Videos
|
Entertainment

ସାରାଙ୍କ ରାମ୍ପ ୱାକ୍ କୁ ଫ୍ୟାନ୍ସଙ୍କ ଭୂରି ଭୂରି ପ୍ରଶଂସା

Rashmita Mishra
Browse all articles by Rashmita Mishra
·2 years ago·2 min read
ସାରାଙ୍କ ରାମ୍ପ ୱାକ୍ କୁ ଫ୍ୟାନ୍ସଙ୍କ ଭୂରି ଭୂରି ପ୍ରଶଂସା

ଅର୍ଗସ ବ୍ୟୁରୋ: ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ସାରା ଅଲ୍ଲୀ ଖାନ୍ । ଆଉ ଏବେ ତାଙ୍କ ରାମ୍ପ ୱାକ୍ କୁ ନେଇ ଚର୍ଚ୍ଚା ଜୋର୍ । କାରଣ ତାଙ୍କ ପେଟ ଜଳିବା ସତ୍ତ୍ୱେ ବି ସେ ଖୁବ ସୁନ୍ଦର ଭାବରେ ରାମ୍ପ ୱାକ୍ କରିଛନ୍ତି । ଯାହା ବି-ଟାଉନ୍ ରେ ଖୁବ ଚର୍ଚ୍ଚା । 
ଫିଲ୍ମ 'ମର୍ଡର ମୁବାରକ' ରିଲିଜ ହେବା ପରେ ସାରା ଅଲି ଖାନ ଏଵେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅଭିନେତ୍ରୀ ସାରା ଅଲି ଖାନ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସଵୁଵେଳେ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ସାରା ଅଲିଙ୍କ ପେଟ ଜଳି ଯାଇଥିଲା ।  ସୋସିଆଲ ମିଡିଆରେ ଏନେଇ ସାରା ସୂଚନା ଦେବା ପରେ ଅଭିନେତ୍ରୀ ନିଜେ କହିଥିଲେ ଯେ ଏହି କାରଣରୁ ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି । 

ତେବେ ପେଟ ପୋଡିଯାଇଥିଲେ ମଧ୍ୟ ସାରା ରାମ୍ପରେ ଚାଲିଥିଲେ । ଏହି ରାମ୍ପ ଇଭେଣ୍ଟରେ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ବହୁତ ସୁନ୍ଦର ଡ୍ରେସରେ ଦେଖିବାକୁ ମିଳିଥିଲା । କିନ୍ତୁ ରାମ୍ପରେ ଅଭିନେତ୍ରୀଙ୍କ ଚେହେରା ନୁହେଁ ବରଂ ସାରା ଅଲି ଖାନଙ୍କ ଜଳିଯାଇଥିବା ପେଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସାରା ଏକ ଧୂସର ରଙ୍ଗର ଏମ୍ବ୍ରୋଡୋରିର ଲେହେଙ୍ଗା ପିନ୍ଧି ଵହୁତ ସୁନ୍ଦର ରାମ୍ପ ଚାଲିବା ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ । ଏହା ଦେଖିବା ପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା କରିଥିଲେ । 

ଏହାପରେ ସାରା ଅଲି ଖାନ ନିଜେ ମଧ୍ୟ କହିଛନ୍ତି ମୁଁ ନିଜେ ଭାଵୁଛି ଵହୁତ ସନ୍ଦର ଲାଗୁଛି । ମୁଁ ଭାବୁଛି ଲୋକମାନେ ମୋ ଚେହେରା ସହିତ ନୁହେଁ ବରଂ ମୋର ଭଲ କାମ ସହିତ ଜଡିତ । ଯାହା ମୋତେ ଜାରି ରଖିବାକୁ ପଡିବ । ଆହୁରି ମଧ୍ୟ କହିଛନ୍ତି ଯେ ସବୁଠାରୁ ମଜାଦାର ବିଷୟ ହେଉଛି ଯେ ମୁଁ ନର୍ଭସ ଥିଲି । କାରଣ ଗତ କିଛି ଦିନ ତଳେ ମୋର ପେଟ ଜଳିଯାଇଥିଲା ଏଵଂ ମୁଁ ଦୁଇଟି ଚଳଚ୍ଚିତ୍ରର ପ୍ରମୋସନରେ ମଧ୍ୟ ଵ୍ୟସ୍ତ ଥିଲି । ମୁଁ ଭାବିଲି ରାମ୍ପରେ ମୁଁ କିପରି ମୋ ଫ୍ୟାନ୍ସ ମାନଙ୍କୁ ପ୍ରଭାଵିତ କରିଵି । ସେପଟେ ସାରାଙ୍କ ୱାକ୍ କୁ ନେଇ ଏବେ ସବୁଠି ଚର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
SARA ALI KHAN | Argus News