Videos
|
Entertainment

ମୋହିତ୍ ସୁରି ଇଜ୍‌ ବ୍ୟାକ୍, ସୁପରହିଟ୍‌ ହେବ ଫିଲ୍ମ‘ସୈୟାରା’

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୋହିତ୍ ସୁରି ଇଜ୍‌ ବ୍ୟାକ୍, ସୁପରହିଟ୍‌ ହେବ ଫିଲ୍ମ‘ସୈୟାରା’

Key Points

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ସୈୟାରା’
ଆଶିକୀ- ପରେ ଦର୍ଶକଙ୍କୁ ପସନ୍ଦ ଆସୁଛି ଫିଲ୍ମ ‘ସୈୟାରା’
ୟୁଜର୍ସ କହିଲେ-ମୋହିତ୍ ସୁରି ଇଜ୍‌ ବ୍ୟାକ୍

ଚର୍ଚ୍ଚାରେ ମୋହିତ ସୁରୀଙ୍କ ଚଳଚ୍ଚିତ୍ର ‘ସୈୟାରା’ । ‘ଆଶିକୀ ୨’ ଏବଂ ‘ଏକ ଭିଲେନ’ ଭଳି ସୁପରହିଟ ପ୍ରେମ କାହାଣୀ ଦେଇଥିବା ମୋହିତ ସୁରୀ ଏଥର ଏକ ନୂଆ ପ୍ରେମ କାହାଣୀ ନେଇ କମ୍‌ବ୍ୟାକ କରିଛନ୍ତି। ଗତକାଲି ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମରେ ପ୍ରେମ, ଆବେଗ, ଯନ୍ତ୍ରଣା ଏବଂ ଆକାଂକ୍ଷାର କାହାଣୀ ପ୍ରଦର୍ଶିତ ହୋଇଛି। ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ ଖୁବ୍‌ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି।


‘ସୈୟାରା’ ସମ୍ପୂର୍ଣ୍ଣ ରୂପେ ଏକ ରୋମାଣ୍ଟିକ-ଲଭ ଷ୍ଟୋରୀ। ଫିଲ୍ମର ଗୀତଗୁଡ଼ିକ ପୂର୍ବରୁ ହିଁ ସୁପରହିଟ ହୋଇସାରିଛି, ଏବଂ ଆଡ଼ଭାନ୍ସ ବୁକିଂରେ ମଧ୍ୟ ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖାଯାଇଥିଲା। ଏହା ଏକ ଚମତ୍କାର ସହ ଭାବପ୍ରବଣ ଚଳଚ୍ଚିତ୍ର। ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ଏକ ଚମତ୍କାର ସହ ଭାବପ୍ରବଣ ଚଳଚ୍ଚିତ୍ର। ଜଣେ ପ୍ରଶଂସକ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟର ପ୍ରଶଂସା କରି ଏହାକୁ ବେଷ୍ଟ ଡେବ୍ୟୁ ବୋଲି କହିଛନ୍ତି। ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପ୍ରଥମ ଦିନ ପାଇଁ ୨ଡି ଫର୍ମାଟରେ ଦେଶବ୍ୟାପୀ ୩ ଲକ୍ଷ ୮୦ ହଜାର ୮୪୭ ଟିକେଟ ବିକ୍ରି କରିଛି ଆଡ଼ଭାନ୍ସ ବୁକିଂରେ ଫିଲ୍ମଟି ୯.୩୯ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ସୁପରହିଟ୍‌ ହେବ ବୋଲି ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

saiyaara-comfortably-crossed-the-20-crore-mark-on-day-1-and-as-per-the-official-number-the-film-registered-a-mind-blowing-2125-crore-net-on-the-opening-day | Argus News