ମହାକୁମ୍ଭରେ ବୁଡ ପକାଇଲେ ପୁନମ୍ ପାଣ୍ଡେ

ଅର୍ଗସ ବ୍ୟୁରୋ: ମହାକୁମ୍ଭରେ ବୁଡ ପକାଇଲେ ପୁନମ ପାଣ୍ଡେ। ଏହାସହ କହିଛନ୍ତି ମୋର ସମସ୍ତ ପାପ ଧୋଇ ହୋଇଯାଇଛି। ମହାକୁମ୍ଭରେ କୋଟି କୋଟି ଲୋକ ସମାଗମ ହେଉଛନ୍ତି। ଧନୀ ହୁଅନ୍ତୁ, ଗରିବ ହୁଅନ୍ତୁ, ସାଧାରଣ ଲୋକ ହୁଅନ୍ତୁ କିମ୍ବା ସେଲିବ୍ରିଟି ହୁଅନ୍ତୁ । ଏହି ଅବସରରେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରୟାଗରାଜର କୁମ୍ଭ ନଗରୀରେ ପହଞ୍ଚିଥିଲେ। ସ୍ପଷ୍ଟବାଦୀ ଶୈଳୀ ଏବଂ ବୋଲ୍ଡ ଭୂମିକା ପାଇଁ ଜଣାଶୁଣା ପୁନମ ପାଣ୍ଡେ ସଙ୍ଗମ ବେଳାଭୂମିରେ ବୁଡ଼ ପକାଇବା ସମୟରେ ମହାକାଳ ଲେଖାଥିବା ଏକ ଶର୍ଟ ପିନ୍ଧିଥିଲେ। ସଙ୍ଗମରେ ବୁଡ଼ ପକାଇବା ପରେ, ପୁନମ ପାଣ୍ଡେ ହାତ ଯୋଡି ପ୍ରାର୍ଥନା କରିଥିଲେ।
ମହାକୁମ୍ଭରେ ପହଞ୍ଚିଥିବା ପୁନମ ପାଣ୍ଡେ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ମହାକୁମ୍ଭ ଯିବେ। ସଙ୍ଗମ କୂଳରେ ବୁଡ଼ ପକାଇବା ପରେ, ସେ ଡଙ୍ଗାରେ ବସି କିଛି ସମୟ ବୁଲାବୁଲି ମଧ୍ୟ କରିଥିଲେ। ସେ ଫଟୋ ପୋଷ୍ଟ କରି ଇନଷ୍ଟାରେ ଲେଖିଛନ୍ତି – ମୋର ସମସ୍ତ ପାପ ଧୋଇ ହୋଇଯାଇଛି।’ ଏହାସହ ମୌନୀ ଅମାବାସ୍ୟା ରାତିରେ ପ୍ରୟାଗରାଜର ସଙ୍ଗମରେ ଦଳାଚକଟା ଘଟଣାରେ ପୁନମ ପାଣ୍ଡେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।