Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିବାହ କଲେ 'ସନମ ତେରୀ କସମ' ଫେମ୍ ମାୱରା ହୋକେନ

Entertainment

ବିବାହ କଲେ 'ସନମ ତେରୀ କସମ' ଫେମ୍ ମାୱରା ହୋକେନ

Ritu Das
Browse all articles by Ritu Das
·1 year ago·1 min read
ବିବାହ କଲେ 'ସନମ ତେରୀ କସମ' ଫେମ୍ ମାୱରା ହୋକେନ

ବଲିଉଡ୍‌ ଫିଲ୍ମ 'ସନମ ତେରୀ କସମ' ରେ କାମ କରିଥିବା ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ ବିବାହ କରିଛନ୍ତି । ଏହି ଅଭିନେତ୍ରୀ ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀ ସେମାନଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି । ଯାହା ପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ତାଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି । ମାୱରା ହୋକେନ ଇନଷ୍ଟାଗ୍ରାମରେ ତାଙ୍କର ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଫେବୃଆରୀ ୫ ତାରିଖ ଦିନ ମାୱରା ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ବିବାହ କରିଛନ୍ତି ।ସେୟାର ହୋଇଥିବା ଏହି ଫଟୋ ସେୟାର କରି ପାକିସ୍ତାନୀ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମୁଁ ତୁମକୁ ପାଇଲି । ବିସମିଲ୍ଲାହ ୫.୨.୨୫ ।


ବିବାହରେ ମାୱରା ଗ୍ରୀନ ରଙ୍ଗର ଲେହେଙ୍ଗା ପିନ୍ଧି ଥିବା ବେଳେ କନିଆ ବେଶରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆମୀରଙ୍କୁ ବ୍ଲାକ କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ । ପୋଷ୍ଟ କରିବା ମାତ୍ରେ ମାୱରାଙ୍କୁ 'ସନମ୍ ତେରୀ କସମ୍'ର ପ୍ରଯୋଜକ ଦୀପକ ତାଙ୍କ ଇନଷ୍ଟାଗ୍ରାମରେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ଜଣକ ତାଙ୍କ ଇନଷ୍ଟା ଷ୍ଟୋରୀରେ ପ୍ରଯୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂ ମାୱରାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୌନି ରୟ କମେଣ୍ଟରେ ଏକ ନୋଟ ସହିତ ଲେଖିଛନ୍ତି, 'ଆନ୍ତରିକ ଅଭିନନ୍ଦନ।' ତୁମ ଦୁହିଁଙ୍କ ପାଇଁ ଆଗାମୀ ଯାତ୍ରା ସୁଖଦ ହେଉ… ଶୁଭେଚ୍ଛା । ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ, ରାମ ଚରଣଙ୍କ ପତ୍ନୀ ଉପାସନା, ସାନିଆ ମିର୍ଜା ସମେତ ଫ୍ୟାନ୍ସ ଅଭିନନ୍ଦନ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Sanam Teri Kasam' fame Mawra Hocane gets married | Argus News