Bollywood Update / ଏକାଠି ହେଲେ ଦୁଇ ବନ୍ଧୁ, ସଲମାନଙ୍କ ଫିଲ୍ମରେ ଗୀତ ଗାଇବେ ଅରଜିତ...

Key Points
ସଲମାନଙ୍କ ଫିଲ୍ମରେ ଗୀତ ଗାଇବେ ଅରଜିତ
ସଲମାନ ଖାନ-ଅରିଜିତ ସିଂଙ୍କ ମଧ୍ୟରେ ପ୍ୟାଚ୍ଅପ
ଭାଇଜାନ କହିଲେ-ଭୁଲ୍ ମୋର ଥିଲା
ଏକାଠି ହେଲେ ଦୁଇ ବନ୍ଧୁ। ଅନେକ ଦିନ ଧରି ଯେଉଁ ବିବାଦ ଲାଗି ରହିଥିଲା କି ସୁପରଷ୍ଟାର ସଲମାନ ଖାନ ଏବଂ ଗାୟକ ଅରିଜିତ ସିଂଙ୍କ ମଧ୍ୟରେ ଥିବା ସମ୍ପର୍କ କିଛି ଠିକ ନାହିଁ ବୋଲି ବର୍ତ୍ତମାନ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ଭାଇଜାନ କହିଛନ୍ତି କି, ଆମେ ଦୁହେଁ, ଭଲ ବନ୍ଧୁ। ସଲମାନ ଖାନ ଏବଂ ଗାୟକ ଅରିଜିତ ସିଂଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ସଂପର୍କରେ ସମସ୍ତଙ୍କୁ ଜଣାଥିବ ନିଶ୍ଚୟ। ଏହି ବିବାଦ ପରେ ସଲମାନ ଖାନଙ୍କ ଫିଲ୍ମ ସୁଲତାନରୁ ଅରିଜିତଙ୍କ ଗୀତକୁ ହଟାଇ ଦିଆଯାଇଥିଲା । କିନ୍ତୁ ବିବାଦର ଦୀର୍ଘ ବର୍ଷ ପରେ ସଲମାନ ଏବଂ ଅରିଜିତଙ୍କ ମଧ୍ୟରେ ପ୍ୟାଚଅପ୍ ହୋଇଥିବା ଜଣାପଡ଼ିଛି । ସଲମାନ ନିଜେ ହିଁ ଏନେଇ ସ୍ପଷ୍ଟ କରିଛନ୍ତି । ନିଜର ଭୁଲ ସ୍ୱୀକାର କରିବା ସହ ସଲାମାନ କହିଛନ୍ତି ଯେ, ସେ ପରିସ୍ଥିତିକୁ ଭୁଲ ବୁଝିଥିଲେ।
କଣ ଘଟିଥିଲା ସଲମାନ ଓ ଅରଜିତଙ୍କ ମଧ୍ୟରେ:
୨୦୧୪ ଗିଲ୍ଡ ପୁରସ୍କାର ସମାରୋହରେ ଗାୟକ ଅରିଜିତ ସିଂହ ‘ତୁମ୍ ହି ହୋ’ ଗୀତ ପାଇଁ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। ସଲମାନ ଖାନ ଏବଂ ରିତେଶ ଦେଶମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଅରିଜତି ଷ୍ଟେଜ୍କୁ ଯିବା ପରେ ସେଠାରେ ଉପସ୍ଥିତ ଥିବା ସଲମାନ ଏବଂ ରିତେଶଙ୍କୁ କହିଥିଲେ, ‘ତୁମେମାନେ ମୋତେ ଶୁଆଇ ପକାଇଲ।’ଅରିଜିତଙ୍କ ମନ୍ତବ୍ୟ ଶୁଣି ସଲମାନ କହିଥିଲେ, ‘ଏହା ଆମର ଦୋଷ ନୁହେଁ । ଯଦି ତୁମେ ତୁମ୍ ହି ହୋ ଭଳି ଗୀତ ଗାଇବ, ତେବେ ଦର୍ଶକ ନିଶ୍ଚିତ ଭାବରେ ଶୋଇଯିବେ। ଅରିଜିତ କୌଣସି ଜବାବ ନଦେଇ ଷ୍ଟେଜରୁ ଓହ୍ଲାଇ ଯାଇଥିଲେ ।
