ରବିନାଙ୍କ ସୌନ୍ଦର୍ଯ୍ୟର ରାଜ୍; ଖାଉଛନ୍ତି ମାଟି ପାତ୍ରରେ ତିଆରି ଖାଇବା

Key Points
90 ଦଶକରେ ଲୋକଙ୍କ ମନରେ ରାଜ୍ କରୁଥିଲେ ଏହି ହିରୋଇନ
ଏବେ ବି ହିନ୍ଦୀ ସିନେମାରେ ଦେଖାଉଛନ୍ତି ଜଲୱା
ବ୍ୟବହାର କରୁଛନ୍ତି ମାଟି ପାତ୍ର, 60 ବର୍ଷ ପୁରୁଣା ଫର୍ଣ୍ଣିଚର୍
90 ଦଶକରେ ଲୋକଙ୍କ ମନରେ ରାଜ୍ କରୁଥିଲେ । ଆଉ ଏବେ ବି ଲୋକଙ୍କ ମନରେ ସେହି ସ୍ଥାନରେ ଅଛନ୍ତି । ହିନ୍ଦୀ ସିନେମାରେ ଏବେ ବି ତାଙ୍କ ଜଲୱା ଦେଖିବାକୁ ମିଳୁଛି । ଯେତେବେଳେ ସେ ପରଦାକୁ ଆସନ୍ତି ତାଙ୍କ ସୌନ୍ଦର୍ଯ୍ୟତା ଓ ଫିଟନେସ୍ କୁ ନେଇ ଚର୍ଚ୍ଚା ହୁଏ । ହେଲେ ଏବେ ସେ କିଛି ଅଲଗା କଥାକୁ ନେଇ ଚର୍ଚ୍ଚିତ । କାରଣ ନିକଟରେ ବଲିଉଡ ଡାଇରେକ୍ଟର ବା କୋରିଓଗ୍ରାଫର୍ ଫରହା ଖାନ୍ ରବିନାଙ୍କ ଫାର୍ମ ହାଉସ୍ କୁ ଭିଜିଟ୍ କରିଥିଲେ । ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

📱 Get Argus News App
✨ରବିନା ଟଣ୍ଡନ୍ ଙ୍କ ଫାର୍ମ ହାଉସ ଗଛ ପତ୍ରରେ ଭରପୂର୍ । ଏହି ଲକ୍ସରୀ ଫାର୍ମ ହାଉସ ଦେଖିବାକୁ ବହୁତ ସୁନ୍ଦର ଓ ଆକାରରେ ବିରାଟ ବଡ । ଫାର୍ମ ହାଉସଟି ଇକୋ ଫ୍ରେଣ୍ଡଲୀ । ଏହାର ପ୍ରତ୍ୟେକ ରୁମ୍ ମଧ୍ୟ ଆକାରରେ ବେଶ ବଡ । ଆଉ ଏବେ ବି ସେ ନିଜ ରୋଷେଇ ଘରେ ମାଟିରେ ତିଆରି ବାସନ ବ୍ୟବହାର କରୁଛନ୍ତି । ଡାଇନିଂ ରୁମ୍, ଡ୍ରଇଂ ରୁମ୍ ବଡ ବଡ ହୋଇଥିବା ସହ ସବୁଠାରୁ interesting କଥା ହେଉଛି 60 ବର୍ଷ ପୁରୁଣା ଫର୍ଣ୍ଣିଚର ବ୍ୟବହାର କରୁଛନ୍ତି । ଯାହା ଦେଖିବାକୁ ଲକ୍ସରିଅସ୍ ଲାଗିବା ସହ ଏବେ ବି ନୂଆ ଲୁକ୍ ଦେଉଛି । ଗ୍ରୀନ୍ ଓ ମେରୁନ୍ ରଙ୍ଗର ସୋଫା, ଡାଇନିଂ ଟେବୁଲ ଆକର୍ଷଣୀୟ ଲାଗୁଛି ।

ଏହାସହ ଗୋଟିଏ କାନ୍ଥରେ ତାଙ୍କ ପରିବାର ଲୋକଙ୍କର ଫଟୋ ଭରି ହୋଇ ରହିଛି । ଏହାସହ ଫାର୍ମ ହାଉସରେ ବିରାଟ ବଡ ସୁଇମିଂ ପୁଲ୍ ମଧ୍ୟ ରହିଛି । ଯେଉଁଠିକୁ ଏହି ଆକ୍ଟ୍ରେସ ତାଙ୍କ ପରିବାର ସହ ୱିକେଣ୍ଡ୍ ରେ ଭେକେସନ୍ ପାଇଁ ଯାଇଥାନ୍ତି । ତାଙ୍କ କହିବା କଥା ଏହି ଫାର୍ମ ହାଉସ ତାଙ୍କ ବାପା ତାଙ୍କୁ ଦେଇଛନ୍ତି । ଇଣ୍ଟରନେଟ୍ ଏହି ଫାର୍ମ ହାଉସର ଫଟୋ ଭିଡିଓ ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।
