Breakup Controversy / ବିବାହ ପରେ ରଶ୍ମିକାଙ୍କ ଅଡିଓ ଲିକ….ବ୍ରେକଅପ୍ ବିବାଦକୁ ନେଇ କହିଲେ – “ଆଇନଗତ ପଦକ୍ଷେପ ନେବି”
·3 weeks ago·2 min read

Key Points
ଇଣ୍ଟରନେଟର ସେନ୍ସେସନ ପାଲଟିଥିଲେ ଉଭୟ କପଲ। କିନ୍ତୁ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍କୁ ନେଇ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ଏବେ କିଛିଦିନ ହେଲା ବିଜୟ ଏବଂ ରଶ୍ମିକାଙ୍କର ଧୁମଧାମରେ ବିବାହ ହୋଇଥିଲା। ଇଣ୍ଟରନେଟର ସେନ୍ସେସନ ପାଲଟିଥିଲେ ଉଭୟ କପଲ। କିନ୍ତୁ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍କୁ ନେଇ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ରଶ୍ମିକାଙ୍କ ମା’ ସୁମନ ମନ୍ଦାନାଙ୍କର ଏକ ପୁରୁଣା ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରଶ୍ମିକା ଓ ରକ୍ଷିତ ଶେଟ୍ଟୀଙ୍କ ବ୍ରେକଅପ୍ ବିଷୟରେ ଆଲୋଚନା କରାଯାଇଛି।
ଗତ ଫେବୃଆରୀ ୨୬ ତାରିଖରେ ରଶ୍ମିକା ଓ ବିଜୟଙ୍କ ବିବାହ ସରିଥିବା ବେଳେ ଏହାର କିଛି ସପ୍ତାହ ପରେ ଏହି ଅଡିଓ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହା ପ୍ରାୟ ୮ ବର୍ଷ ତଳେ ଏକ କନ୍ନଡ ନ୍ୟୁଜ୍ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରର ଅଂଶବିଶେଷ। ଏଥିରେ ସୁମନ ମନ୍ଦାନା କହିଛନ୍ତି, ରକ୍ଷିତ ଶେଟ୍ଟୀଙ୍କ ପରିବାର ପକ୍ଷରୁ ରଶ୍ମିକାଙ୍କୁ ବିବାହ ପରେ ଅଭିନୟ ଛାଡ଼ିବା ପାଇଁ ସୋସିଆଲ ମିଡିଆରେ ଘୋଷଣା କରିବାକୁ ଚାପ ପକାଯାଉଥିଲା। ସୁମନଙ୍କ ଅନୁଯାୟୀ, ରଶ୍ମିକା ସେତେବେଳେ ଛୋଟ ଥିଲେ ମଧ୍ୟ ପରିବାର ବିବାହ ଠିକ କରିଥିବାରୁ ସେ ଏହି ସମ୍ପର୍କରେ ରାଜି ହୋଇଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ନିର୍ବନ୍ଧ ସମୟରେ ବହୁତ ଝଗଡ଼ା ହୋଇଥିଲା ଏବଂ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ରକ୍ଷିତ ଛୋଟ ଛୋଟ କଥାରେ ବିବାଦ କରୁଥିଲେ ଏବଂ ରଶ୍ମିକାଙ୍କ କ୍ୟାରିୟର ସମ୍ପର୍କିତ ନିଷ୍ପତ୍ତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ବୟାନ ଅନୁଯାୟୀ, ଗୀତ ଗୋବିନ୍ଦ ମୁଭି ରିଲିଜ ପୂର୍ବରୁ ରାତିରେ, ରକ୍ଷିତ ଏବଂ ତାଙ୍କ ମ୍ୟାନେଜର ବିଳମ୍ବିତ ରାତିରେ ଫୋନ୍ କରି ରଶ୍ମିକାଙ୍କୁ ହାଇଦ୍ରାବାଦରୁ ବେଙ୍ଗାଲୁରୁ ତୁରନ୍ତ ତାଙ୍କୁ ଭେଟିବାକୁ କହିଥିଲେ।
