Videos
|
Entertainment

ଋଷି ସୁନକଙ୍କ ରୋଷେଇ ଦକ୍ଷତାକୁ ପ୍ରଶଂସା କଲେ ପତ୍ନୀ ଅକ୍ଷତା ମୂର୍ତ୍ତି

Ritu Das
Browse all articles by Ritu Das
·2 years ago·1 min read
ଋଷି ସୁନକଙ୍କ ରୋଷେଇ ଦକ୍ଷତାକୁ ପ୍ରଶଂସା କଲେ ପତ୍ନୀ ଅକ୍ଷତା ମୂର୍ତ୍ତି

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କଠାରୁ ନିଜ ରୋଷେଇ ଦକ୍ଷତାକୁ ନେଇ ପ୍ରଶଂସିତ ହୋଇଛନ୍ତି। ଗୋଟିଏ ଦେଶକୁ ଚଳାଉଥିବା ଏହି ପ୍ରଧାନମନ୍ତ୍ରୀ କିନ୍ତୁ ରୋଷେଇ ଘରେ ଅଧିକ ସମୟ ଦେବା ପାଇଁ ସମୟ ପାଆନ୍ତି ନାହିଁ ବୋଲି ସ୍ବୀକାର କରିଛନ୍ତି।

ପ୍ରଥମ ବ୍ରିଟିଶ ଭାରତୀୟ ଦମ୍ପତି ଏହି ମାସରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାକ୍ଷାତକାରରେ ଏହି କଥାର ଖୁଲାସା କରିଛନ୍ତି। ସେମାନେ ଏବେ ବ୍ରିଟେନର ସବୁଠାରୁ ପ୍ରସିଦ୍ଧ ଠିକଣାରେ ନିଜ ପୁଅ, ଝିଅ ଏବଂ ଏକ କୁକୁର ସହ ରୁହନ୍ତି।

ଅକ୍ଷତା  କହିଛନ୍ତି କି ‘‘ସୁନକ ଖୁବ୍ ଭଲ ରୋଷେଇ କରନ୍ତି। ମୋର ବି ରୋଷେଇ ପ୍ରତି ଆଗ୍ରହ ଅଛି। ମାତ୍ର ତାଙ୍କର ଏହି ଦିଗରେ ଟି‌କେ ଅଧିକ ଦକ୍ଷତା ରହିଛି। ’’ ତେବେ ପତ୍ନୀଙ୍କ କଥା ପରେ ଋଷି କହିଛନ୍ତି ଯେ ‘‘ଏବେ ବିଶେଷ ରୋଷେଇ କହିଲେ ଶନିବାର ସକାଳୁ ଅଣ୍ଡା ସିଝାଇବା କାମ କରୁଛି। କେବଳ ସେତିକି ନୁହେଁ। ଦମ୍ପତି ଏକଥା ବି କହିଛନ୍ତି ଯେ ପତି-ପତ୍ନୀଙ୍କ ମଧରୁ ଋଷି ସୁନକ ଅଧିକ ସଫାସୁତରା। ସକାଳୁ ଉଠିବା ପରେ ସେ ନିଜେ ତାଙ୍କ ବିଛଣା ଝଡ଼ାଝଡ଼ି କରି ସଜାଡ଼ିଥାନ୍ତି।
ଅକ୍ଷତା କହିଛନ୍ତି କି ସେ ସକାଳୁ ଉଠିପାରନ୍ତି ନାହିଁ। ସୁନକ ତାଙ୍କ କଥା ଉପରେ କହିଛନ୍ତି କି ‌ସେ ବିଛଣା ବନାଇବାକୁ ବି ପସନ୍ଦ କରନ୍ତିନି। ଯାହା ତାଙ୍କୁ ବେଳେ ବେଳେ ବିରକ୍ତ କରାଏ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rishi Sunak's | Argus News