Videos
|
Entertainment

ପ୍ରଥମ ଫିଲ୍ମରୁ ବଲିଉଡ୍‌ରେ ଧମାକା, ରାତାରାତି ହେଲେ ନ୍ୟାସନାଲ୍‌ କ୍ରସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଥମ ଫିଲ୍ମରୁ ବଲିଉଡ୍‌ରେ ଧମାକା, ରାତାରାତି ହେଲେ ନ୍ୟାସନାଲ୍‌ କ୍ରସ

Key Points

ରାତାରାତି ହେଲେ ନ୍ୟାସନାଲ୍‌ କ୍ରସ

ପ୍ରଥମ ଫିଲ୍ମରୁ ବଲିଉଡ୍‌ରେ ଧମାକା

ପଞ୍ଜାବର ଅମୃତସରରୁ ମୁମ୍ୱାଇ ଯାତ୍ରା


୨୨ ବର୍ଷୀୟ ଅଭିନେତ୍ରୀ ରାତାରାତି ହେଲେ ନ୍ୟାସନାଲ୍‌ କ୍ରସ । ପ୍ରଥମ ଫିଲ୍ମରୁ ହେଉଛି ଜୋରଦାର୍‌ ଚର୍ଚ୍ଚା । ପ୍ରଥମ ଫିଲ୍ମରୁ ବଲିଉଡ୍‌ରେ ଧମାକା । ଚାରିଆଡେ ଖାଲି ତାଙ୍କରି ଚର୍ଚ୍ଚା । ପ୍ରଥମ ଫିଲ୍ମରୁ ହିଁ ସମସ୍ତଙ୍କ ହୃଦୟ ଜିତିଲେ ଅଭିନେତ୍ରୀ । ଏବେ ହୋଇଛନ୍ତି ନ୍ୟାସନାଲ୍‌ କ୍ରସ୍‌ । ପଞ୍ଜାବର ଅମୃତସରରେ ଅନୀତଙ୍କ ଜନ୍ମ । ବୟସ ତାଙ୍କର ମାତ୍ର ୨୨ । ଅନିତଙ୍କ ଜନ୍ମ ଅକ୍ଟୋବର ୨୦୦୨ରେ ହୋଇଥିଲା । ଏକ ସାଧାରଣ ପରିବାରରୁ ଆସିଥିଲେ ଅନିତ । ପିଲାଦିନରୁ ଅଭିନୟ ପ୍ରତି ଆଗ୍ରହୀ ଥିଲେ ଅନିତ । ଅନିତ୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ସାଧାରଣ ଛାତ୍ର ଥିଲେ ।


ସେ ଯୀଶୁ ଏବଂ ମେରୀ କଲେଜ (JMC)ରୁ ମାନବିକତାରେ ସ୍ନାତକ କରିଛନ୍ତି। ସେ ସ୍ପ୍ରିଙ୍ଗ ଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା କରିଥିଲେ । କଲେଜ ସମୟରେ ସେ ଅଡିସନ୍ ଦେବା ଆରମ୍ଭ କରିଥିଲେ ଏବଂ ଅଭିନୟର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ଏହି ସ୍ୱପ୍ନ ପୂରଣ କରିବା ପାଇଁ ସେ ମୁମ୍ବାଇ ଚାଲିଯାଇଥିଲେ। ପ୍ରାରମ୍ଭରେ ସେ ବିଜ୍ଞାପନରେ କାମ କରିଥିଲେ। ପୂର୍ବରୁ ମଧ୍ୟ ଅନେକ ସାରା ଆଡ୍ ସୁଟ୍ କରିସାରିଛନ୍ତି । କିନ୍ତୁ ଅନୀତଙ୍କୁ ମୋହିତ ସୁରିଙ୍କ ଫିଲ୍ମ 'ସେୟାରା'ରୁ ପରିଚୟ ମିଳିଛି । ପ୍ରଥମ ଫିଲ୍ମରେ ହିଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ ଅନିତ୍ । ତାଙ୍କର ସରଳତା, ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ସମସ୍ତଙ୍କ ହୃଦୟ ଜିତିଛି । 'ସାୟାରା' ଚଳଚ୍ଚିତ୍ରରୁ ଅନୀତଙ୍କୁ ମିଳିଛି ଏକ ନୂଆ ପରିଚୟ । ନିକଟରେ ରିଲିଜ୍‌ ହୋଇଛି ଫିଲ୍ମ ସୈୟାରା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ଲିଡ୍‌ ରୋଲ୍‌ରେ ନଜରରେ ଆସିଛନ୍ତି ଅନୀତ ପଡ୍ଡା । ସୋସିଆଲ୍‌ ମିଡିଆରେ ଏବେ କେବଳ ତାଙ୍କୁ ଏବଂ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା । ୨୦୨୨ ମସିହାରେ ରେବତୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସଲାମ ଭେଙ୍କି'ରେ ତାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କର ଭୂମିକା ଛୋଟ ଥିଲା କିନ୍ତୁ ତାଙ୍କର ସ୍କ୍ରିନ୍ ଉପସ୍ଥିତି ଏବଂ ଲୁକ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ସେ ୨୦୨୪ ମସିହାରେ ଅନୀତ ଆମାଜନ ପ୍ରାଇମର ୱେବ୍ ସିରିଜ୍ 'ବିଗ୍ ଗାର୍ଲ୍ସ ଡୋଣ୍ଟ କ୍ରାଇ'ରେ ରୁହି ଭୂମିକାରେ ଅଭିନୟ କରିଥିଲେ । ଏଥିରେ ସେ ପୂଜା ଭଟ୍ଟ ଏବଂ ରାଇମା ସେନଙ୍କ ଭଳି ବରିଷ୍ଠ ଅଭିନେତ୍ରୀଙ୍କ ସହ କାମ କରିଥିଲେ ଏବଂ ନିଜର ଛାପ ଛାଡ଼ିଥିଲେ। କିନ୍ତୁ ତାଙ୍କ ଜୀବନର ଟର୍ଣ୍ଣି ପଏଣ୍ଟ ସାଜିଥିଲା ମୋହିତ ସୁରୀଙ୍କ ଫିଲ୍ମ 'ସାୟାରା'ର ଅଡିସନ୍ । ତେବେ ଆଗକୁ ଏହି ଅଭିନେତ୍ରୀଙ୍କୁ ଆଉ କାହା ସହ ଏବଂ କେଉଁ ଫିଲ୍ମରେ ଦେଖିବାକୁ ମିଳିବ ତାକୁ ହିଁ ଅପେକ୍ଷା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

saiyaara-star-aneet-padda-has-been-declared-a-national-crush-after-playing-vaani-batra | Argus News