Sai Pallavi / ୨ କୋଟିର ଅଫରକୁ ସିଧାସଳଖ ମନା କଲେ ସାଇ ପଲ୍ଲବୀ….ଭଉଣୀଙ୍କ ଯନ୍ତ୍ରଣା ପାଇଁ ନେଇଥିଲେ ବଡ଼ ନିଷ୍ପତ୍ତି
·1 month ago·3 min read

Key Points
୨ କୋଟି ମୂଲ୍ୟର ଏକ ଡିଲ୍ ପ୍ରସ୍ତାବ ଦିଆଯାଇଥିଲା। ତଥାପି, ସାଇ ପଲ୍ଲବୀ ତୁରନ୍ତ ଏହାକୁ ମନା କରିଦେଇଥିଲେ।
ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଅପକମିଂ ମୁଭି ରାମାୟଣରେ ସୀତାଙ୍କ ରୋଲ ପ୍ଲେ କରୁଛନ୍ତି। ଟ୍ରେଲରରେ ତାଙ୍କର ଲୁକ୍ ପ୍ରକାଶ ପାଇବା ପରଠାରୁ ସାଇଙ୍କ ଲୁକ୍ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କେତେକ ତାଙ୍କୁ ସୀତା ଭାବରେ ସୁନ୍ଦର ବୋଲି ଭାବିଥିଲେ, ଯେତେବେଳେ ଅନ୍ୟମାନେ ତାଙ୍କ ପୋଷାକ ଏବଂ ସର୍ବନିମ୍ନ ମେକଅପ୍ ଉପରେ ମନ୍ତବ୍ୟ ଦେଇଥିଲେ। ସାଇ ସବୁବେଳେ ସମାନ। ସେ ମେକଅପକୁ ସବୁବେଳେ ଆଭୋଏଡ କରନ୍ତି। ସେ ଥରେ ୨ କୋଟି ମୂଲ୍ୟର ଏକ ଫେୟାରନେସ୍ କ୍ରିମ୍ ବିଜ୍ଞାପନକୁ ମଧ୍ୟ ମନା କରିଦେଇଥିଲେ।
ଏହା ୨୦୧୯ ମସିହାରେ ଘଟିଥିଲା। ତାଙ୍କୁ ଏକ ଫେୟାରନେସ୍ କ୍ରିମର ବିଜ୍ଞାପନ କରିବା ପାଇଁ ଯୋଗାଯୋଗ କରାଯାଇଥିଲା ଏବଂ ତାଙ୍କୁ ମୋଟା ଅଙ୍କର ପ୍ରସ୍ତାବ ଦିଆଯାଇଥିଲା। ସାଇଙ୍କୁ ୨ କୋଟି ମୂଲ୍ୟର ଏକ ଡିଲ୍ ପ୍ରସ୍ତାବ ଦିଆଯାଇଥିଲା। ତଥାପି, ଅଭିନେତ୍ରୀ ତୁରନ୍ତ ଏହାକୁ ମନା କରିଦେଇଥିଲେ। ଏହାର ଦୁଇଟି କାରଣ ଥିଲା। ପ୍ରଥମତଃ, ସାଇ ବହୁତ କମ୍ କସମେଟିକ୍ ବ୍ୟବହାର କରନ୍ତି ଆଉ କମ ମେକଅପ୍ ଲଗାନ୍ତି। ଅଭିନେତ୍ରୀ ସବୁବେଳେ କୁହନ୍ତି ଯେ, “ମେକଅପ୍ ତାଙ୍କୁ ସୁଟ୍ କରେନାହିଁ।“ ତାଙ୍କ ମୁହଁରେ ବ୍ରଣ ଥିଲେ ବି ସ୍କ୍ରିନ ସାମ୍ନାକୁ ଆସିବାକୁ ଜମା ଲାଜ କରନ୍ତି ନାହିଁ। ସାଇ ବାସ୍ତବ ରହିବାକୁ ପସନ୍ଦ କରନ୍ତି, ତେଣୁ ପ୍ରଶଂସକମାନେ ତାଙ୍କୁ ନାଚୁରାଲ beauty ବୋଲି କୁହନ୍ତି।
ସାଇ ଏକ ସାକ୍ଷାତକାରରେ କହିଥିଲେ, "ମୁଁ ସୌନ୍ଦର୍ଯ୍ୟ ପ୍ରଡକ୍ଟକୁ ସମର୍ଥନ କରେ ନାହିଁ। ତୁମକୁ ତୁମର ଚର୍ମର ରଙ୍ଗ ଏବଂ ବ୍ୟକ୍ତିତ୍ୱ ଉପରେ ଆତ୍ମବିଶ୍ୱାସୀ ହେବା ଆବଶ୍ୟକ।" ତଥାପି, ତାଙ୍କ ଭଉଣୀ ପାଇଁ ଆଡ୍ ପ୍ରତ୍ୟାଖ୍ୟାନ କରିବାର ମୁଖ୍ୟ କାରଣ ଥିଲା। ବଲିଉଡ୍ ହଙ୍ଗାମା