Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିରାଶ କଲେ ଭାଇଜାନ, ଫିକା ପଡିଲା 'ସିକନ୍ଦର'

Entertainment

ନିରାଶ କଲେ ଭାଇଜାନ, ଫିକା ପଡିଲା 'ସିକନ୍ଦର'

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିରାଶ କଲେ ଭାଇଜାନ, ଫିକା ପଡିଲା 'ସିକନ୍ଦର'

ଭାଇଜାନଙ୍କ ଭାଗ୍ୟ ଖରାପ। ଯେଉଁ ଫିଲ୍ମରେ ହାତ ଦେଉଛନ୍ତି, ତାହା ଖରାପ ହେଇଯାଉଛି। ମାନେ ଆମେ କହୁଛୁ ଫିଲ୍ମ କଥା। ଫିକା ପଡିଲା ଫିଲ୍ମ ସିକନ୍ଦର। ଆଶା ଯେତିକି ଥିଲା ରୋଜଗାର କରିବ ବୋଲି ତାହାଠାରୁ ବି କମ୍‌ ରୋଜଗାର କରିଛି। ଗୋଟେ ସମୟ ଥିଲା ଯେତେବେଳେ ସଲମାନ୍ ଖାନଙ୍କ ଚଳଚ୍ଚିତ୍ର ତାଙ୍କ ଷ୍ଟାରଡମ ଆଧାରରେ ଚାଲୁଥିଲା। ଫିଲ୍ମ ଭଲ ହେଉକି ଖରାପ ସଲାମାନଙ୍କ ଫିଲ୍ମ ମାନେ ଦେଖିବା ଥୟ। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି ଏବଂ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି । ଆଉ ଷ୍ଟାରଡମ୍ ଚଳୁନି।

ବଲିଉଡ୍ ଭାଇଜାନଙ୍କର ଏପର୍ଯ୍ୟନ୍ତ 19ଟି ଚଳଚ୍ଚିତ୍ର ରିଲିଜ୍ ହୋଇଛି। ଯାହା 100କୋଟି କ୍ଲବରେ ସାମିଲ୍ ହୋଇଛି। କିନ୍ତୁ ଏବେ କଥା 100 କୋଟିର ନୁହେଁ 1000 କୋଟିରେ ପହଞ୍ଚିଲାଣି। ଶାହାରୁଖ ଖାନ ଏବଂ ଆମୀର ଖାନ୍ 1000 କୋଟି କ୍ଲବରେ ସାମିଲ୍ ହେବା ପରେ ସଲମାନଙ୍କ ଏଣ୍ଟ୍ରିକୁ ଥିଲା ଅପେକ୍ଷା। ଫିଲ୍ମ 'ସିକନ୍ଦର'ରୁ ଆଶା କରାଯାଉଥିଲା ଯେ ଏହି ଚଳଚ୍ଚିତ୍ର ତାଙ୍କ ସ୍ୱପ୍ନକୁ ପୂରଣ କରିବ। କିନ୍ତୁ ଏହା ଘଟିଲା ନଥିଲା। । 'ସିକନ୍ଦର'ର ଷଷ୍ଠ ଦିନର ରୋଜଗାରରୁ ଯାହା ଜଣା ପଡ଼ିଛି ଏହା ଦର୍ଶକଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛି। ଏଆର୍ ମୁରୁଗାଦାସ୍ ନିର୍ଦ୍ଦେଶିତ 'ସିକନ୍ଦରର୍' ସାରା ବିଶ୍ୱରେ 150 କୋଟି ଟଙ୍କା ଅତିକ୍ରମ କରିଛି। ଚଳଚ୍ଚିତ୍ରର ରୋଜଗାର ଦିନକୁ ଦିନ କମିବାରେ ଲାଗିଛି।

ଯାହାକୁ ଦେଖି ଏହା କହିବା ଭୁଲ୍ ହବନି ଯେ,ଏହି ଫିଲ୍ମ 1000 କୋଟି ତ କଣ 500 କୋଟି ପର୍ଯ୍ୟନ୍ତ ବି ପହଞ୍ଚିବା ମୁସ୍କିଲ୍।ସଲମାନଙ୍କ ପ୍ରଶଂସକମାନେ ତାଙ୍କୁ ଅନୁରୋଧ କରିଛନ୍ତି ଯେ, ଫିଲ୍ମ ସାଇନ୍ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବାର ଆବଶ୍ୟକ । ଆଉ ସଲମାନ୍ ତାଙ୍କ ଅଭିନୟ କ୍ୟାରିୟର କୁ ନେଇ ଟିକିଏ ସିରିଅସ୍ ହୁଅନ୍ତୁ ।ବର୍ତ୍ତମାନ ଦର୍ଶକ ଚାହୁଁଛନ୍ତି ଫିଲ୍ମର କାହାଣୀଠୁ ନେଇ ଆକ୍ସନ୍ ଦୃଶ୍ୟ ଏବଂ ଗୀତ ସବୁ କିଛି ଭଲ ହେଉ।

କିନ୍ତୁ ସଲମାନ ଖାନଙ୍କ 'ସିକନ୍ଦର'ରେ ଦର୍ଶକ ତାହା ଦେଖିବାକୁ ପାଇ ନଥିଲେ। ସେଥିପାଇଁ ରୋଜଗାର ଧିମା।ଏକ ରିପୋର୍ଟ ଅନୁଯାୟୀ ସଲମାନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ସିକନ୍ଦର' ରିଲିଜ ହେବାର ଷଷ୍ଠ ଦିନରେ ମାତ୍ର 3.75 କୋଟି ଟଙ୍କା କଲେକ୍ସନ କରିଛି। ଆଜି ପର୍ଯ୍ୟନ୍ତ 'ସିକନ୍ଦର'ର ଏହା ସବୁଠୁ ସର୍ବନିମ୍ନ ରୋଜଗାର। ଏହି ଚଳଚ୍ଚିତ୍ର ଭାରତରେ ଏପର୍ଯ୍ୟନ୍ତ ମୋଟ 94 କୋଟି ଟଙ୍କା ଆୟ କରିଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
salman-khans-disappointed-fans-suggestion-to-him-after-sikandar-failure | Argus News