୨୦୧୬ରେ ଫ୍ଲପ ୨୦୨୫ରେ ସୁପରହିଟ୍, କୋଟି କୋଟି ରୋଜଗାର କରୁଛି...

ଫ୍ଲପରୁ ଏବେ ସୁପରହିଟ୍। ଧମାଲ କରୁଛି ଫିଲ୍ମ 'ସନମ ତେରୀ କସମ' । । 'ସନମ୍ ତେରୀ କସମ୍' ଏବେ ଅଧିକ ରୋଜଗାର କରୁଛି। ଯେତେବେଳେ ଏହି ଫିଲ୍ମଟି ପ୍ରଥମ ଥର ପାଇଁ ୨୦୧୬ରେ ମୁକ୍ତିଲାଭ କରିଥିଲା। ଏହାର ମୋଟ ୯.୧୧ କୋଟି ଟଙ୍କା ସଂଗ୍ରହ ଥିଲା। ଏହା ମାତ୍ର ୪ ଦିନରେ ବିପୁଳ ପରିମାଣର ରୋଜଗାର କରି ଧମାଲ କରିଛି ଏହି ଫିଲ୍ମଟି । ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ 'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା । ସେହି ସମୟରେ ୮ ରୁ ୯ କୋଟି ଟଙ୍କା ସଂଗ୍ରହ କରିଥିଲା।
କିନ୍ତୁ ରି-ରିଲିଜ ପରେ ଏହି ଫିଲ୍ମ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। 'ସନମ୍ ତେରୀ କସମ୍' ଏକ ରୋମାଣ୍ଟିକ୍ ଫିଲ୍ମ ।ଯେଉଁଥିରେ ମାୱରା ଜଣେ ଦକ୍ଷିଣ ଭାରତୀୟ ଝିଅ ସରସ୍ୱତୀ (ସରୁ) ଭୂମିକାରେ ନଜର ଆସିଛନ୍ତି। କିନ୍ତୁ କୌଣସି ପୁଅ ତାଙ୍କୁ ବିବାହ ପାଇଁ ପସନ୍ଦ କରନ୍ତି ନାହିଁ। ଯେତେବେଳେ ହର୍ଷବର୍ଦ୍ଧନ 'ଇନ୍ଦର' ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମଟି ସରୁ ଏବଂ ଇନ୍ଦରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ।
📱 Get Argus News App
✨ ୫ ଫେବୃଆରୀ ୨୦୧୬ରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ପୁଣି ଥରେ ଫିଲ୍ଲଟି ରିଲିଜ ହୋଇଛି । ୭ ଫେବୃଆରୀରେ, ୨୦୨୫ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭରେ, ଏହି ଫିଲ୍ମଟି ପ୍ରେକ୍ଷାଳୟରେ ରି-ରିଲିଜ ହୋଇଛି । ଯାହା ହିଟ୍ ହୋଇଥିଲା । ବର୍ତ୍ତମାନ ଦର୍ଶକ ଚାହୁଁଛନ୍ତି ଯେ ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ଆସୁବୋଲି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ପ୍ଲାନ କରାଯାଇନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: