Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ନୂଆ ନୁହେଁ, ପୁରୁଣା ଯୋଡି ଆସିବେ ନଜର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନୂଆ ନୁହେଁ, ପୁରୁଣା ଯୋଡି ଆସିବେ ନଜର

ନୂଆ ନୁହେଁ, ପୁରୁଣା ଯୋଡି ଏକାଠି ନଜର ଆସିବେ। ଏଭଳି କିଛି କହିଛନ୍ତି ନିଜେ ଅଭିନେତ୍ରୀ । ଆମେ କହୁଛୁ ଫିଲ୍ମ 'ସନମ୍ ତେରୀ କସମ୍' କଥା। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍ ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଦ୍ୱିତୀୟଥର ମୁକ୍ତିଲାଭ ପରେ ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା। ଏବେ ନିର୍ମାତାମାନେ ଫିଲ୍ମର ସିକ୍ୱେଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ପ୍ରଯୋଜକ ଦୀପକ ମୁକୁଟ ୨୦୨୬ ମସିହାରେ ଫିଲ୍ମର ସିକ୍ୱେଲ୍ ରିଲିଜ୍ ହେବ ବୋଲି ନିଶ୍ଚିତ କରିଛନ୍ତି।

୨୦୧୬ରେ ମୁକ୍ତିଲାଭ କରିଥିବା ସନମ୍ ତେରୀ କସମ୍ ପୁନର୍ବାର ମୁକ୍ତିଲାଭ କରିବା ପରେ ହଇଚଇ ସୃଷ୍ଟି କରିଛି। ସନମ ତେରୀ କସମ୍ ୭ ଫେବୃଆରୀ ୨୦୨୫ରେ ପୁନଃ ମୁକ୍ତିଲାଭ କରିଥିଲା। ସିନେମାକୁ ପ୍ରଶଂସକମାନେ ବହୁତ ଭଲ ପାଇବା ଦେଇଥିଲେ। ଏହି ଫିଲ୍ମଟି ଏପର୍ଯ୍ୟନ୍ତ ୫୦ କୋଟି ଟଙ୍କା ରୋଜଗାର କରିସାରିଛି। ଫିଲ୍ମର ଗୀତ ଏବଂ ରୋମାଣ୍ଟିକ କାହାଣୀ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଥିଲା। ହର୍ଷବର୍ଦ୍ଧନ ଏବଂ ମାୱରାଙ୍କ ମଧ୍ୟରେ କେମେଷ୍ଟ୍ରି ମଧ୍ୟ ଚର୍ଚ୍ଚାରେ ଥିଲା। ଏବେ ପ୍ରଶଂସକମାନେ ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମରେ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ନାୟକ ଭାବରେ ନଜର ଆସିବେ। ମିଡ୍-ଡେ ସହିତ କଥାବାର୍ତ୍ତାରେ ମାୱରା କହିଛନ୍ତି, ‘ପ୍ରଯୋଜକମାନେ ଦ୍ୱିତୀୟ ଭାଗ ପାଇଁ ମୋ ସହିତ ଯୋଗାଯୋଗ କରିଥିଲେ।’ ମୁଁ ଏପର୍ଯ୍ୟନ୍ତ କାହାଣୀ ପଢ଼ିନାହିଁ, ଏହା ମୋ ଇନବକ୍ସରେ ଅଛି। ପୂର୍ବରୁ ଶ୍ରଦ୍ଧା କପୁର ଏହି ଫିଲ୍ମ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଫିଲ୍ମରେ କେଉଁ ଅଭିନେତ୍ରୀ ନଜର ଆସିବେ ତାହା ଉପରେ ସମସ୍ତଙ୍କ ନଜର।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sanam Teri Kasam 2: Mawra Hocane Confirms Producer’s Offer For Sequel With Harshvardhan Rane | Argus News