Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Rashmika Mandanna / ବିବାହ କରିବାର ମାତ୍ର ଦେଢ଼ ମାସ ପରେ, ରଶ୍ମିକା କହିଲେ"ଆମେ ଏବେ ତିନି ଜଣ"

Rashmita Mishra
Browse all articles by Rashmita Mishra
·3 months ago·2 min read
ବିବାହ କରିବାର ମାତ୍ର ଦେଢ଼ ମାସ ପରେ, ରଶ୍ମିକା କହିଲେ"ଆମେ ଏବେ ତିନି ଜଣ"
Rashmika Mandanna

Key Points

ମାଆ ହେବେ କି ରଶ୍ମିକା ? ଫ୍ୟାନ୍ସ ମଧ୍ୟରେ ଚର୍ଚ୍ଚା । 
ବିବାହ କରିବାର ମାତ୍ର ଦେଢ଼ ମାସ ପରେ, ରଶ୍ମିକା କହିଲେ"ଆମେ ଏବେ ତିନି ଜଣ" । 

ସାଉଥ୍‌ର ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ବିଜୟ ଦେବରକୋଣ୍ଡା ଓ ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି କପଲ ଉଦୟପୁରରେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ସାତ ଜନ୍ମର ସାଥୀ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ରଶ୍ମିକା କ୍ୟାପସନ ଦେଇଛନ୍ତି now it's us three । ସେମାନଙ୍କ ବିବାହକୁ ମାତ୍ର ଦେଢ ମାସ ହୋଇଥିବା ବେଳେ ବର୍ତ୍ତମାନ ଏଭଳି ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ବିବାହ ପରେ ବିରୋଶଙ୍କ ହନିମୁନ ସମୟର ବିଭିନ୍ନ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଥିଲେ । ବର୍ତ୍ତମାନ ଏହି ପୋଷ୍ଟକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ବିଜୟ ଓ ତାଙ୍କ ସହିତ ସୁନ୍ଦର ହଳଦିଆ ଫୁଲର ମୁଭେବଲ୍ ଗ୍ରାଫିକ୍ ଦେଖାଯାଉଛି । କିଛି ଲାଲ ହୃଦୟ ଇମୋଜି ମଧ୍ୟ ନଜର ଆସୁଛି । ଏହା ସହିତ, ରଶ୍ମିକା କ୍ୟାପସନରେ ସ୍ମାଇଲ ସହ ଧଳା ହାର୍ଟ ଇମୋଜି ମଧ୍ୟ ଯୋଡ଼ିଛନ୍ତି ଓ ଲେଖିଛନ୍ତି, "ଏବେ ଆମେ ତିନି ଜଣ ।" ରଶ୍ମିକା କଣ ମାଆ ହେବାକୁ ଯାଉଛନ୍ତି ? ରଶ୍ମିକା କ'ଣ ଗର୍ଭବତୀ ? ତିନିର ଅର୍ଥ ଜୁନିଅର ବିରୋଶ କି ? ଏକଥା ଆମେ କହୁ ନାହିଁ । ୟୁଜର୍ସମାନେ କମେଣ୍ଟ ଦେଉଛନ୍ତି । କେହିକେହି ମନ୍ତବ୍ୟ ଦେଉଛନ୍ତି, ପାରିବାରିକ ଜୀବନକୁ ଆପଣଙ୍କୁ ସ୍ୱାଗତ ।

ରଶ୍ମିକାଙ୍କର ଆଉ ଗୋଟିଏ ଆକାଉଣ୍ଟ 'ରଶ୍ମିକା ଏଣ୍ଡ ରୁ' ନାମକ ଏକ ଆକାଉଣ୍ଟ ପୂର୍ବରୁ ଅଛି ଓ ସେ ଏହାକୁ ଏକ ଡାଏରୀ ପରି ରଖନ୍ତି। ସେ କେବଳ ଛୋଟ ଛୋଟ ଜିନିଷ ଲେଖନ୍ତି, କିନ୍ତୁ ଫ୍ଯାନ୍ସଙ୍କୁ ଏହା ପ୍ରଭାବଶାଳୀ ପରି ମନେହୁଏ ।  ବର୍ତ୍ତମାନ ଅଭିନେତ୍ରୀଙ୍କ ଏହି ପୋଷ୍ଟକୁ ଏକ ସାଧାରଣ ଇନଷ୍ଟାଗ୍ରାମ ପୋଷ୍ଟ ବୋଲି କୁହାଯାଉଛି, ଗର୍ଭାବସ୍ଥା ବିଷୟରେ ନୁହେଁ । ବିବାହ ଓ ହନିମୁନ ପରେ ଏହି କପଲ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ରଶ୍ମିକା ବର୍ତ୍ତମାନ ବିଜୟ ଦେବରକୋଣ୍ଡାଙ୍କ ସହ Ranabaaliର ସୁଟିଂ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rashmika Mandanna | Rashmika Shocks Fans: “We Are Three Now” After 1.5 Months of Marriage | Argus News