Vijay Rashmika Wedding News / ବିଜୟଙ୍କ କନିଆଁ ସାଜିବା ପୂର୍ବରୁ ଶ୍ରୀଲଙ୍କାରେ ଛୁଟି କାଟୁଛନ୍ତି ରଶ୍ମିକା
·7 months ago·2 min read

Key Points
ଶ୍ରୀଲଙ୍କାରେ ଛୁଟି କାଟୁଛନ୍ତି ରଶ୍ମିକା
ମସ୍ତି ମୁଡରେ ସାଙ୍ଗମାନଙ୍କ ସହ ମନାଇଲେ ବାଚେଲର ପାର୍ଟ
ରଶ୍ମିକା କହିଲେ ମୋ ଗର୍ଲ୍ସମାନଙ୍କ ପାଇଁ କିଛି ବି

ଆଉ କିଛି ଦିନ ଗଲେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆଉ ଏକ ବିବାହ ଖବର ଶୁଣିବାକୁ ମିଳିବ। ଉଭୟଙ୍କ ଯୋଡ଼ି ବି ସୁପରହିଟ। ହାତରେ ମେହେନ୍ଦୀ, ଲେହେଙ୍ଗା ପିନ୍ଧି ବିଜୟ ଦେବରକୋଣ୍ଡାଙ୍କ କନିଆଁ ହେବେ ରଶ୍ମିକା ମନ୍ଦାନା। ସାଉଥର ଫେମସ ଅଭିନେତ୍ର ରଶ୍ମିକା ମନ୍ଦାନା କିଛି ଦିନ ହେଲା ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଯେ ୨୦୨୬ ମସିହା ଫେବୃଆରୀ ମାସରେ ବିଜୟ ଏବଂ ରଶ୍ମିକା ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ବିବାହ ପୂର୍ବରୁ ରଶ୍ମିକା ତାଙ୍କ ସାଙ୍ଗମାନଙ୍କ ସହ ଶ୍ରୀଲଙ୍କାରେ ମସ୍ତି କରୁଛନ୍ତି। ଶ୍ରୀଲଙ୍କାର ସମୁଦ୍ର କୂଳରେ ସାଙ୍ଗମାନଙ୍କ ସହ ବସି ପ୍ରକୃତିକୁ ଉପଭୋଗ କରିବା ସହ ଚିଲଡଆଉଟ ମୁଡରେ ନଜର ଆସିଛନ୍ତି। ରଶ୍ମିକା ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଖାଇବା-ପିଇବା ସହିତ ବୁଲିବା, ମସ୍ତି କରିବାର ଫଟୋ ଶେୟାର କରିଛନ୍ତି।
ଏହାସହ ପଢ଼ନ୍ତୁ: ରଣବୀର ସିଂଙ୍କ `ଧୁରନ୍ଧର' ମୁଭି କାଶ୍ମୀରର ସୋପିଆନ ଏବଂ ପୁଲଓ୍ବାମାରେ ରେକର୍ଡ କରୁଛି
ଫଟୋ ଗୁଡ଼ିକରେ ରଶ୍ମିକା ଖୁବ ଖୁସି ଦିଶୁଛନ୍ତି। ଗର୍ଲସମାନଙ୍କ ସହ ଏହା ରଶ୍ମିକାଙ୍କର ବାଚେଲର ପାର୍ଟି ମନାଉଥିବା ଫ୍ୟାନ୍ସ ମାନେ ଗେସ୍ କରିଛନ୍ତି। ଅଭିନେତ୍ରୀଙ୍କ ମୁହଁରେ ସୁକୁନର ଖୁସି ଦେଖିବାକୁ ମିଳିଛି। ଏହି ଖୁସିର ମୋମେଣ୍ଟକୁ ରଶ୍ମିକା ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ମୋତେ ୨ ଦିନର ଛୁଟି ମିଳିଛି। ଆଉ ଏଥିପାଇଁ ମୁଁ ଗର୍ଲସ ଗ୍ୟାଙ୍ଗଙ୍କ ସହ ବୁଲିବାକୁ ଆସିଛି।
