ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ ବାଦଶାହ , ପଚାରିଲେ ଏମିତି ପ୍ରଶ୍ନ...

Key Points
ସଂସାରରେ ଅସତ୍ୟ ଚାରିଆଡେ ଭରି ହୋଇ ରହିଛି, ଆଉ ଏହି ସମୟରେ ଯଦି ତୁମେ ସତ୍ୟ ପଥରେ ଚାଲିବ , ତେବେ ଖୁବ୍ କମ ଲୋକ ତୁମର ସାଥ୍ ଦେବେ । କିନ୍ତୁ ଗୋଟେ କଥା ମନେ ରଖିବାକୁ ହେବ, ଯଦି ଭଗବାନ ତୁମର ସାଥ୍ ଦେବେ, ତାହେଲେ ପୁରା ଦୁନିଆ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ ।
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ଏବେ ସମସ୍ତଙ୍କ ମାର୍ଗଦର୍ଶକ ପାଲଟିଛନ୍ତି। ଦେଶର ତଥା ବିଦେଶର କୋଣ ଅନୁକୋଣରୁ ଅନେକ ବ୍ୟକ୍ତି, ସନ୍ଥ, ପ୍ରତିଷ୍ଠିତ ଚେହେରା ତାଙ୍କର ଦର୍ଶନ କରି ସାନିଧ୍ୟ ଲାଭ କରିବାକୁ ଆସୁଛନ୍ତି । କେବଳ ଦର୍ଶନ ନୁହେଁ, ବରଂ ନିଜ ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ପାଇଁ ତାଙ୍କ ଆଶ୍ରମରେ ପହଞ୍ଚୁଛନ୍ତି । ପୂର୍ବରୁ ବିରାଟ କୋହଲି, ଅନୁଷ୍କା ଶର୍ମା । ଶିଳ୍ପା ସେଟ୍ଟି ଏବଂ ରାଜ କୁନ୍ଦ୍ରାଙ୍କ ଭଳି ଅନେକ ସେଲିବ୍ରିଟି ତାଙ୍କର ନିଜ ନିଜ ଜୀବନର ସମସ୍ୟା ନେଇ ପ୍ରେମାନନ୍ଦ ଜୀଙ୍କ ପାଖରେ ପହଞ୍ଚିଛନ୍ତି । ଆଉ ଏବେ ବଲିଉଡର ରାପ୍ ସିଙ୍ଗର ବାଦଶାହ ପହଞ୍ଚିଛନ୍ତି ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶ୍ରମ ବୃନ୍ଦାବନରେ । ପ୍ରେମାନନ୍ଦ ଜୀଙ୍କ ଦର୍ଶନ କରିବା ସହ ତାଙ୍କୁ ତାଙ୍କ ଜୀବନରେ ଚାଲୁଥିବା ଛୋଟବଡ ସମସ୍ୟା ବିଷୟରେ କହିଛନ୍ତି ।
ତେବେ ବାଦଶାହଙ୍କ ଭାଇ ମଧ୍ୟ ଆସିଥିବା ବେଳେ ପ୍ରେମାନନ୍ଦ ଜୀଙ୍କ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି , ଏହି ଦୁନିଆରେ ସତ ସମସ୍ତଙ୍କୁ ଦରକାର । କିନ୍ତୁ ସତ କହିଲେ, ସମ୍ପର୍କ ଭାଙ୍ଗିଯାଉଛି । ଆଜିକାଲି ସତ ଶୁଣିବାର ସାହସ କାହା ପାଖରେ ବି ନାହିଁ । ସତ କହିଲେ ସମସ୍ତେ ଦୂରେଇ ଯାଉଛନ୍ତି । ଆଉ ଏହି ପରିସ୍ଥିତିରେ ନା ମଣିଷ ନିଜର କାମ କରିପାରୁଛି, ନା ନିଜର ମନକୁ ସ୍ଥିର ରଖିପାରୁଛି । ତେବେ ପ୍ରେମାନନ୍ଦ ଜୀ ଏପରି ଶୁଣିବା ପରେ ସାମାନ୍ୟ ହସି ଉତ୍ତର ଦେଇଥିଲେ, ଯଦି ମଣିଷ ନିଜର ହୃଦୟକୁ ଟିକେ ମଜବୁତ କରିଦିଏ, ତେବେ ବୁଝିପାରିବ ଭଗବାନ ହିଁ ସତ୍ୟ ଅଟନ୍ତି । ସଂସାରରେ ଅସତ୍ୟ ଚାରିଆଡେ ଭରି ହୋଇ ରହିଛି, ଆଉ ଏହି ସମୟରେ ଯଦି ତୁମେ ସତ୍ୟ ପଥରେ ଚାଲିବ , ତେବେ ଖୁବ୍ କମ ଲୋକ ତୁମର ସାଥ୍ ଦେବେ । କିନ୍ତୁ ଗୋଟେ କଥା ମନେ ରଖିବାକୁ ହେବ, ଯଦି ଭଗବାନ ତୁମର ସାଥ୍ ଦେବେ, ତାହେଲେ ପୁରା ଦୁନିଆ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ । ସତ୍ୟ କହିଲେ, ନିଜେ ପରମାତ୍ମା ତୁମ ସହ ରହିବେ । ଯେତେବେଳେ ପରମାତ୍ମା ନିଜେ ରହିବେ, ସେତେବେଳେ ସାରା ଦୁନିଆ ତୁମକୁ ସମ୍ମାନ କରିବ ।
ସତ୍ୟ କେବେ ହେଲେ ଅସତ୍ୟ ହୋଇପାରିବ ନାହିଁ । ଯେଉଁମାନେ ଅସତ୍ୟକୁ ମହତ୍ତ୍ଵ ଦେଇଥାନ୍ତି, ସେମାନେ କେବେ ତୁମର ପ୍ରକୃତ ମିତ୍ର ହୋଇପାରିବେ ନାହିଁ । ସତ୍ୟ ହିଁ ନାରାୟଣ , ସତ୍ୟ ହିଁ ପ୍ରଭୁ ଅଟନ୍ତି । ଯେତେବେଳେ ଭଗବାନ ତୁମ ସହ ରହିବେ, ସେତେବେଳେ ସାରା ସଂସାର ତୁମ ଆଗରେ ମୁଣ୍ଡ ନୁଆଁଇବ ।
ଶେଷରେ ମହାରାଜ କହିଥିଲେ, ସତ୍ୟରେ ଆଦୌ ନିରାଶ ହୁଅନାହିଁ । ଏହା ଉପରେ ଦୃଢ ରୁହ, ସତ୍ୟ ମାର୍ଗରେ ଚାଲିବା କଠିନ ଅଟେ, କିନ୍ତୁ ଏହି ମାର୍ଗ ଶେଷରେ ସଫଳତା ଦେଇଥାଏ ।