Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କିଏ ଉପହାର ଦେଇଥିଲେ ସଲମାନଙ୍କୁ ୩୪ ଲକ୍ଷର ଘଣ୍ଟା ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କିଏ ଉପହାର ଦେଇଥିଲେ ସଲମାନଙ୍କୁ ୩୪ ଲକ୍ଷର ଘଣ୍ଟା ?

ଚର୍ଚ୍ଚାରେ ଭାଇଜାନଙ୍କ ଘଣ୍ଟା । ବଲିଉଡର ସୁପରଷ୍ଟାର ସଳମାନ ସର୍ବଦା କିଛି ନା କିଛି ଜିନିଷକୁ ନେଇ ଲାଇମ ଲାଇଟ୍‌ ରହିଥାନ୍ତି। କିନ୍ତୁ ଏଥର ସେ ଏକ ଘଣ୍ଟା ପିନ୍ଧିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ। ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌। ଏହାସହ ଘଣ୍ଟାର ନାଁ ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ବଲିଉଡର ଭାଇଜାନ ସଲମାନ ଖାନ ଏକ ଘଣ୍ଟା ପିନ୍ଧିଥିବାର ନଜର ଆସିଥିଲେ। ଏହି ଘଣ୍ଟାର ବିଶେଷତ୍ତ୍ୱ କ’ଣ ଏବଂ ଏହାକୁ ତିଆରି କରୁଥିବା କମ୍ପାନୀର ମାଲିକ କିଏ? ମାର୍ଚ୍ଚ ୨୭ରେ ବଲିଉଡ ସୁପରଷ୍ଟାର ସଲମାନ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି କ୍ୟାପସନ୍ ଦେଇଛନ୍ତି – “୩୦ମାର୍ଚ୍ଚରେ ପ୍ରେକ୍ଷାଳୟରେ ଆପଣଙ୍କୁ ଦେଖିବା!” ଏହି ପୋଷ୍ଟ ମାଧ୍ୟମରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିକନ୍ଦରଙ୍କୁ ପ୍ରମୋଟ୍ କରିଥିଲେ।

କିନ୍ତୁ ଚଳଚ୍ଚିତ୍ରର ପ୍ରମୋସନ ଅପେକ୍ଷା ଲୋକଙ୍କ ଧ୍ୟାନ ତାଙ୍କ ହାତଘଣ୍ଟାର ସୁନା ଡାଏଲ୍ ଏବଂ କମଳା ରଙ୍ଗର ବ୍ୟାଣ୍ଡ୍ ଉପରେ ରହିଥିଲା ଏଥର ସେ ପିନ୍ଧିଥିବା ଘଣ୍ଟା ବହୁତ ସ୍ୱତନ୍ତ୍ର । ଏହା ହେଉଛି ‘ରାମ ଜନ୍ମଭୂମି’ ଘଣ୍ଟା, ଯାହାର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା । କୁହାଯାଉଛି ଯେ, ଏହି ଘଣ୍ଟା ତାଙ୍କୁ ତାଙ୍କ ମାଆ ଉପହାର ଦେଇଥିଲେ। ବାସ୍ତବରେ, ବିଳାସପୂର୍ଣ୍ଣ ଘଣ୍ଟା ଦୁନିଆରେ ଜ୍ୟାକବ ଆଣ୍ଡ୍ କମ୍ପାନୀ ଜଣାଶୁଣା ନାଁ। ଏହି କମ୍ପାନୀର ପ୍ରତିଷ୍ଠାତା ତଥା ମାଲିକଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ନାମ ଜ୍ୟାକବ ଆରାବୋ। , ସ୍ୱତନ୍ତ୍ର ରାମ ଜନ୍ମଭୂମି ଘଣ୍ଟା ତିଆରି କରିଥିବା ଜ୍ୟାକବ ଆଣ୍ଡ୍ କମ୍ପାନୀ ନିଟ୍ ମୂଲ୍ୟ ପ୍ରାୟ ୩୦୦-୪୦୦ ନିୟୁତ ଡଲାର (ପ୍ରାୟ୨୫୦୦-୩୦୦୦ କୋଟି) ହେବ ବୋଲି ଆକଳନ କରାଯାଇଛି।

ତାଙ୍କ କମ୍ପାନୀ ଜ୍ୟାକବ ଆଣ୍ଡ୍ କମ୍ପାନୀ ପ୍ରତିବର୍ଷ ଲକ୍ଷ ଲକ୍ଷ ଡଲାର ବ୍ୟବସାୟ କରେ। ତାଙ୍କ ଗ୍ରାହକମାନଙ୍କ ମଧ୍ୟରେ ହଲିଉଡ ଷ୍ଟାର, ବିଲିୟନେୟାର ବ୍ୟବସାୟୀ ଏବଂ ଅନ୍ତର୍ଜାତୀୟ ସେଲିବ୍ରିଟି ଅଛନ୍ତି । ସଲମାନ ମହଙ୍ଗା ଏବଂ ଷ୍ଟାଇଲିସ୍ ଘଣ୍ଟାକୁ ବହୁତ ଭଲ ପାଆନ୍ତି । ଏଥର ଯେଉଁ ଘଣ୍ଟାଟି ପିନ୍ଧିଛନ୍ତି ତାହା ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
salman-khan-wears-ram-janmabhoomi-special-edition-watch-worth-rs-34-lakh | Argus News