Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହିଁକି କିନ୍ନର ଆଖଡ଼ାରୁ ବିଦା ହେଲେ ମମତା ?

Entertainment

କାହିଁକି କିନ୍ନର ଆଖଡ଼ାରୁ ବିଦା ହେଲେ ମମତା ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାହିଁକି କିନ୍ନର ଆଖଡ଼ାରୁ ବିଦା ହେଲେ ମମତା ?

ଅର୍ଗସ ବ୍ୟୁରୋ:  ମାତ୍ର ୭ ଦିନରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରୁ ମମତା କୁଲକର୍ଣ୍ଣିଙ୍କୁ ହଟାଇ ଦିଆଯାଇଛି । କିଛି ଲୋକ ଏହାର ସମର୍ଥନ କରୁଥିବାବେଳେ ଆଉ କିଛି ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରୟାଗରାଜ ମହାକୁମ୍ଭରେ ସନ୍ୟାସିନୀ ହୋଇଥିଲେ ୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି । କିନ୍ନର ଆଖଡ଼ାରେ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କୁ ଆଖଡ଼ାର ମହାମଣ୍ଡଳେଶ୍ୱର ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ମମତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ହଟାଯିବା ପଛରେ ୪ଟି କାରଣ ରହିଛି ।

୯୦ ଦଶକର ଅଭିନେତ୍ରୀ ଫିଲ୍ମରେ ତାଙ୍କର ବୋଲ୍ଡ ଅନ୍ଦାଜ ଏବଂ ଇମେଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ସେ ଏକ ଟପଲେସ୍ ଫଟୋସୁଟ୍ ମଧ୍ୟ କରାଇଥିଲେ ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ମହାମଣ୍ଡଳେଶ୍ୱର ପଦବୀରେ ରହିବା ପାଇଁ ବ୍ୟକ୍ତି ଜଣଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ଏବଂ ଭଦ୍ର ହେବା ଉଚିତ ।

ଫିଲ୍ମି ଦୁନିଆ ଛାଡ଼ି ସେ ଡ୍ରଗ୍ ମାଫିଆ ଭିକି ଗୋସ୍ୱାମୀଙ୍କୁ ଦୁବାଇରେ ବିବାହ କରିଥିବା ଚର୍ଚ୍ଚା ଜୋର ଧରିଥିଲା । ଏନେଇ ମମତାଙ୍କ ଉପରେ ଦେଶଦ୍ରୋହୀ ଏବଂ ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି ଅଭିଯୋଗ ମଧ୍ୟ ସାମିଲ ଥିଲା ।

ମହାମଣ୍ଡଳେଶ୍ୱର ଉପାଧି ପାଇବା ପୂର୍ବରୁ ବ୍ୟକ୍ତିଙ୍କୁ ପ୍ରଥମେ ବୈରାଗ୍ୟ ଏବଂ ସନ୍ୟାସ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ । ଆଖଡ଼ାର ମାନ୍ୟତା ରହିଛି କି ଏତେ ବଡ଼ ଉପାଧି ପୂର୍ବରୁ ପ୍ରଥମେ ସନ୍ୟାସୀ ହେବା ଜରୁରୀ ଅଟେ ।

କିନ୍ନର ଆଖଡ଼ାର ନିୟମ ଅନୁଯାୟୀ ସନ୍ୟାସିନୀଙ୍କୁ ବେକରେ ବୈଜୟନ୍ତୀ ମାଳା ପିନ୍ଧିବାକୁ ପଡ଼ିଥାଏ । କିନ୍ତୁ ମମତା ଏହା ପରିବର୍ତ୍ତେ ରୁଦ୍ରାକ୍ଷ ମାଳା ପିନ୍ଧିଥିଲେ । ଏହିଭଳି ଅନେକ କାର୍ଯ୍ୟକୁ ନେଇ ତାଙ୍କୁ କିନ୍ନର ଆଖଡ଼ାର ବାହାର କରାଯାଇଥିବା କୁହାଯାଉଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Reasons Why Mamta Kulkarni Was Expelled From Kinnar Akhara | Argus News