ଆମେ ଶ୍ରୀଲଙ୍କାର ଏକ ବହୁତ ସୁନ୍ଦର ଜାଗାକୁ ବୁଲିବାକୁ ଆସିଛୁ। ଆମ ଗର୍ଲ୍ସ ଟ୍ରିପ ବହୁତ ଛୋଟ କିନ୍ତୁ ଆମେ ମସ୍ତି କରିବାରେ ସମସ୍ତଙ୍କ ଠାରୁ ଉପରେ। ମୋ ଗର୍ଲ୍ସଗ୍ୟାଙ୍ଗ ସହିତ ମୁଁ ବହୁତ କ୍ଲୋଜ। ଜୀବନରେ ବହୁତ ସାଙ୍ଗ ଦରକାର ନାହିଁ କିନ୍ତୁ କିଛି ଖାସ ବନ୍ଧୁ ରହିବା ନିହାତି ଦରକାର। ଆଉ ମୋ ସାଙ୍ଗମାନେ ମୋ ସାଥୀରେ ସବୁବେଳେ ଅଛନ୍ତି। ମୁଁ ସେମାନଙ୍କୁ ମୋ ସହ ପାଇଥିବାରୁ ନିଜକୁ ଖୁବ ଲକି ବୋଲି ଅନୁଭବ କରେ ବୋଲି ରଶ୍ମିକା କହିଛନ୍ତି। ମୋ ସାଙ୍ଗମାନେ ବହୁତ ଭଲ। ଆଉ କିଛି ଜଣ ଏହି ଗ୍ରୁପରେ ମିସିଂ ଅଛନ୍ତି। ସେମାନେ ଅଫିସିଆଲି କାମରେ ବ୍ୟସ୍ତ ଥିବାରୁ ଆମ ସହ ଯୋଗ ଦେଇପାରିଲେନି। କିନ୍ତୁ ସେମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ପ୍ଲାନ କରିଛି। ତେବେ ଏହା ନିଶ୍ଚିତ ଯେ, ବିବାହ ପୂର୍ବର ଏହା ରଶ୍ମିକାଙ୍କର ବାଚେଲର ପାର୍ଟି ବୋଲି କୁହାଯାଉଛି।
ନିର୍ବନ୍ଧ ଖବର କନଫର୍ମ କଲେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା: "କହିଲେ ସମସ୍ତେ ଜାଣିଛନ୍ତି"
ସାଉଥ ସୁନ୍ଦରୀ ରଶ୍ମିକାଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ। ସାଉଥ ପରେ ଏବେ ବଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରୁଛନ୍ତି। "ଛାଭା" ଫିଲ୍ମ ପରେ, ତାଙ୍କର ଦୀପାବଳିରେ ମୁକ୍ତିଲାଭ କରିଥିବା "ଥାମା" ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଫିଲ୍ମ ସହିତ, ରଶ୍ମିକା ଆଉ ଏକ କାରଣ ପାଇଁ ଖବରରେ ଅଛନ୍ତି। ତାହା ହେଉଛି ତାଙ୍କର ଲଭ ଲାଇଫ୍। କିଛି ଦିନ ପୂର୍ବରୁ, ରଶ୍ମିକା ଏବଂ ବିଜୟଙ୍କ ନିର୍ବନ୍ଧର ଖବର ସାମ୍ନାକୁ ଆସିଥିଲା।
ଅଭିନେତ୍ରୀଙ୍କ ହାତରେ ହୀରା ମୁଦି ଦେଖି ପ୍ରଶଂସକମାନେ କଳ୍ପନା ଜଳ୍ପନା କରିଥିଲେ ଯେ ସେ ନିର୍ବନ୍ଧ କରି ସାରିଛନ୍ତି। ଏବେ ରଶ୍ମିକା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କ ଫିଲ୍ମ "ଥାମା"ର ପ୍ରମୋସନ କରିବା ସମୟରେ, ରଶ୍ମିକାଙ୍କୁ ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ନିର୍ବନ୍ଧ ବିଷୟରେ ପଚରାଯାଇଥିଲା। ଅଭିନେତ୍ରୀ, ଅଧିକ ମନ୍ତବ୍ୟ ନ ଦେଇ, କେବଳ କହିଥିଲେ, " ଏହା ବିଷୟରେ ସମସ୍ତେ ଜାଣିଛନ୍ତି। କେବଳ ଏତିକି ନୁହେଁ, "ଦି ଗର୍ଲଫ୍ରେଣ୍ଡ"ର ଟ୍ରେଲର ଲଞ୍ଚରେ, ଅଲୁ ଅରବିନ୍ଦ ବିଜୟଙ୍କ ନାମ ନେଇ ରଶ୍ମିକାଙ୍କୁ ଚିଡ଼ାଇ କହିଥିଲେ, "ସେ ପ୍ରି-ରିଲିଜ୍ ଇଭେଣ୍ଟ ପାଇଁ ଆସୁଛନ୍ତି।" ଏହା ଶୁଣି ରଶ୍ମିକା ହସି ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories