Videos
|
Entertainment

ରବି କିଶନ, ସଂଘର୍ଷମୟ କାହାଣୀର ନାୟକ ସିଏ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ରବି କିଶନ, ସଂଘର୍ଷମୟ କାହାଣୀର ନାୟକ ସିଏ

Key Points

ମତେ ମାରି ଦେଇଥାନ୍ତେ
ସ୍ୱାମୀ ଡ଼ରରେ ନାବାଳିକା ପୁଅକୁ ଘରୁ ବିଦା କରିଦେଲେ ମା'
ସଂଘର୍ଷମୟ କାହାଣୀର ନାୟକ ସିଏ

ରବି କିଶନ...ଏ ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ। ରବି କିଶନ କେବଳ ସିନେମାରେ ନୁହେଁ ବରଂ ରାଜନୈତିକ ଜଗତରେ ମଧ୍ୟ ଏକ ଜଣାସୁଣା ନାମ। ରବି କିଶନ ଏବେ ଭୋଜପୁରୀ ସିନେମାର ସୁପରଷ୍ଟାର। ଜଣେ ସାଂସଦ ଏବଂ ବଲିଉଡରେ ତାଙ୍କ ଅଭିନୟର ବାନା ମଧ୍ୟ ଉଡାଇଛନ୍ତି। ହେଲେ ରବି କିଶନଙ୍କ ଏହି ଯାତ୍ରା ଆଦୌ ସହଜ ନଥିଲା। ଆପଣ ଅନେକ ଫିଲ୍ମ ଦେଖିଥିବେ ଯେଉଁଥିରେ ଜଣେ ଗରିବ ଲୋକ କଷ୍ଟ କରି ଧନୀ ହୋଇଛି। ଠିକ ଏହିପରି ଏକ ସଂଘର୍ଷମୟ କାହାଣୀର ହିରୋ ହେଉଛନ୍ତି ରବି କିଶନ। ସେ ଏହି ଜାଗାରେ ପହଞ୍ଚିବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିଆସୁଥିଲେ।


ଯାହା ପାଇଁ ସେ ଆଜି ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ସେ ତାଙ୍କ ପିଲାଦିନ ସହତି ଜଡ଼ିତ କିଛି କଥାର ଖୁଲାସା କରିଛନ୍ତି। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ରବି କିଶନ ଆଜିକାଲି ଅଜୟ ଦେବଗନଙ୍କ ଅଭିନୀତ ‘ସନ୍ ଅଫ୍ ସର୍ଦ୍ଦାର 2’ ପାଇଁ ଖବରରେ ଅଛନ୍ତି। ତେଣୁ ତାଙ୍କର ଏବେ ବିଭିନ୍ନ ଅନ୍ତର୍ଜୀତାୟ ଗଣମାଧ୍ୟମରେ ଇଣ୍ଟର ଭ୍ୟୁ ନିଆଯାଉଛି। ସେହିପରି ଏକ ପଡକାଷ୍ଟରେ ରବି କିଶନ କଥାବାର୍ତ୍ତା ହେବା ସମୟରେ ତାଙ୍କ ପିଲାଦିନର ଅନୁଭୂତି କହିଛନ୍ତି। ସେ କହିଥିଲେ- ‘ମୁଁ ମୋ ବାପାଙ୍କୁ ପ୍ରମାଣ କରିବାକୁ ଚାହୁଁଥିଲି ଯେ ମୁଁ ମଧ୍ୟ କାହାଠାରୁ କମ୍ ନୁହେଁ।ରବି କହିଛନ୍ତି ମୋ ବାପା ଜଣେ୍ ବୁଦ୍ଧିମାନ ଲୋକ ଥିଲେ। ସେ ଜଣେ ପୁରୋହିତ ମଧ୍ୟ ଥିଲେ। ଥରେ ମୁଁ ତାଙ୍କୁ ପଚାରିଲି- ତୁମେ ଏତେ ପୂଜା କାହିଁକି କର, ଏଥିରୁ ତୁମକୁ କ’ଣ ମିଳେ।