ସହିତ 2020 ରେ ଏକ ସାକ୍ଷାତକାରରେ ସାଇ ଏହା ପ୍ରକାଶ କରିଥିଲେ। ତାଙ୍କ ଅନୁସାରେ, ସେ ଅନେକ ବନ୍ଧୁ ଏବଂ ପରିବାରକୁ ଜାଣନ୍ତି ଯେଉଁମାନେ ସେମାନଙ୍କର କଳା ରଙ୍ଗ ଯୋଗୁ ହୀନ ଅନୁଭବ କରାନ୍ତି। ସମାଜ ସୁନ୍ଦରତାର ମାନଦଣ୍ଡ ଭାବରେ ଗୋରା ଚର୍ମକୁ ଉପରେ ରଖିଛି, ଯାହାକୁ ସେ ବିରୋଧ କରନ୍ତି।
ଅଭିନେତ୍ରୀ ଜଣକ କହିଥିଲେ, "ମୋର ରଙ୍ଗ ମୋ ଭଉଣୀ ଅପେକ୍ଷା ଟିକେ ଗୋରା। ଯେତେବେଳେ ମୋ ଭଉଣୀ ପନିପରିବା ଏବଂ ଫଳ ଖାଏ ନାହିଁ, ମୋ ମାଆ ତାଙ୍କୁ କହୁଥିଲେ ଯେ ଏହି ଜିନିଷ ଖାଇବା ଦ୍ୱାରା ସେ ସୁନ୍ଦର ହୋଇଯିବ। ଏହା ମୋତେ ଦୁଃଖିତ କରୁଥିଲା। ମୁଁ ମୋ ଭଉଣୀ ପାଇଁ କଥା ହେବାକୁ ନିଷ୍ପତ୍ତି ନେଇଥିଲି। ଏହି ବିଜ୍ଞାପନରୁ ମୁଁ ଯେଉଁ ଟଙ୍କା ରୋଜଗାର କରିବି ତାହା ନେଇ ମୁଁ କ'ଣ କରିବି? ମୁଁ ମୋ ଭଉଣୀକୁ ତ ଗୋରା କରିପାରିବିନି ନା! ଯଦି ମୁଁ ତାହା ମଧ୍ୟ କରିପାରିବି ନାହିଁ, ତେବେ ଟଙ୍କା ରୋଜଗାର କରିବାର କଣ ଅର୍ଥ ରହିବ? ମୁଁ ଘରକୁ ଯାଇ ସେଇ ତିନୋଟି ରୁଟି ଏବଂ ଭାତ ଖାଇବି।" ସାଇଙ୍କ ମୁତାବକ ମୁଁ ସବୁବେଳେ ସିମ୍ପଲ, କେବେବି ପଇସା ମୋ ପାଇଁ ଏମିତି ନିଡ ନଥିଲା ଯାହାପାଇଁ ମୁଁ ମୋ ଆତ୍ମବିଶ୍ବାସକୁ ହରେଇଦେବି।

- ସାଇ କାହିଁକି ନେଇଥିଲେ ବଡ଼ ନିଷ୍ପତ୍ତି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଇ ଥରେ ତାଙ୍କ ମୁହଁରେ ବ୍ରଣ ପାଇଁ ବହୁ କଷ୍ଟ ପାଉଥିଲେ। ସେ ସେଗୁଡ଼ିକୁ ଦୂର କରିବା ପାଇଁ ଶହ ଶହ କ୍ରିମ୍ ଲଗାଇବାକୁ ଚେଷ୍ଟା କରିଥିଲେ। ସେ ଘରୁ ବାହାରକୁ ଯିବାକୁ ଚାହୁଁ ନଥିଲେ। ସେ ଅନୁଭବ କରୁଥିଲେ ଯେ ଲୋକମାନେ ତାଙ୍କ ବ୍ରଣ ଉପରେ ଧ୍ୟାନ ଦେଉଛନ୍ତି। ଲୋକମାନେ ତାଙ୍କ ଆଖିକୁ ଚାହିଁ ତାଙ୍କ ସହିତ କଥା ହେବେ ନାହିଁ। କିନ୍ତୁ ଯେତେବେଳେ ପ୍ରେମମ୍ ଫିଲ୍ମ ସଫଳ ହେଲା, ସେ ଆତ୍ମବିଶ୍ୱାସ ପାଇଲେ। ସେ ଅନୁଭବ କଲେ ଯେ ତାଙ୍କ ବ୍ରଣ ସତ୍ତ୍ୱେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି। ସେବେଠାରୁ, ସେ ତାଙ୍କ ନର୍ମାଲ ଫେସ ପାଇଁ କେବ ଲଜିତ ହୋଇନାହାନ୍ତି। ସେ ନିଜକୁ ବିଶ୍ୱାସ କରିବାକୁ ଶିଖିଛନ୍ତି।
Related Topics
Explore more stories