Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Odia Film Industry / ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଖୁସି ଖବର ଦେଲେ ସବ୍ୟ-ଅର୍ଚ୍ଚିତା

Rashmita Mishra
Browse all articles by Rashmita Mishra
·7 months ago·2 min read
ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଖୁସି ଖବର ଦେଲେ ସବ୍ୟ-ଅର୍ଚ୍ଚିତା
Odia Film Industry

Key Points

ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ।
ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଖୁସି ଖବର ଦେଲେ ସବ୍ୟ-ଅର୍ଚ୍ଚିତା ।


ବଲିଉଡ ପରେ ପରେ ଏବେ ଓଲିଉଡ ଖୁସିର ମାହୋଲ । ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଏହି ଖୁସି ଖବରକୁ ସେ କିଛି ଭିନ୍ନ ଉପାୟରେ ଫ୍ୟାନ୍ସମାନଙ୍କୁ ସେୟାର କରିଛନ୍ତି । ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଗତକାଲି ଅର୍ଚ୍ଚିତା ଗର୍ଭବତୀ ଥିବା ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସ୍ପେସାଲ ଭିଡିଓ ସେୟାର କରି ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ବିବାହର ୫ ବର୍ଷ ପରେ ଉଭୟ ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଚ୍ଛା ସୁଅ ଛିଟାଇଛନ୍ତି ।

ଖବରନୁଯାୟୀ ପିତାମତା ହେଲେ ସବ୍ୟ-ଅର୍ଚ୍ଚିତା- ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଖୁସି ଖବର ଦେଇଛନ୍ତି । ଭିଡିଓରେ ସବ୍ୟ ଓ ଅର୍ଚ୍ଚିତା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବାହାରେ ଏକ ଭିଡ଼ିଓ ସୁଟ୍ କରିଛନ୍ତି । ଉଭୟ ମନ୍ଦିର ଆଡ଼କୁ ଚାହିଁ ଛିଡା ହୋଇଛନ୍ତି । ହାତରେ ଦୁଇ ଜୋତା ଧରିଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ ସୁନ୍ଦର ସିକ୍ରେଟ୍ କଥା ଆପଣଙ୍କ ସେୟାର କରିଛୁ ।''

ଏହି ଖବର ଏବେ ସୋସିଆଲ ମିଡିଆରେ ଆସିବା ପରେ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ସବ୍ୟ-ଅର୍ଚ୍ଚିତା ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ବଲିଉଡ଼ର ବହୁ କଳାକାର ମଧ୍ୟ ସବ୍ୟର୍ଚ୍ଚିତାଙ୍କୁ ଶୁଭକାମନା ଜଣାଇଛନ୍ତି ।

​​​​​​​ସୂଚନାଥାଉ କି, ୨୦୨୧ ମସିହା ମାର୍ଚ୍ଚ ୧ ରେ ସବ୍ୟସାଚୀ-ଅର୍ଚ୍ଚିତା ବିବାହ କରିଥିଲେ । ସବ୍ୟସାଚୀଙ୍କର ଏହା ଦ୍ବିତୀୟ ବିବାହ ଥିଲା । ୨୦୦୮ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ ସବ୍ୟ । ହେଲେ ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା । ୨୦୧୫ରେ ଉଭୟ ଅଲଗା ହୋଇଥିଲେ । ଏହା ପରେ ଅର୍ଚ୍ଚିତାଙ୍କ ହାତ ଧରିଥିଲେ ସବ୍ୟ । ବିବାହର ୫ ବର୍ଷ ପରେ ଉଭୟ ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ଏହା ପ୍ରଥମ ସନ୍ତାନ । 'ମୁଁ ସପନର ସୌଦାଗର' 'କେବେ ତୁମେ ନାହଁ କେବେ ମୁଁ ନାହଁ', 'ବାଏ ବାଏ ଦୁବାଇ' ଏମିତି ଅନେକ ଫିଲ୍ମରେ ଦୁହେଁ ଏକାଠୀ କାମ କରିଥିବାର ନଜର ଆସିଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odia Film Industry | Sabya and Archita Share Happy News Through Instagram Video | Argus News