Videos
|
Entertainment

KBCରେ ଆଉ ଦିଶିବେନି ଅମିତାଭ, ସଲମାନ୍ କରିପାରନ୍ତି ହୋଷ୍ଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
KBCରେ ଆଉ ଦିଶିବେନି ଅମିତାଭ, ସଲମାନ୍ କରିପାରନ୍ତି ହୋଷ୍ଟ

Key Points

'କୌନ ବନେଗା କରୋଡ ପତି' ସୋ' ଛାଡି ପାରନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଆଉ ଅମିତାଭଙ୍କ ଜାଗା ନେଇପାରନ୍ତି ସଲମନ ଖାନ । ଏପରି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

'କୌନ ବନେଗା କରୋଡ ପତି' ସୋ' ଛାଡି ପାରନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଆଉ ଅମିତାଭଙ୍କ ଜାଗା ନେଇପାରନ୍ତି ସଲମନ ଖାନ । ଏପରି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅମିତାଭ୍ ବଚ୍ଚନଙ୍କ ସବୁଠୁ ଲୋକପ୍ରିୟ ସୋ' କେବିସି (KBC) । ବିଗ୍ ବି କେବିସିର ପ୍ରଥମ ସିଜିନରୁ ହିଁ ଏହି ରିଆଲିଟି ସୋ'ର ହୋଷ୍ଟ ଭାବେ ଚର୍ଚ୍ଚାରେ ରହି ଆଶିଛନ୍ତି । ଏବଂ ତାଙ୍କର ଉପସ୍ଥାପନା ଶୈଳୀକୁ ଘରେ ଘରେ ଦର୍ଶକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କେବଳ ୩ୟ ସିଜିନ୍ ବ୍ୟତୀତ ଅମିତାଭ ଅନ୍ୟ ସବୁ ସିଜିନ ଗୁଡିକ ନିଜେ ଉପସ୍ଥାପନା କରିଛନ୍ତି । ବର୍ତ୍ତମାନ ଏହି ସୋ'୧୭ ସିଜିନ୍‌ରେ ପହଞ୍ଚିଥିବା ବେଳେ ଏହି ସିଜିନ୍‌ରୁ ଅମିତାଭ ସୋ'ରୁ ବିଦାୟ ନେବା କଥା ଚର୍ଚ୍ଚା ହେଉଛି ।


ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି, ଅମିତାଭ ସିଜିନ ୧୭ କେବିସିରୁ ବିଦାୟ ନେଉଥିବା ବେଳେ ସଲମାନ ତାଙ୍କ ସ୍ଥାନରେ ହୋଷ୍ଟ କରିବେ। ସଲମନ ଛୋଟ ପରଦାରେ ହୋଷ୍ଟ କରିବାରେ ମଧ୍ୟ ଖୁବ ସଫଳତା ହାସଲ କରିଛନ୍ତି । ସଲମନଙ୍କର ଉପସ୍ଥାପନା ଶୈଳୀକୁ ଦର୍ଶକ ଖୁବ ପ୍ରଶଂସା କରନ୍ତି । ପୂର୍ବରୁ କେବିସିର ଏକ ସିଜିନରେ ସାହାରୁଖ ଖାନ ମଧ୍ୟ ହୋଷ୍ଟ କରିଥିଲେ । ତେବେ ଯଦି ସବୁ କିଛିଠିକ ହୁଏ , ତେବେ ସଲମନ ସିଜିନ ୧୭ରୁ କେବିସି ହୋଷ୍ଟ କରିବେ ବୋଲି କୁହାଯାଉଛି । ତେବେ କୌଣସି ବ୍ୟକ୍ତିଗତ ସମସ୍ୟା କାରଣରୁ ଅମିତାଭ ସୋ' ଛାଡିବା କଥା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored