Videos
|
Entertainment

ପ୍ରେମରେ ପଡିଛନ୍ତି ସାମନ୍ଥା, ଭାଇରାଲ ହେଉଛି ଫଟୋ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରେମରେ ପଡିଛନ୍ତି ସାମନ୍ଥା, ଭାଇରାଲ ହେଉଛି ଫଟୋ...

ପ୍ରେମ... ବିବାହ...ବିଚ୍ଛେଦ। ଏଭଳି କିଛି ସମସ୍ୟାରେ ପୀଡିତ ଥିଲେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ଗତ କିଛି ଦିନ ହେବ ସାମନ୍ଥାଙ୍କ ଜୀବନରେ ଯେମିତି ଦୁଃଖର ପାହାଡ ପଡିଯାଇଥିଲା। ଯାହାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ବି ପଡିଥିଲା। କିନ୍ତୁ ଏବେ ସେ ଏହି ସମସ୍ୟାରୁ ଧିରେ ଧିରେ ରିକଭରି ହେଉଛନ୍ତି। ଏହାସହ ଅଭିନେତ୍ରୀ ପୁଣି ଥରେ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି । ସାମନ୍ଥାଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି।


ଫଟୋରେ ଅଭିନେତ୍ରୀ ଜଣେ ହ୍ୟାଣ୍ଡସମ୍‌ ହଙ୍କଙ୍କ ସହ ନଜର ଆସୁଛନ୍ତି, ଯାହା ପରଠାରୁ ସେ ତାଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ଜୋର ଧରିଛି।ଯୁବକଜଣଙ୍କ ଆଉ କେହି ନୁହେଁ ବରଂ ‘ସିଟାଡେଲ:ହନି ବନିର ନିର୍ଦ୍ଦେଶକ ରାଜ ନିଦିମୋରୁ। ନିକଟରେ ଏକ ଟୁର୍ନାମେଣ୍ଟର କିଛି ଫଟୋ ସାମନ୍ଥା ଶେୟାର କରିଥିଲେ, ଯେଉଁଥିରେ ନିଦିମୋରୁ ନଜର ଆସିଛନ୍ତି। ଏସବୁ ଫଟୋକୁ ଦେଖି ତାଙ୍କ ଡେଟିଂ ଗୁଜବ ବଢ଼ିଛି। କାରଣ ଫଟୋଗୁଡ଼ିକରେ ଅଭିନେତ୍ରୀ ତାଙ୍କ ହାତ ଧରିଛନ୍ତି।ସୋସିଆଲ ମିଡିଆରେ ସାମନ୍ଥାଙ୍କ ଫଟୋ ବେଶ ଭାଇରାଲ ହେଉଛି। ପ୍ରତ୍ୟକ୍ଷ ନ ହେଲେ ବି ସେ ପରୋକ୍ଷରେ ନିଜ ସମ୍ପର୍କ ନେଇ ଖୁଲାସା କରିଥିବା କୁହାଯାଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ ନିଦିମୋରୁ ଜଣେ ଫିଲ୍ମ ନିର୍ଦ୍ଦେଶକ । ‘ଦ ଫାମିଲି ମ୍ୟାନ୍‌ ୨’ ଏବଂ ‘ସିଟାଡେଲ୍‌:ହନି ବନି’ରେ ସେ ସାମନ୍ଥାଙ୍କୁ ଲିଡ୍‌ ରୋଲରେ ରଖିଥିଲେ। ଏବେ ପୁଣିଥରେ ସେ ଅଭିନେତ୍ରୀଙ୍କ ସହ ‘ରକ୍ତ ବ୍ରହ୍ମାଣ୍ଡ’ ଲାଗି କାମ କରୁଛନ୍ତି। ଆଜିକାଲି ନିଜର ଆଗାମୀ ସିରିଜ ‘ରକ୍ତ ବ୍ରହ୍ମାଣ୍ଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ସେ। ପ୍ରଶଂସକ ଏବେ ସିରିଜର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଖୁବଶୀଘ୍ର ଏହା ପରଦାକୁ ଆସିବ। କିନ୍ତୁ ଏହି ଯୋଡିକୁ ପ୍ରଶଂସକ ପସନ୍ଦ କରୁଥିବାବେଳେ ଉଭୟଙ୍କ ପକ୍ଷରୁ କୌଣସି ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Samantha Ruth Prabhu dating director Raj Nidimoru? | Argus News