Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ଓ ନିର୍ଦ୍ଦେଶିକା କୁମୁଦିନୀ ଲାଖିଆଙ୍କର ପରଲୋକ

Entertainment

ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ଓ ନିର୍ଦ୍ଦେଶିକା କୁମୁଦିନୀ ଲାଖିଆଙ୍କର ପରଲୋକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ଓ ନିର୍ଦ୍ଦେଶିକା କୁମୁଦିନୀ ଲାଖିଆଙ୍କର ପରଲୋକ

ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ନିର୍ଦ୍ଦେଶିକା କୁମୁଦିନୀ ଲାଖିଆଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗ ନେଇ ୧୯୬୪ ମସିହାରେ ଲାଖିଆଙ୍କ ଦ୍ୱାରା ସ୍ଥାପିତ କଦମ୍ବ ନୃତ୍ୟ ଏବଂ ସଂଗୀତ କେନ୍ଦ୍ରର ପ୍ରଶାସକ ପାରୁଲ ଠାକୋର ସୂଚନା ଦେଇଛନ୍ତି। ସେ କହିଛନ୍ତି "କୁମୁଦିନୀବେନଙ୍କ ଅହମ୍ମଦାବାଦସ୍ଥିତ ତାଙ୍କ ବାସଭବନରେ ସକାଳ ପ୍ରାୟ ୧୧ଟାରେ ଦେହାନ୍ତ ହୋଇଛି। କଥକ ପ୍ରତି ତାଙ୍କର ଜୀବନବ୍ୟାପୀ ସମର୍ପଣ ପାଇଁ ଲାଖିଆଙ୍କୁ ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।

ଶନିବାର ଅହମ୍ମଦାବାଦସ୍ଥିତ ତାଙ୍କ ବାସଭବନରେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲାଖିଆ। ବୟସଜନିତ ଅସୁସ୍ଥତା ଯୋଗୁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଥକ ଏବଂ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଆଗ୍ରହ ବର୍ଷ ବର୍ଷ ଧରି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା ବୋଲି ମୋଦୀ ଟ୍ୱିଟ୍‌ ପୋଷ୍ଟରେ ଲେଖିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ଭାରତୀୟ ନୃତ୍ୟ ଜଗତରେ ତାଙ୍କ ଅବଦାନ ପାଇଁ ଲାଖିଆଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମ ବିଭୂଷଣ, ସଙ୍ଗୀତ ନାଟକ ଏକାଡେମୀ, କାଳିଦାସ ସମ୍ମାନ ଏବଂ ଗୁଜୁରାଟ ସରକାରଙ୍କଠାରୁ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଭାରତ, ଆମେରିକା ଏବଂ ୟୁରୋପର ବିଶ୍ୱବିଦ୍ୟାଳୟଗୁଡ଼ିକରେ 'ନୃତ୍ୟରେ ସୃଜନଶୀଳତା ଏବଂ ପ୍ରଦର୍ଶନ' ଉପରେ ମଧ୍ୟ ପାଠ ପଢ଼ାଉଥିଲେ। ଲାଖିଆ ବିଭିନ୍ନ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଭାରତ ସରକାରଙ୍କ ସ୍କଲାରସିପ୍ ପାଇ ଭାରତୀୟ କଳା କେନ୍ଦ୍ରରେ ଶମ୍ଭୁ ମହାରାଜଙ୍କ ଅଧୀନରେ ତାଲିମ ମଧ୍ୟ ପାଇଥିଲେ।୧୭ ମେଁ ୧୯୩୦ରେ ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିବା ଲାଖିଆ ଜଣେ ପ୍ରସିଦ୍ଧ ଭାରତୀୟ କଥକ ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ନିର୍ଦ୍ଦେଶିକା ଭାବେ ଭାରତରେ ପରିଚିତ ଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
renowned-kathak-dancer-and-choreographer-kumudini-lakhia-passed-away-at-95-in-ahmedabad | Argus News