Videos
|
Entertainment

କାହିଁକି ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ ବିକି ଦେଲେ ସଲମାନ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ ବିକି ଦେଲେ ସଲମାନ୍‌

Key Points

ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ ବିକ୍ରି କଲେ ଭାଇଜାନ
ଏତିକି କୋଟିରେ ହେଲା ଡିଲ୍
ଫ୍ୟାନ୍ସ କହିଲେ ଏମିତି...

ଆପାର୍ଟମେଣ୍ଟ ବିକିଦେଲେ ବଲିଉଡ୍‌ର ଭାଇଜାନ ସଲ୍‌ମାନ୍‌ ଖାନ । ହେଲେ ଏମିତି କାହିଁକି କଲେ ବୋଲି ଫ୍ୟାନ୍ସଙ୍କ ମନରେ ବଡ ପ୍ରଶ୍ନ। କିଏ ଏବଂ କେତେ ଟଙ୍କାରେ କିଣିଲେ ସଲମାନଙ୍କ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ । ଏହି ଆପାର୍ଟମେଣ୍ଟ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା । ସଲମାନଙ୍କ ଏହି ଆପାର୍ଟମେଣ୍ଟର ଡିଲ୍‌ ମାତ୍ର ଏକ ମାସରେ ପଞ୍ଜିକୃତ ହୋଇଛି । ମୁମ୍ବାଇର ବାନ୍ଦ୍ରା ୱେଷ୍ଟ୍‌ ସହରର ସବୁଠାରୁ ଆକର୍ଷଣୀୟ ଏବଂ ମହଙ୍ଗା ରିଅଲ ଇଷ୍ଟେଟ୍ ବଜାର ମଧ୍ୟରୁ ଏହା ଗୋଟିଏ। ଏଠାରେ ପ୍ରିମିୟମ୍ ହାଉସିଂ ଏବଂ ବାଣିଜ୍ୟିକ ସମ୍ପତ୍ତି ଉପଲବ୍ଧ ହୁଏ।


ସଲମାନ ଖାନ ଏହି ଆପାର୍ଟମେଣ୍ଟକୁ ୫.୩୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ପ୍ରାୟ ୧୩୧୮ ବର୍ଗ ଫୁଟ ପରିସୀମା ବିଶିଷ୍ଟ ଏହି ଆପାର୍ଟମେଣ୍ଟ ଚୁକ୍ତିରେ ତିନୋଟି କାର ପାର୍କିଂ ଅଛି । ଏହି ଡିଲ୍‌ରେ ୩୨.୦୧ ଲକ୍ଷ ଟଙ୍କାର ଷ୍ଟାମ୍ପ ଫି ଏବଂ ୩୦,୦୦୦ ଟଙ୍କାର ରେଜିଷ୍ଟ୍ରେସନ୍‌ ଫି ସାମିଲ । ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଥିବା ବାନ୍ଦ୍ରାର ଏହି ଅଞ୍ଚଳରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ, ଐତିହ୍ୟ ବଙ୍ଗଳା ରହିଛି, ଯାହା ନିବେଶକଙ୍କୁ ଏଠାକୁ ଆକର୍ଷିତ କରିଥାଏ । ସଲମାନଙ୍କ ବିଷୟରେ କହିଲେ ସେ ପ୍ରତି ବର୍ଷ ଅନ୍ୟନ୍ୟା ରିୟଲ ଇଷ୍ଟେଟ୍‌ ନିବେଶରୁ ୧୨ କୋଟିରୁ ଅଧିକ ଟଙ୍କା ଆୟ କରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଲମାନ ଏହି ଆପାର୍ଟମେଣ୍ଟ କିଣିବା ପରେ ଏହାକୁ ୩୬ ମାସ ପାଇଁ ଭଡ଼ାରେ ଲଗାଇଥିଲେ । ସେ ଗତ ୩ ବର୍ଷ ମଧ୍ୟରେ ୫୬ ଲକ୍ଷରୁ ଅଧିକ ଟଙ୍କା ଲାଭ କରିଛନ୍ତି । ପ୍ରଥମ ବର୍ଷରେ ଭଡ଼ାଟିଆ ପ୍ରତିମାସରେ ୧.୫୦ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଦ୍ୱିତୀୟ ବର୍ଷରେ ପ୍ରତିମାସରେ ଭଡ଼ା ବାବଦରେ ୧.୫୭ ଲକ୍ଷ ଟଙ୍କା ପ୍ରଦାନ କରୁଥିଲେ । ତୃତୀୟ ବର୍ଷରେ ପ୍ରତିମାସରେ ୧.୬୫ ଲକ୍ଷ ଆଦାୟ କରି ମୋଟ ୫୬.୬୪ ଲକ୍ଷ ଲାଭ କରିଛନ୍ତି । ଅଭିନେତା କେବଳ ନିବେଶ ଉଦ୍ଦେଶ୍ୟରେ ଏହି ଆପାର୍ଟମେଣ୍ଟକୁ କିଣିଥିଲେ ।

salman-khan-sells-apartment-in-mumbais-bandra-for-rs-535-crore | Argus News