📱 Get Argus News App
✨ଏହି ବିବାଦ ସମୟରେ ଅରିଜିତ ସିଂ ସଲମାନ ଖାନଙ୍କ ଫିଲ୍ମ ସୁଲତାନ ପାଇଁ ଏକ ଗୀତ ଗାଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ଗୀତକୁ ଫିଲ୍ମରୁ ହଟାଇ ଦିଆଯାଇଥିଲା। ଏହି ଖବର ଶୁଣି ଅରିଜିତ ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ କ୍ଷମା ପ୍ରାର୍ଥନା କରି ପୋଷ୍ଟ କରିଥିଲେ ଏବଂ ତାଙ୍କ ଗୀତକୁ ଫିଲ୍ମରୁ ନହଟାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କର କ୍ଷମା ପ୍ରାର୍ଥନାର କୌଣସି ପ୍ରଭାବ ସଲମାନଙ୍କ ଉପରେ ପଡ଼ିନଥିଲା । ଆଉ ଏବେ ଖୋଦ ସଲମାନ ନିଜର ଭୁଲ ବୁଝିପାରିଛନ୍ତି ବୋଲି କହିଛନ୍ତି । ସେପଟେ ଖୁବଶୀଘ୍ର ସଲମାନଙ୍କ ଫିଲ୍ମରେ ଅରିଜିତଙ୍କ ଗୀତ ଶୁଣିବାକୁ ମିଳିପାରେ ।
ବର୍ତ୍ତମାନ ଦୁହେଁ ଭଲ ବନ୍ଧୁ। ସେମାନଙ୍କ ଭିତରେ ସେମିତି କିଛି ନାହିଁ ବୋଲି କହିଛନ୍ତି ସଲମାନ ଖାନ।ହାସ୍ୟ ଅଭିନେତା ରବି ଗୁପ୍ତା ବିଗ୍ ବସ୍ ୧୯ର ୱିକେଣ୍ଡ୍ ଏପିସୋଡ୍ରେ ହୋଷ୍ଟ ଭାବରେ ଯୋଗ ଦେଇଥିଲେ। ସେ ସଲମାନଙ୍କୁ କହିଥିଲେ ଯେ, ସେ ବିଗବସ ମଞ୍ଚକୁ ଆସିବାକୁ ଭୟ କରୁଥିଲେ। କାରଣ ସେ ଅରିଜିତ୍ ସିଂହଙ୍କ ପରି ଦେଖାଯାଉଛନ୍ତି । ଏହା ଶୁଣିବା ପରେ ସଲମାନ ହସିଥିଲେ ଏବଂ କହିଥିଲେ, ‘ଅରିଜିତ୍ ଏବଂ ମୁଁ ବହୁତ ଭଲ ବନ୍ଧୁ। ଏହା ଭୁଲ ବୁଝାମଣା ଥିଲା ଏବଂ ମୋର ଭୁଲ ଥିଲା।’ସଲମାନ ଆହୁରି କହିଥିଲେ, ‘ଅରିଜିତ ମୋ ପାଇଁ ମଧ୍ୟ ଗୀତ ଗାଇଛନ୍ତି । ଟାଇଗରରେ ଗାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଗଲୱାନ (ଫିଲ୍ମ)ରେ ମଧ୍ୟ ଗାଇବେ।’ ତେବେ ଆଗକୁ ଭାଇଜାନଙ୍କ ଫିଲ୍ମରେ ଅରଜିତ ସିଂ ଗୀତ ଗାଇବେ ଏହା ହିଁ ଫ୍ୟାନ୍ସଙ୍କ ଅପେକ୍ଷା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories