Sabyasachi Mishra post / ସୋସିଆଲ ମିଡିଆରେ ଏପରି କିଛି ପୋଷ୍ଟ କାହିଁକି କଲେ ସବ୍ୟସାଚୀ ଜାଣନ୍ତୁ...

Key Points
ସୋସିଆଲ ମିଡିଆରେ ଏପରି କିଛି ପୋଷ୍ଟ କାହିଁକି କଲେ ସବ୍ୟସାଚୀ ଜାଣନ୍ତୁ...
ପୁତ୍ର ସନ୍ତାନର ବାପା ହୋଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଆଉ ବର୍ତ୍ତମାନ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍ ଲେଖିଛନ୍ତି ଚର୍ଚ୍ଚର ବିଷୟ ପାଲଟିଛି । '' ମୁଁ ଜାଣିଥିଲି ସେହି ମୁହୂର୍ତ୍ତ ତୁମ ପାଇଁ ହଜାର ଗୁଣ କଷ୍ଟକର ଥିଲା । ତୁମେ କେବଳ ଆମ ପିଲାକୁ ଧରି ନ ଥିଲ, ବରଂ ଯନ୍ତ୍ରଣା, ସାହସ, ଭୟ, ଆଶା… ସବୁକିଛି ତୁମ ଭିତରେ ଧରି ରଖିଥିଲ । ତୁମେ ହିଁ ସବୁଠାରୁ ସାହସୀ ଥିଲ, ଯାହା କେବଳ ଜଣେ ମା’ କରିପାରେ ।
ବାହାରେ ଠିଆ ହୋଇ ମୁଁ ପ୍ରତ୍ୟେକ ସେକେଣ୍ଡ ଗଣୁଥିଲି… ଆତ୍ମୀୟମାନଙ୍କ ଆଗରେ ଦାୟିତ୍ୱବାନ ବଡ଼ ମଣିଷ ପରି ହସିଥିଲି, ଶାନ୍ତ ଦେଖାଉଥିଲି । ଯଦିଓ ତୁମେ ଜାଣିଛ ତୁମର ସାଧାରଣ ଜ୍ୱର ହେଲେ ମଧ୍ୟ ମୁଁ ପ୍ୟାନିକ ହୋଇଯାଏ । ଆଉ ହଁ, ଆମ ପିଲା ପ୍ରଥମେ ଦୁନିଆର ସବୁଠାରୁ ଶକ୍ତିଶାଳୀ ମା’ଙ୍କୁ ଦେଖିଲା… ମୁଁ ତା ସେହି ମୁହୂର୍ତ୍ତରେ ଈର୍ଷା କରିଥିଲି । ହେଲେ ତା’ପରେ… ଆମ ଦୁନିଆ ବଦଳିଗଲା । ନର୍ସ ବାହାରକୁ ଆସି ପିଲାକୁ ଧରି କହିଲେ ତୁମର ପୁଅ ହୋଇଛି । ମୋର ଥରଥର ଓଠରୁ ବାହାରିଲା ‘ସେ କେମିତି ଅଛନ୍ତି ?’
ତୁମେ ମୋ ପାଖକୁ ପୁଣି ଫେରିଲ କେବଳ ମୋ ପତ୍ନୀ ଭାବରେ ନୁହେଁ, ବରଂ ଆମ ପିଲାର ମା’ ଭାବରେ ଆଉ ମୁଁ ତୁମକୁ ଆଉଥରେ ପ୍ରେମରେ ପଡ଼ିଗଲି, ଯେଉଁ ପ୍ରେମ ମୁଁ କେବେ ଜାଣିନଥିଲି ସମ୍ଭବତଃ । ଆଜି ଯେତେବେଳେ ତୁମକୁ ଆମ ପିଲାକୁ କୋଳରେ ଧରିଥିବା ଦେଖେ, ମୁଁ ସେହି ଓଟି ଦରଜା, ସେହି ଅପେକ୍ଷା, ସେହି ନିଃଶବ୍ଦ ପ୍ରାର୍ଥନା ମନେ ପକାଏ । ଆଉ ବୁଝେ ସେହି ମୁହୂର୍ତ୍ତରେ ଆମେ ଦୁହେଁ ପିତାମାତା ଭାବରେ ଜନ୍ମ ନେଇଥିଲୁ। ଏହି ଜୀବନ, ପ୍ରେମ, ଏହି ଚମତ୍କାର ଅନୁଭୂତି ଦେଇଥିବାରୁ ଧନ୍ୟବାଦ, ଅର୍ଚ୍ଚିତା ।
। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ନିକଟରେ ବାପା-ମାଆ ହୋଇଛନ୍ତି ସବ୍ୟର୍ଚ୍ଚିତା। ଅର୍ଚ୍ଚିତା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
ତେବେ ସବ୍ୟସାଚୀ ଲେଖିଛନ୍ତି, ସେଦିନ ତୁମକୁ ଓଟିକୁ ନିଆଯାଉଥିବା ଦେଖିବା ମୋ ଜୀବନର ସବୁଠାରୁ କଷ୍ଟକର ମୂହୁର୍ତ୍ତ ଥିଲା। ପାଦ ଆଗକୁ ବଢ଼ୁଥିଲା, କିନ୍ତୁ ହୃଦୟ ତୁମକୁ ଆଉ ଏକ ସେକେଣ୍ଡ ପାଇଁ ଧରି ରଖିବାକୁ ଚାହୁଁଥିଲା। ସମସ୍ତେ ତୁମକୁ ସାହସ ରଖିବାକୁ କହିଥିଲେ, ଆଉ ତମେ ସେହି ସାହସର ପରିଚୟ ଦେଇଥିଲ। କିନ୍ତୁ କେହି ମୋ ବିଷୟରେ କହିନିଥିଲେ। ଯିଏ ହସି ମୁଣ୍ଡ ହଲାଇ, ହସ୍ପିଟାଲର ରିସ୍କ କନସେଣ୍ଟ ଲେଟରରେ ସାଇନ କରି, ନିଜର ପୂରା ଦୁନିଆକୁ ଓଟିକୁ ଭିତରକୁ ଯାଉଥିବାର ଦେଖୁଥିଲା।
ପଢନ୍ତୁ ଏହି ଖବର: କ୍ୟାନ୍ସର ପରେ ଏହି ବଡ଼ ରୋଗରେ ପୀଡ଼ିତ ଦୀପିକା, ପୁଣି ହେବ ସର୍ଜରୀ
📱 Get Argus News App
✨Related Topics
Explore more stories