Videos
|
Entertainment

Rashmika Mandanna / ଆଖିରେ ଖୁସିର ଲୁହ, ବିବାହ ଡ୍ରେସ ଅପେକ୍ଷା ଭାଇରାଲ ହେଉଛି ଅଳଙ୍କାର

Banajyotshna Ray
Browse all articles by Banajyotshna Ray
·6 months ago·3 min read
ଆଖିରେ ଖୁସିର ଲୁହ, ବିବାହ ଡ୍ରେସ ଅପେକ୍ଷା ଭାଇରାଲ ହେଉଛି ଅଳଙ୍କାର
Rashmika Mandanna

Key Points

ଆଖିରେ ଖୁସିର ଲୁହ
ମନରେ ଅସୁମାରୀ ଆଶା
ସାତ ଦିଗପାଳକୁ ସାକ୍ଷୀ ରଖି
ବେଷ୍ଟ୍ ଫ୍ରେଣ୍ଡ୍ କୁ କଲେ ସାତ ଜନ୍ମର ସାଥୀ
ନା ହୀରା ନୀଳା ନା କୌଣସି ମର୍ଡନ ଷ୍ଟାଇଲିଂ...ବାହାଘର ଥିଲା ସମ୍ପୂର୍ଣ୍ଣ ପାରମ୍ପରିକ । ଟ୍ରେଣ୍ଡ୍ ନୁହେଁ ଟ୍ରାଡିସନକୁ ଦେଇଥିଲେ ଅଧିକ ପ୍ରାଧାନ୍ୟ । ବିରୋଶଙ୍କ ବିବାହ ଫଟୋ ସାମନାକୁ ଆସିଲା ପରେ ତାଙ୍କ ବିବାହ ରୀତିନୀତିକୁ ନେଇ ସବୁଠି ଚର୍ଚ୍ଚା । ବିଶେଷ କରି ତାଙ୍କ ଗହଣା ବିଷୟରେ ଅଧିକ ଜାଣିବା ପାଇଁ ଫ୍ୟାନ୍ସ ମାନେ ଅଧିକ ଉତ୍ସାହିତ । କେଉଁ ରୀତିନୀତିରେ ବାହାଘର ହେଲା, ଏ ଗହଣାକୁ କଣ କୁହାଯାଏ ଏନେଇ ଇଣ୍ଟରନେଟ୍ ରେ ସର୍ଚ୍ଚ କରୁଛନ୍ତି ଲୋକେ ।ବିଜୟ ଦେବରକୋଣ୍ଡା ତାଙ୍କ ବିଶେଷ ଦିନରେ ହାତୀଦାନ୍ତ ଧୋତି ପିନ୍ଧିଥିଲେ।

ଏହାକୁ ଏକ ଲାଲ ଅଙ୍ଗବସ୍ତ୍ରମ୍ ସହିତ ଯୋଡିଥିଲେ। ଲାଲ ରଙ୍ଗ, ମନ୍ଦିର ଏବଂ ଜଙ୍ଗଲ-ପ୍ରେରିତ କାରୁକାର୍ଯ୍ୟରେ ଏକ ସମୃଦ୍ଧ ଲୁକ୍ ଦେଇଥିଲେ । ଫୁଲ, ହାତୀ ଏବଂ ସିଂହ ଭଳି ସୁନ୍ଦର ମୋଟିଫ୍ ସହିତ ଧୋତିକୁ ସଜାଇଥିଲେ । ପାରମ୍ପରିକ ସୁନା ଅଳଙ୍କାରର ମିଶ୍ରଣ ତାଙ୍କ ଲୁକ୍ ମହାରାଜା ଭଳି ଅନୁଭବ ଦେଉଥିଲା । ବିଜୟ ନିଜ ବାହୁରେ ପିନ୍ଧିଥିବା ଭାଙ୍କିଠୁ ଅଣ୍ଟାରେ ପିନ୍ଧିଥିବା ଓଡିୟାନମ୍...ବେକରେ ପିନ୍ଧିଥିବା କାଶୁ ମାଳାଠୁ ଆରମ୍ଭ କରି ହରମ ସବୁ କିଛି ନିଜ ପରମ୍ପରା, ସଂସ୍କୃତିର କଥା କହୁଛି । ସେହିପରି ରଶ୍ମିକା ପିନ୍ଧିଥିବା ଗହଣାକୁ ନେଇ ମଧ୍ୟ ଭାରି ଚର୍ଚ୍ଚା । ହୀରା ନୁହେଁ ବରଂ ପରମ୍ପରାକୁ ଦୃଷ୍ଟିରେ ରଖି ତାଙ୍କର ହାର,ମନ୍ଦିର-ଶୈଳୀର ପେଣ୍ଡେଣ୍ଟ, ଝୁମକା, ହେୟାର ବ୍ୟାଣ୍ଡ୍ , ସୋଲଡର୍ ଚେନ୍ ପ୍ରତିଟି ଜିନିଷ ଥିଲା ସୁନାର । ଏହି ଟେମ୍ପୁଲ୍ ଜୁଏଲାରୀ ହାଇଦ୍ରାବାଦର ଶ୍ରୀ ଜୁଏଲାରୀ ଯାହା ଖାଣ୍ଟି ଦକ୍ଷିଣ ଭାରତୀୟ ରାଜକୀୟ ବିବାହର ଆଭାସ ଦେଉଥିଲା । ରଶ୍ମିକାଙ୍କ ଶାଢୀ ସହ ତାଙ୍କୁ ବ୍ଲାଉଜ୍ ଡିଜାଇନ୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

