Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Saif Ali Khan / ସୈଫ ହରାଇଲେ ୧୫ ହଜାର କୋଟିର ସମ୍ପତ୍ତି , ଜାଣନ୍ତୁ କାରଣ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସୈଫ ହରାଇଲେ ୧୫ ହଜାର କୋଟିର ସମ୍ପତ୍ତି , ଜାଣନ୍ତୁ କାରଣ...
Entertainment News

Key Points

୧୫ ହଜାର କୋଟିର ସମ୍ପତ୍ତି ହରାଇଲେ ସୈଫ | ସୈଫଙ୍କ ସମ୍ପତ୍ତି ହେଲା ଶତ୍ରୁ ସମ୍ପତ୍ତି | ଘୋଷଣା କଲେ ମଧ୍ୟପ୍ରଦେଶ ହାଇକୋର୍ଟ

ନବାବୀ ପରିବାରର ସମ୍ପତ୍ତିକୁ ନେଇ ଅଭିନେତା ସୈଫ ଅଲ୍ଲି ଖାନ୍‌ଙ୍କୁ ବଡ ଝଟକା ଲାଗିଛି । ମଧ୍ୟପ୍ରଦେଶର ହାଇକୋର୍ଟ, ସମ୍ପତ୍ତି ମାମଲାରେ ଟ୍ରାଏଲକୋର୍ଟର ପୁରୁଣା ଆଦେଶକୁ ରଦ୍ଦ କରିଛନ୍ତି ।

ଯେଉଁଥିରେ ଭୋପାଳ ନବାବ ହମିଦୁଲ୍ଲା ଖାନଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଅଭିନେତା ସୈଫ ଅଲ୍ଲି ଖାନ୍ ଏବଂ ତାଙ୍କ ମା ଶର୍ମିଲା ଟାଗୋର ଏବଂ ଭଉଣୀ ସୋହା ଏବଂ ସବା ଅଲ୍ଲି ଖାନକୁ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସୈଫଙ୍କର ଏହି ସମ୍ପତ୍ତିକୁ ଶତ୍ରୃ ସମ୍ପତ୍ତି ବୋଲି ଘୋଷଣା କରାଯାଇଛି । ତେବେ ଭୋପାଳର ନୱାବଙ୍କ ସହ ସୈଫ ଅଲ୍ଲି ଖାନଙ୍କ ସମ୍ପର୍କ କଣ , କେମିତି ତାଙ୍କର ସମ୍ପତ୍ତି ସୈଫଙ୍କର ସମ୍ପତ୍ତି ବୋଲି କୁହାଯାଉଥିଲା, ଏବଂ ଶତ୍ରୁ ସମ୍ପତ୍ତି କଣ ଆସନ୍ତୁ ଜାଣିବା ।

୨୦ ବର୍ଷ ତଳେ ୨୦୦୦ ମସିହାରେ ଟ୍ରାଏଲ କୋର୍ଟ ପକ୍ଷରୁ ନବାବ ପରିବାରର ଏହି ୧୫ ହଜାର କୋଟିର ସମ୍ପତ୍ତିକୁ ପୈତୃକ ସମ୍ପତ୍ତି ବୋଲି ଘୋଷଣା କରାଯାଇଥିଲା । ହେଲେ ହାଇକୋର୍ଟ ଏପରି ନିଷ୍ପତ୍ତିକୁ ଖାରଜ କରିଛି ।

୧୯୪୭ ମସିହାରେ ଭୋପାଳର ଶେଷ ନବାବ ଥିଲେ ନୱାବ୍ ହମିଦୁଲ୍ଲା ଖାନ୍ । ତାଙ୍କର ୩ଟି ଝିଅ ଥିଲେ । ବଡ ଝିଅର ନାଁ ଅବିଦା ସୁଲତାନ । ୧୯୫୦ରେ ସେ ପାକିସ୍ତାନରେ ଚାଲି ଯାଇଥିଲେ । ହମିଦୁଲ୍ଲାଙ୍କ ଦ୍ଵିତୀୟ ଝିଅ ସଜିଦା ଖାନ ନୱାବ ଇଫତିଖାର ଅଲ୍ଲି ଖାନ ପଟୌଦିଙ୍କୁ ବିବାହ କରିଥିଲେ । ଇଫତାର ଅଲ୍ଲି ଖାନ ଜଣେ କ୍ରିକେଟର ଥିଲେ ଯିଏ ଉଭୟ ଭାରତ ଆଉ ଇଂଲଣ୍ଡ ପାଇଁ ଖେଳୁଥିଲେ ।

ତାଙ୍କର ପୁଅ ଥିଲେ ମସୁର ଅଲ୍ଲି ଖାନ ଟାଇଗର ପଟୌଦି । ତାଙ୍କର ପୁଅ ହେଉଛନ୍ତି ସୈଫ ଅଲ୍ଲି ଖାନ । ସୈଫ ଅଲ୍ଲି ଖାନଙ୍କର ଜେଜେ ମା ହେଉଛନ୍ତି ସଜିଦା ।

ତେବେ ସଜିଦାଙ୍କ ବଡ ଭଉଣୀ ପାକିସ୍ତାନ ଚାଲି ଯାଇଥିବାରୁ ତାଙ୍କର ଭୋପାଳର ସେହି ସମ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଶତ୍ରୁ ସମ୍ପତ୍ତି ବୋଲି ଘୋଷଣା କରାଯାଇଥିଲା । ୨୦୧୪ରେ ରେ କଷ୍ଟୋଡିଆନ ଅଫ୍ ଏନମି ପ୍ରପୋର୍ଟି ଡିପାର୍ଟମେଣ୍ଟ ପକ୍ଷରୁ ଏହି ପଟୌଦି ପରିବାରର ପ୍ରପୋର୍ଟିକୁ ଶତ୍ରୁ ସମ୍ପତ୍ତି ବୋଲି ଘୋଷଣା କରାଯାଇଥିଲା ।

କିନ୍ତୁ ୨୦୧୬ରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ସୈଫ ଅଲ୍ଲି ଖାନ୍ । କିନ୍ତୁ ବର୍ତ୍ତମାନ ହାଇକୋର୍ଟ ପକ୍ଷରୁ ଏହାକୁ ଶତ୍ରୁ ସମ୍ପତ୍ତି ବୋଲି ଘୋଷଣା କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସୈଫ ଅଲି ଖାନ ହରାଇଲେ ୧୫ ହଜାର କୋଟିର ସମ୍ପତ୍ତି! | Argus News