Videos
|
Entertainment

ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ରେ ନଜର ଆସିବେ ମୌନି

Banajyotshna Ray
Browse all articles by Banajyotshna Ray
·12 months ago·1 min read
ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ରେ ନଜର ଆସିବେ ମୌନି

Key Points

ଆଇଟମ୍‌ ଗୀତ ପାଇଁ ୫୦ ଲକ୍ଷ ଟଙ୍କା ନେଇଛନ୍ତି ମୌନି
ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ରେ ଆସିବେ ନଜର

କରୀନା ଥିଲେ ପ୍ରଥମ ପସନ୍ଦ

୫୦ ଲକ୍ଷ ନେଇଗଲେ ବଲିଉଡ ଅଭିନେତ୍ରୀ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ। ମୌନିଙ୍କୁ ଆଗକୁ ଏକ ଦକ୍ଷିଣ ଭାରତୀୟ ଫିଲ୍ମରେ ଦେଖିବାକୁ ମିଳିବ। ସାଉଥ୍‌ ମେଗାଷ୍ଟାର ଚିରଞ୍ଜିବୀଙ୍କ ମୋଷ୍ଟ ୱାଣ୍ଟେଡ୍‌ ଫିଲ୍ମ ‘ବିଶ୍ୱମ୍ଭରା’ରେ ସେ ଆଇଟମ୍‌ ଗୀତରେ ନଜର ଆସିବେ । ଟିଭିରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ମୌନି ରୟ । ବର୍ତ୍ତମାନ ସମୟରେ ବଲିଉଡ୍‌ରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ମୌନିଙ୍କୁ ଏହି ଫିଲ୍ମ ବ୍ୟତୀତ ‘ହୈ ଜୱାନୀ ତୋ ଇସ୍କ ହୋ ନା ହୈ’ରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମ ‘ବିଶ୍ୱମ୍ଭରା’ରେ ମୌନି ଗୀତର ସୁଟିଂ ଶେଷ ବି କରିଛନ୍ତି ।


ତେବେ ସେହି ଗୋଟିଏ ଗୀତ ଲାଗି ମୌନି ପ୍ରାୟ ୫୦ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥିବା ନେଇ କୁହାଯାଉଛି । ଗୀତର ଡ୍ୟୁରେସନ ହେଉଛି ୪ ମିନିଟ୍‌ । ପୂର୍ବରୁ ସେହି ଗୀତ ଦୃଶ୍ୟରେ ନିର୍ମାତାମାନେ ଅଭିନେତ୍ରୀ କରୀନା କପୁରଙ୍କୁ ନେବାକୁ ଚାହୁଁଥିଲେ । କରୀନାଙ୍କ ସହିତ ସେମାନେ ଯୋଗାଯୋଗ ମଧ୍ୟ କରିଥିଲେ । କିନ୍ତୁ କରୀନା ଏଥିପାଇଁ ଯେଉଁ ମୋଟା ଅଙ୍କର ପାରିଶ୍ରମିକ ଡିମାଣ୍ଡ କରିଥିଲେ। ହେଲେ ତାହା ନିର୍ମାତାମାନଙ୍କୁ ସୁହାଇନଥିଲା । ଏହାପରେ ସେମାନେ ମୌନିଙ୍କୁ ନେବାକୁ ଚିନ୍ତା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

reports-suggest-that-mouni-roy-was-paid-indian-rupee50-lakh-for-a-special-dance-number-in-the-upcoming-telugu-film-vishwambhara-starring-chiranjeevi | Argus News