଙ୍ଗିତ କରି କହିଥିଲେ, "ଏଠାରେ କେହି ମୋତେ କାନ୍ତାରା ୩ ରେ ଦେଖିବାକୁ ଚାହୁଁଛନ୍ତି କି ? ଏହି ବ୍ୟକ୍ତିଙ୍କୁ କୁହନ୍ତୁ ।"
ପୁଣି ଟ୍ରୋଲର ଶିକାର ହେଲେ ବଲିଉଡ ଅଭିନେତା ରଣବୀର ସିଂ । କିନ୍ତୁ ଏଥର, ତାଙ୍କ ଆଗାମୀ ଫିଲ୍ମ 'ଧୁରନ୍ଧର' ପାଇଁ ନୁହେଁ, ବରଂ 'କାନ୍ତାରା'ର ମିମିକ୍ରି କରିବା ପଡିଲା ଭାରୀ । ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାପନ ଉତ୍ସବରେ ଯୋଗ ଦେଇଥିଲେ । ଗତ ୫୦ ବର୍ଷ ଧରି ସିନେମାରେ ଅବଦାନ ପାଇଁ ରଜନୀକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ସେ 'କାନ୍ତାରା' ଫିଲ୍ମ ନେଇ ପ୍ରତିକ୍ରିୟା ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଅନେକଙ୍କୁ କ୍ରୋଧିତ କରିଛି ।
'କାନ୍ତାରା' ନିର୍ଦ୍ଦେଶକ ତଥା ଅଭିନେତା ଋଷଭ ଶେଟ୍ଟୀ ମଧ୍ୟ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଉପସ୍ଥିତ ଥିଲେ । ତାଙ୍କ ଉପସ୍ଥିତି ସମୟରେ, ରଣବୀର ସିଂ ଫ୍ରାଞ୍ଚାଇଜକୁ ପ୍ରଶଂସା କରିଥିଲେ । 'କାନ୍ତାରା ଚାପ୍ଟର ୧ 'ରେ ଋଷଭ ଶେଟ୍ଟୀଙ୍କ ଅଭିନୟକୁ ଉଲ୍ଲେଖ କରି, ସେ ଗୁଲିଗା ଦୈଭାଙ୍କ ଭଉଣୀ ଚୌଣ୍ଡିଙ୍କୁ ବର୍ଣ୍ଣନା କରିଥିଲେ ଏବଂ ମଞ୍ଚ ଉପରେ ସେହି ଚରିତ୍ରର ନକଲ କରିଥିଲେ । ଭାଇରାଲ ଭିଡିଓରେ, ଋଷଭ ଶେଟ୍ଟୀ ତାଙ୍କ ହାତ ଧରି ରଣବୀରଙ୍କୁ ଇଙ୍ଗିତ କରୁଥିବାର ଦେଖାଯାଉଛି, ଏହାକୁ ପୁନରାବୃତ୍ତି କରିବାକୁ ମନା କରୁଛନ୍ତି ।
କ୍ଷମା ମାଗିଲେ ରଣବୀର
ରଣବୀର ମଜାରେ ମଞ୍ଚ ଉପରୁ ରିଷଭ ସେଟ୍ଟୀଙ୍କୁ ଇଙ୍ଗିତ କରି କହିଥିଲେ, "ଏଠାରେ କେହି ମୋତେ କାନ୍ତାରା ୩ ରେ ଦେଖିବାକୁ ଚାହୁଁଛନ୍ତି କି ? ଏହି ବ୍ୟକ୍ତିଙ୍କୁ କୁହନ୍ତୁ ।" ଏହି ମୁହୂର୍ତ୍ତଟି ହସରେ ପରିପୂର୍ଣ୍ଣ ହୋଇଥିବା ବେଳେ, ସେଗମେଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଅନେକ ଅନୁଭବ କରିଥିଲେ ଯେ ଅସମ୍ମାନଜନକ ଥିଲା । ବିବାଦ ବଢ଼ିବା ପରେ, ରଣବୀର ସିଂହ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି କ୍ଷମା ମାଗିଛନ୍ତି।
ସେ ଲେଖିଛନ୍ତି, "ମୁଁ ଫିଲ୍ମରେ ରିଷଭ ଶେଟ୍ଟୀଙ୍କ ଜବରଦସ୍ତ ଅଭିନୟକୁ ପ୍ରଶଂସା କରୁଥିଲି। ତାଙ୍କ ପରି ଅଭିନୟ କରିବା ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡ଼େ ତାହା କେବଳ ଜଣେ ଅଭିନେତା ବୁଝିପାରିବେ। ସେ ଯେଉଁଭଳି ସେହି ଦୃଶ୍ୟକୁ ଚିତ୍ରଣ କରିଛନ୍ତି ତାହା ପ୍ରଶଂସନୀୟ। ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ମୋ ଦେଶର ସମସ୍ତ ପରମ୍ପରା ଏବଂ ସଂସ୍କୃତିକୁ ସମ୍ମାନ କରେ। କିନ୍ତୁ ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଥାଏ, ତେବେ ମୁଁ ଏଥିପାଇଁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।"
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories