Videos
|
Entertainment

ଆସୁଛି ରଶ୍ମିକାଙ୍କ ଅଭିନୀତ ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସୁଛି ରଶ୍ମିକାଙ୍କ ଅଭିନୀତ ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’

Key Points

ଚର୍ଚ୍ଚାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା

‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମକୁ ଉତ୍କୃଷ୍ଟ କରିବା ପାଇଁ କଠିନ ପ୍ରୟାସ ଜାରି

ଚର୍ଚ୍ଚାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଅଭିନେତ୍ରୀ ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିର୍ଦ୍ଦେଶକ ରାହୁଲ ରବୀନ୍ଦ୍ରନ୍‌ ‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମକୁ ଉତ୍କୃଷ୍ଟ କରିବା ପାଇଁ କଠିନ ପ୍ରୟାସ କରୁଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ ସମ୍ପୂର୍ଣ୍ଣ ଭାବରେ ଏକ ଚରିତ୍ର ଆଧାରିତ ଫିଲ୍ମ, ଯାହା ଏହାକୁ ଅନ୍ୟ ଫିଲ୍ମଗୁଡ଼ିକଠାରୁ ଅଲଗା କରୁଛି। ଫିଲ୍ମକୁ ଶୀଘ୍ର ରିଲିଜ୍‌ ନେଇ ପ୍ରଶଂସକଙ୍କ ଟ୍ରେଣ୍ଡ୍‌ ପରେ ଏହାର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହ ଯଥାଶୀଘ୍ର ‘ଦି ଗର୍ଲଫ୍ରେଣ୍ଡ’କୁ ରିଲିଜ୍‌ କରାଯିବ ବୋଲି ରଶ୍ମିକା ନିଜ ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

‘ଦି ଗର୍ଲଫ୍ରେଣ୍ଡ’ ଏକ ତେଲୁଗୁ ଫିଲ୍ମ ହୋଇଥିବାବେଳେ ଏହାକୁ ହିନ୍ଦୀ, ତାମିଲ, ମାଲୟାଲମ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମକୁ ଯଥାଶୀଘ୍ର ରିଲିଜ୍‌ କରିବା ପାଇଁ ସେମାନେ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି। ଏନେଇ ରଶ୍ମିକା ତାଙ୍କ ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ପ୍ରିୟ ପ୍ରଶଂସକମାନେ, ‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମ ଯଥାଶୀଘ୍ର ରିଲିଜ୍‌ ହେଉ ବୋଲି ଆପଣମାନେ ଚାହୁଁଛନ୍ତି।

ଏଥିପାଇଁ ଆପଣମାନେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ମଧ୍ୟ ଆରମ୍ଭ କରିଛନ୍ତି। ଫିଲ୍ମଟି କେବେ ରିଲିଜ ହେବ ତାହା ଜଣାପଡିନଥିବାବେଳେ ଅପେକ୍ଷାର ସହ ଅନେଇ ବସିଛନ୍ତି ଦର୍ଶକ। ରଶ୍ମିକା ସବୁବେଳେ ନିଜ ଫିଲ୍ମ ହେଉ କି ରିୟଲ ଲାଇଫକୁ ନେଇ ହେଉ ଚର୍ଚ୍ଚାରେ ଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
rashmika-mandanna-gives-update-on-delay-of-her-film-the-girlfriend-well-just-speed-up-the-process-and-deliver-it | Argus News