ଏତେ ପୂଜା ପାଠ କରୁଛ ହେଲେ ତୁମର ଭଲ ପୋଷାକ ଖଣ୍ଡେ ନାହିଁ, ସାଇକେଲ ମଧ୍ୟ ଭାଙ୍ଗି ଯାଇଛି। ଏଥିରେ ସେ ଏତେ ରାଗିଗଲେ ଯେ ସେ ମୋତେ ନିର୍ଧୁମ ମାଡ଼ ମାରିଲେ । ରବି କିଶନ କହିଛନ୍ତି ତାଙ୍କ ପିଲାଦିନ ନିର୍ଯ୍ୟାତନା ଭରା ଥିଲା। ଯାହା ଯୋଗୁଁ ତାଙ୍କ ମାଆ ତାଙ୍କୁ ୫୦୦ ଟଙ୍କା ଦେଇ ଘର ଛାଡ଼ି ଚାଲିଯିବାକୁ କହିଥିଲେ। ଆଉଏହା ପଛରେ ବି ରହିଛି ବଡ଼ କାରଣ। ରବି କିଶନ କହିଥିଲେ ଯେତେବେଳେ ସେ ଗାଁରେ ରାମଲୀଳା ସମୟରେ ଦେବୀ ସୀତା ଭୂମିକାରେ ଅଭିନୟ କରୁଥିଲେ ଏବଂ ତାଙ୍କ ମାଆଙ୍କ ଶାଢ଼ି ପିନ୍ଧିଥିଲେ ସେତେବେଳେ ତାଙ୍କ ବାପା ବୋହୁତ ରାଗିଯାଇଥିଲେ। ସେ ରାଗି ଯାଇ ରବି କିଶନଙ୍କୁ କହୁଥିଲେ- ‘ତୁମେ କ’ଣ ଜଣେ ନର୍ତ୍ତକୀ ହେବାକୁ ଚାହୁଁଛ?’ ରବି କିଶନଙ୍କ ବାପା ଚାହୁଁଥିଲେ ଯେ ସେ ଗାଁରେ ରହି ଚାଷ କରୁ ଏବଂ କ୍ଷୀର ବିକୁ।ଘରୁ ବାଦି କରିଦେଲେ ମା’: ସେ ଏହା ମଧ୍ୟ କହିଥିଲେ, ‘ଗୋଟିଏ ଦିନ ମୋ ବାପା ମୋତେ ଏତେ ମାରିଥିଲେ ଯେ ମୋତେ ଘର ଛାଡ଼ି ପଳାଇଯିବାକୁ ହେଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋ ମାଆ ସେହି ଦିନ ମୋ ପାଖକୁ ଆସି ମୋତେ ୫୦୦ ଟଙ୍କା ଦେଇଥିଲେ। ମୋ ମାଆ ମୋତେ ଟଙ୍କା ଦେଇ କହିଲେ – ତୁ ଘର ଛାଡ଼ି ପଳା, ନଚେତ୍ ସେମାନେ ତତେ ମାରିଦେବେ।ମୁଁ ଟଙ୍କା ନେଇ ମୁମ୍ବାଇ ଆସି ମୋର ଭାଗ୍ୟ ପରୀକ୍ଷା କଲି। ମୁଁ ଛୋଟ ଛୋଟ ଭୂମିକାରେ ଅଭିନୟ କରେ, କିନ୍ତୁ ପ୍ରଯୋଜକମାନେ ମୋତେ ଟଙ୍କା ଦିଅନ୍ତି ନାହିଁ। ଯଦି ମୁଁ ଫିସ୍ ମାଗେ, ତେବେ ସେମାନେ ଉତ୍ତରରେ କହୁଥିଲେ ଯେ ତୁମର ସ୍କ୍ରିନ୍ ସମୟ କମାଇ ଦେବୁ। ମୁଁ ବଲିଉଡରେ ୧୦ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲି ଏବଂ ତା’ପରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି।’ବାପା ମୋତେ ସମ୍ମାନ ଦେଲେ: ରବି କିଶନ କହିଲେ- ‘ଯେତେବେଳେ ମୁଁ ବହୁତ ଟଙ୍କା ରୋଜଗାର କରିବା ଆରମ୍ଭ କଲି, ମୋ ବାପା ଅନୁଭବ କରିବାକୁ ଲାଗିଲେ ଯେ ମୁଁ ବି ତାଙ୍କ ପାଇଁ ମୂଲ୍ୟବାନ। ସେ ମୋତେ ସମ୍ମାନ କରିବାକୁ ଲାଗିଲେ।


ମୁଁ ତାଙ୍କୁ ମୋ ପାଖକୁ ଆସିବା ପାଇଁ ବିମାନ ଟିକେଟ କରିଦେଉଥିଲି। ମୁଁ ତାଙ୍କୁ ଭଲ ପୋଷାକ, ଘର ଏବଂ ଗାଡ଼ି ଦେଇଥିଲି। ଗୋଟିଏ ଦିନ ସେ ହଠାତ୍ କାନ୍ଦିବାକୁ ଲାଗିଲେ ଏବଂ କହିଲେ- ମୋତେ କ୍ଷମା କର।ମୁଁ ସବୁବେଳେ ତତେ ଭୁଲ ବୁଝିଥିଲି। ତାଙ୍କୁ ଏପରି ଦେଖି ମୁଁ ତାଙ୍କ ପାଦ ତଳେ ପଡ଼ିଗଲି ଏବଂ କହିଲି – ଏପରି କର ନାହିଁ। ସେତେବେଳେ ମୁଁ ତାଙ୍କ ଭିତରେ ଭଗବାନଙ୍କୁ ଦେଖିଲି।’ ଏହା କହିବା ସମୟରେ ରବି କିଶନ ଇମୋସନାଲ ହୋଇଯାଇଥିଲେ। ରବି କିଶନଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।


ravi-kishans-father-wanted-to-kill-him-for-playing-goddess-sita-mother-asked-him-to-run-away-from-home-i-didnt-cry-when-he-died | Argus News