Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood / ଶୁଟିଂ ସେଟରେ ଆହତ ହେଲେ ସଲମାନ, ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଶୁଟିଂ ସେଟରେ ଆହତ ହେଲେ ସଲମାନ, ଫ୍ୟାନ୍ସ କହିଲେ...

Key Points

ଶୁଟିଂ ସେଟରେ ଆହତ ହେଲେ ସଲମାନ

ଚାଲିଛି ଫିଲ୍ମ ‘ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ’ର ଶୁଟିଂ

ସମସ୍ତେ ଚିନ୍ତାରେ

ଆହତ ହେଲେ ବଲିଉଡର ଭାଇଜାନ ସଲମାନ ଖାନ। ଏଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଏହାକୁ ଚିନ୍ତା ବଢ଼ିଛି। କଣ ହୋଇଛି, କେମିତି ଅଛନ୍ତି ସଲମାନ ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ସୁପରଷ୍ଟାର ସଲମାନ ଖାନ୍‌ ‘ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି। ଲଦାରଖରୁ ଫେରିବା ପରେ ସଲମାନ ଏବେ ଫିଲ୍ମର ମୁମ୍ବାଇ ସିଡ୍ୟୁଲ ପାଇଁ ପ୍ରସ୍ତୁତି କରୁଛନ୍ତି। ମୁମ୍ବାଇ ସିଡ୍ୟୁଲ ଆସନ୍ତା ସପ୍ତାହରୁ ଆରମ୍ଭ ହେବ।


ଏଥିରେ ହାଇ ଆକ୍ସନ ଏବଂ ଇମୋଶନାଲ ସିନ୍‌ ରହିଛି।ସଲମାନ ଲଦାଖରେ ୧୫ ଦିନ ପାଇଁ ଶୁଟିଂ କରିଥିଲେ। ଏହା ବ୍ୟତୀତ ସଲମାନ ବିଗ ବସ୍‌-୧୯ରେ ମଧ୍ୟ ନଜର ଆସୁଛନ୍ତି। ସେ ବିଗ ବସ୍‌-୧୯ର ହୋଷ୍ଟ ଅଟନ୍ତି। ଗତ ସପ୍ତାହରେ ସେ ଲଦାଖରେ ଶୁଟିଂ କରୁଥିବାରୁ ତାଙ୍କୁ ଦେଖିବାକୁ ମିଳିନଥିଲା। ଲଦାଖ ସିଡ୍ୟୁଲ ଟୋଟାଲ ଟିମ୍‌ର ଧୈର୍ଯ୍ୟ ପରୀକ୍ଷା କରିଥିଲା। ସଲମାନ ଏବଂ ଟିମ୍‌ ଲଦାଖରେ -୧୦ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରିଥିଲେ। ଶାରୀରିକ ଆଘାତ ଏବଂ କମ୍‌ ଅକ୍ସିଜେନ ସ୍ତର ସତ୍ତ୍ୱେ ସଲମାନ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଟିମ୍‌ ୪୫ ଦିନର ଆକ୍ସନ ଏବଂ ଡ୍ରାମାଟିକ୍‌ ସିନ୍‌ ଶେଷ କରିଛି। ସଲମାନ ଏହି ୧୫ ଦିନ ଭିତରେ ଶୁଟିଂ ସମୟରେ ହୋଇଥିବା ଆଘାତ ଯୋଗୁ ବିଶ୍ରାମ ନେବାକୁ ଚାହିଁଛନ୍ତି। ସେ ଏକ ଛୋଟ ବ୍ରେକ୍‌ ବା ବିରତି ପରେ ପୁଣି ମୁମ୍ବାଇ ସିଡ୍ୟୁଲ ଫିଲ୍ମ ପ୍ରତି ଧ୍ୟାନ ଦେବେ। ଏହି ଫିଲ୍ମଟି ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Bollywood | Salman Khan Injured on Shooting Set, Fans React with Concern | Argus News | Argus News