ସାକ୍ଷାତକାର କ୍ଲିପରେ, ସୁମନ ମନ୍ଦାନା ସେହି ସମୟ ମଧ୍ୟରେ ଦୁଇ ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ଝଗଡ଼ା ବିଷୟରେ କହିଛନ୍ତି। ତାଙ୍କ ଅନୁସାରେ, ମତଭେଦ ଯୁକ୍ତିତର୍କରେ ପରିଣତ ହୋଇଥିଲା। ସେ ଦାବି କରନ୍ତି ଯେ ଏପରି ଏକ ମୁହୂର୍ତ୍ତରେ, ରକ୍ଷିତ ତାଙ୍କୁ ସମର୍ଥନ କରି ନ ଥିଲେ ଏବଂ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ।ଏହି ଅଡିଓ ଭାଇରାଲ ହେବା ପରେ ରଶ୍ମିକା ସୋସିଆଲ ମିଡିଆ ପ୍ଲାଟଫର୍ମ’ରେ ଏକ ଲମ୍ବା ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ଗତ ୮ ବର୍ଷ ଧରି ମୋ ବିରୋଧରେ କ୍ରମାଗତ ଭାବେ ଅପପ୍ରଚାର ଚାଲିଛି। ମୋ କଥାକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଯାହା ଘଟିଛି, ତାହା ସୀମା ଅତିକ୍ରମ କରିଛି। ୮ ବର୍ଷ ତଳର ଘରୋଇ କଥାବାର୍ତ୍ତାକୁ ବିନା ଅନୁମତିରେ ଭାଇରାଲ କରିବା ମୋର ବ୍ୟକିଗତ ଜୀବନର ଗୁରୁତର ଉଲ୍ଲଂଘନ।”
ଏଥିସହ ପଢ଼ନ୍ତୁ: ରଶ୍ମିକାଙ୍କ ହାତ ଧରିଲେ ବିଜୟ: ପ୍ରଥମ ଫଟୋ ସେୟାର କରି ରଶ୍ମିକା କହିଲେ, ଦେଖନ୍ତୁ ମୋ ସ୍ୱାମୀ ବିଜୟଙ୍କୁ...
ରଶ୍ମିକା ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ଏତେ ତଳକୁ ଚାଲିଯିବେ ବୋଲି କେବେ ଭାବି ନ ଥିଲି। ଜୀବନଟା ଯେତେବେଳେ ଖୁସିରେ ଚାଲିଛି ସେତେବେଳେ ଏଭଳି କରିକି ମୋତେ କଷ୍ଟ ଦେଉଛନ୍ତି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ଆପଣ ଚାହିଁଲେ ବି ଆମ ସମ୍ପର୍କରେ କୌଣସି କଳାଛାଇ ପଡ଼ିବନି। କାରଣ ମୋ ଶାଶୁଘର ଲୋକ ମୋତେ ବହୁତ ଭଲ ପାଆନ୍ତି। ବିଜୟଙ୍କ ଭଳି ସ୍ବାମୀ ଭାଗ୍ୟରେ ଥିଲେ ମିଳେ। ତାଙ୍କର ବର୍ତ୍ତମାନର ବ୍ୟକ୍ତିଗତ ଜୀବନରେ ଖୁସି ସମୟ ଚାଲିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଏହି ବିବାଦ ସୃଷ୍ଟି କରାଯାଉଛି। ଯଦି ଏହି ବିଭ୍ରାନ୍ତିକର ପୋଷ୍ଟଗୁଡ଼ିକୁ ହଟା ନଯାଏ, ତେବେ ସେ ଆଇନର ସାହାଯ୍ୟ ନେବେ ବୋଲି ସ୍ପଷ୍ଟ କରିଛନ୍ତି।

— Rashmika Mandanna (@iamRashmika) March 12, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories