Salman Khan / ସଲମାନ ଖାନ ଥିଲେ ସୁଟରଙ୍କ ଟାର୍ଗେଟ୍, ସୁରକ୍ଷା ଦେଖି ବଦଳାଇଥିଲେ ପ୍ଲାନ୍
·1 hour ago·2 min read

Key Points
ଟାଇଗର ନୁହେଁ, ସଲମାନ ଖାନ୍ ଥିଲେ ଟାର୍ଗେଟ୍
ମୁମ୍ବାଇ ପୋଳିସ ପକ୍ଷରୁ ଚାଞ୍ଚଲ୍ୟକର ସୂଚନା
ସଲମାନଙ୍କ ବାନ୍ଦ୍ରା ବାସଭବନରେ ଥିଲା କଡା ସୁରକ୍ଷା ବ୍ୟବସ୍ଥା

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଟାଇଗର ଶ୍ରଫ୍ ନୁହେଁ, ବରଂ ସୁପରଷ୍ଟାର ସଲମାନ ଖାନ ଥିଲେ ସୁଟରଙ୍କ ପ୍ରଥମ ଟାର୍ଗେଟ୍ । ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଥିବା ଦାବି କରାଯାଇଛି । ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ସୁଟରମାନେ ନିଜ ଯୋଜନା ବଦଳାଇଥିଲେ । ଟାଇଗର ଶ୍ରଫ୍ଙ୍କ ସୁରକ୍ଷା ବ୍ୟବସ୍ଥା ତୁଳନାତ୍ମକ ଭାବେ କମ୍ ଥିବା ଭାବି ତାଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ମୁମ୍ବାଇରେ ଟାଇଗର ଶ୍ରଫ୍ଙ୍କୁ ଲକ୍ଷ୍ୟ କରି ୭ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ଦୁଇଜଣ ଯୁବକ ଗୁଳି ଚଳାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଗାଡ଼ି ଷ୍ଟାର୍ଟ କରି ଅପେକ୍ଷା କରିଥିଲା । ଏହି ଆକ୍ରମଣ ପଛରେ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସହଯୋଗୀ ଅନିଲ ପଣ୍ଡିତର ହାତ ଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି ।
ଅନ୍ୟପଟେ, ସୁଟରମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣାପଡ଼ିଛି । ସେମାନଙ୍କୁ କିଏ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଏହି ଘଟଣାରେ ରାଜସ୍ଥାନର କୋଟାରୁ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୪୮ ଘଣ୍ଟିଆ ଟ୍ରାନଜିଟ୍ ରିମାଣ୍ଡରେ ନେଇ ମୁମ୍ବାଇ ପୋଲିସ ପଚରାଉଚରା କରୁଛି । ଅଭିଯୁକ୍ତମାନଙ୍କୁ ବିପୁଳ ଟଙ୍କା ସହ ବିଦେଶରେ ଚାକିରି ଦେବାର ପ୍ରଲୋଭନ ଦିଆଯାଇଥିବା ଅଭିଯୋଗ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟଙ୍କା ଓ ବିଦେଶୀ ଚାକିରିର ଲୋଭରେ ସେମାନେ ଏଭଳି ଅପରାଧ ଘଟାଇଥିବା ସନ୍ଦେହ କରାଯାଉଛି । ଏହି ଆକ୍ରମଣ ପଛରେ କାହାର ଷଡ଼ଯନ୍ତ୍ର ରହିଛି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୋଲିସର ତଦନ୍ତ ଜାରି ରହିଛି ।
ପୋଲିସର ସନ୍ଦେହ ଅନୁସାରେ, ଟାଇଗର ଶ୍ରଫ୍ ଓ ତାଙ୍କ ଡ୍ରାଇଭରଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ କରାଯାଇଥାଇପାରେ। ଟାଇଗର ସାଧାରଣତଃ ପ୍ରତି ରବିବାର ସନ୍ଧ୍ୟା ପ୍ରାୟ ୫ଟାରୁ ୭ଟା ମଧ୍ୟରେ ପୁଷ୍ପା ନରସୀ ଫୁଟବଲ୍ ଗ୍ରାଉଣ୍ଡକୁ ଖେଳିବାକୁ ଆସୁଥିଲେ। ସେ ଖୁବ୍ କମ୍ ସମୟରେ ରବିବାର ଫୁଟବଲ୍ ଖେଳିବାକୁ ଆସିବାରୁ ବିରତ ରହୁଥିଲେ।
ଏବେ ପୋଲିସ ଅକ୍ଟୋବର ୧୧ ତାରିଖରେ ହୋଇଥିବା ସନ୍ଦିଗ୍ଧ ରେକି ଏବଂ ଅକ୍ଟୋବର ୧୮ ତାରିଖର ଗୁଳିମାଡ଼ ମଧ୍ୟରେ ସମ୍ପର୍କ ଖୋଜୁଛି। CCTV ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ (CDR) ଓ ଅଭିଯୁକ୍ତମାନଙ୍କ ଗତିବିଧି ଯାଞ୍ଚ କରାଯାଉଛି। ଏହି ଆକ୍ରମଣ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

Related Topics
Explore more stories