କୌଣସି ହୀରା ନାହିଁ। କୌଣସି ଆଧୁନିକ ଷ୍ଟାଇଲିଂ ନଥିଲା । କେବଳ ସୁନା, ରୀତିନୀତି ଏବଂ ଐତିହ୍ୟ ଯାହା ପିଢ଼ି ପରେ ପିଢ଼ି ଚାଲିଆସିଛି । ଆଉ ଏ ସବୁ ଚମକ ମଧ୍ୟରେ ଭାବପ୍ରବଣ ହୋଇପଡିଥିଲେ ରଶ୍ମିକା । ବିବାହ ରୀତିନୀତି ସମୟରେ ଆଖି ଛଳ ଛଳ ହୋଇପଡିଥିଲା । ବିବାହ ଫଟୋକୁ ଦେଖି କିଏ କହୁଛି ଶିବ ପାର୍ବତୀଙ୍କ ଯୋଡି ତ କିଏ କହୁଛି ରାମ ସୀତା ଯୋଡି । ଉଭୟ କର୍ଣ୍ଣାଟକ ଓ ତେଲୁଗୁ ପରମ୍ପରାରେ ବିବାହ ସମ୍ପନ ହୋଇଛି । ଟ୍ରାଡିସନାଲ ଆଉଟ ଫିଟ୍ ରେ ଦୁହେଁ ଦେବା ଦେବୀ ପରି ଦିଶୁଛନ୍ତି । ରଶ୍ମିକା ଅନାମିକା ଖାନ୍ନାଙ୍କ ଦ୍ୱାରା ନିର୍ମିତ ଏକ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ଯେଉଁଥିରେ ଦକ୍ଷିଣ ଭାରତୀୟ ମନ୍ଦିରରୁ ନିଆଯାଇଥିବା ସୀମାନ୍ତରେ ମନ୍ଦିର-ପ୍ରେରିତ ମୋଟିଫ୍ ଥିଲା । ଏଥିରେ ଦକ୍ଷିଣ ଭାରତୀୟ ଐତିହ୍ୟରେ ଏକ ରାଜକୀୟ ଲୁକ୍ ଥିଲା ।

ଏଥିସହ ପଢ଼ନ୍ତୁ: ଏହି ଦେଶରେ ଖେଳିପାରିବେନି ହୋଲି ! ରଙ୍ଗ ଲଗେଇଲେ ମିଳିବ ଭୟଙ୍କର ଦଣ୍ଡ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜୟ ପାରମ୍ପରିକ ଶକ୍ତି ସହିତ ମେଳ ଖାଇଥିଲେ, ଅନାମିକା ଖାନ୍ନାଙ୍କ ଦ୍ୱାରା ନିର୍ମିତ ଏକ ଲାଲ ଅଙ୍ଗରେଖା ସହିତ ଏକ ହାତୀଦାନ୍ତ ଧୋତି ପିନ୍ଧିଥିଲେ । ଏହା ମନ୍ଦିର ଏବଂ ଜଙ୍ଗଲ ମୋଟିଫ୍ ବିଶିଷ୍ଟ କାରୁକାର୍ଯ୍ୟ ସହିତ ସଜାଯାଇଥିଲା । ବିବାହ ପୂର୍ବରୁ ରଶ୍ମିକାଙ୍କ ବାପା - ମା ବର ପରିବାରକୁ ନଡିଆ, ପାନ ପତ୍ର, ଫଳ, ମିଠା, ଓ ହଳଦୀ -କୁଙ୍କୁମ ଭେଟି ଦେଇଥିଲେ । ତା ପରେ ବିଜୟଙ୍କ ମା ରଶ୍ମିକାଙ୍କୁ ନିଜ ପରିବାରର ଚୁଡି ଭେଟି ଦେଇଥିଲେ । ତା ପରେ ସକାଳୁ 8ଟାରୁ ବିବାହ ବିଧି ଆରମ୍ଭ ହୋଇଥିଲା । ତା ପରେ ଦୁହେଁ ଇନ୍ ଷ୍ଟାଗ୍ରାମ୍ ରେ ଫଟୋ ସେୟାର କରିଥିଲେ । ଆଉ ପରସ୍ପର ପ୍ରତି ନିଜର ଭଲ ପାଇବା ସମ୍ମାନ ଜଣାଇଥିଲେ । ସାଥୀ ହୋଇ ସୁନ୍ଦର ବୈବାହିକ ଜୀବନ ଯାପନ କରିବା ନେଇ କଥା ଦେଇଥିଲେ । ମାର୍ଚ୍ଚ 4 ରେ ତାଜ୍ କ୍ରୀଷ୍ଣାରେ ଏକ ଭବ୍ୟ ପାର୍ଟି ଆୟୋଜନ ହେବ । ଯେଉଁଠି ଯୋଗ ଦେବେ ଉଭୟ ସାଉଥ୍ ଓ ବଲିଉଡର ବଡ ବଡ ସେଲିବ୍ରିଟି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories